କର୍କଟ ନେଉଛି ଅଧା ଜୀବନ: ସାବଧାନ! ଆମର ଏହି ଦୈନିକ ଅଭ୍ୟାସ ପାଲଟିଥାଏ ଏପରି ରୋଗର କାରଣ

ନୂଆଦିଲ୍ଲୀ: ଟିଭି ସମ୍ମୁଖରେ ବେଶି ସମୟ ବିତାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ‘ୟୁନିଭର୍‌ସିଟି ଅଫ୍‌ ଗ୍ଲାସୋଗୋ’ରେ ହୋଇଥିବା ଏକ ନୂଆ ଗବେଷଣାରୁ ଏପରି ସୂଚନା ମିଳିଛି। ଦୁର୍ବଳ ଓ ଅସୁସ୍ଥ ଲୋକଙ୍କ ଶରୀର ଉପରେ ଏହା ବିଶେଷ ପ୍ରଭାବ ପକାଇଥାଏ। ତେବେଏହି ଗବେଷଣାରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଅତ୍ୟଧିକ ସମୟ ଟିଭି ଦେଖିଲେ କର୍କଟ ସହିତ, ଦୃଦ୍‌ରୋଗ, ମଧୁମେହ ଆଦି ସମସ୍ୟା ସୃଷ୍ଟି ହେବାର ଖୁବ୍‌ ବେଶି ସମ୍ଭାବନା ରହିଛି। କେବଳ ଟିଭି ନୁହେଁ ଦୀଘ ସମୟ ଧରି କମ୍ପ୍ୟୁଟର୍‌ ସାମ୍ନାରେ ବସିବା କି କ୍ଷତିକାରକ ହୋଇଥାଏ।

ଗବେଷକମାନେ ଏହି ଗବେଷଣା କରିବା ପାଇଁ ଇଂଲଣ୍ଡର ୩,୯୦, ୦୮୯ ଜଣଙ୍କୁ ନେଇଥିଲେ। ସେମାନ ମଧ୍ୟରେ କେତେ ଜଣଙ୍କୁ ସ୍କ୍ରିନ୍‌ ସମ୍ମୁଖରେ ବସିବା ପାଇଁ ନିୟୋଜିତ କରିବା ସହ ଆଉ କେତେ ଜଣକଙ୍କୁ ବିପରୀତ ସ୍ଥାନରେ ନିୟୋଜିତ କଲେ। ଶେଷରେ ଗବେଷକ ଜାଣିବାକୁ ପାଇଲେ ଯେ ଯେଉଁମାନଙ୍କୁ ଲେଜର୍‌ ସାମ୍ନାରେ ନିୟୋଜିତ କରାଯାଇଥିବା ସେମାନେ ମୃତ୍ୟୁର ଟିକେ ନକଟତର ହୋଇଯାଇଛନ୍ତି। ସେମାାନଙ୍କ ମଧ୍ୟରେ କର୍କଟ, ହୃଦ୍‌ରୋଗ ଆଦି ଖୁବ୍‌ ଶୀଘ୍ର ହେବାର ସମ୍ଭାବନା ରହିଛି।

ଏହାବ୍ୟତୀତ ଗେବଷକମାନେ ସୂଚନା ଦେଇଛନ୍ତି ଯେ ଲେଜର୍‌ ଲାଇଟ୍‌ ପରି ମଦ୍ୟପାନ, ଧୂମପାନ, ଖାଇବା ଓ ଶୋଇବାର ସମାନତା ବି କକର୍ଟ ଓ ଅନ୍ୟ ମାରଣାତ୍ମକ ରୋଗର କାରଣ ହୋଇଥାଏ।

ସମ୍ବନ୍ଧିତ ଖବର