ଯଦି ଶରୀରରେ ଦେଖାଦିଏ ଏହି ୫ଟି ସଙ୍କେତ; ଜାଣି ନିଅନ୍ତୁ ମସ୍ତିଷ୍କ ରୋଗ ଆରମ୍ଭ ହୋଇଯାଇଛି!

ଆମେରିକାର ସେଣ୍ଟରର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭାରତରେ ଲୋକେ ମୃତ୍ୟୁବରଣ କରୁଥିବାର ତୃତୀୟ ବଡ଼ କାରଣ ହେଉଛି ବ୍ରେନ୍‌ ଷ୍ଟ୍ରୋକ୍‌।

ଯେକୌଣସି ରୋଗ ହେଲେ ଆମ ଶରୀର କିଛି ସମୟ ମଧ୍ୟରେ ଆମକୁ ସଙ୍କେତ ଦେବା ଆରମ୍ଭ କରିଥାଏ। କିନ୍ତୁ ତଥ୍ୟ ଅଭାବରୁ ଆମେ ତାହା ଚିହ୍ନି ନ ପାରି ଠିକ୍‌ ସମୟରେ ତା’ର ଚିକିତ୍ସା କରିପାରି ନ ଥାଉ। ଏମାନଙ୍କ ମଧ୍ୟରୁ ଗୋଟିଏ ଭୟଙ୍କର ରୋଗ ହେଉଛି ମସ୍ତିଷ୍କ ସହ ଜଡ଼ିତ ‘ବ୍ରେନ୍‌ ଷ୍ଟ୍ରୋକ୍‌’। ନ୍ୟୁରୋଲୋଜିଷ୍ଟ୍‍ଙ୍କ କହିବା ଅନୁସାରେ ବ୍ରେନ୍‌ ଷ୍ଟ୍ରୋକ୍‌ ବା ବ୍ରେନ୍‌ ଆଟାକ୍‌ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହେଲେ କିମ୍ବା ବନ୍ଦ ହେବା କାରଣରୁ ହୋଇଥାଏ। ଏହା ମସ୍ତିଷ୍କର ଇଣ୍ଟର୍ନାଲ୍‌ ନର୍ଭରେ ବ୍ଲିଡିଂ ହେବା କାରଣରୁ ମଧ୍ୟ ହୋଇପାରେ।

ମସ୍ତିଷ୍କର କୋଷମାନେ ମୃତ ହୋଇ ବସିବା ପରେ ଶରୀରର କଣ୍ଟ୍ରୋଲିଂ ପାଓ୍ଵର୍‌ ପ୍ରଭାବିତ ହୋଇ ବସେ। ଏମିତିରେ କହିବା, ଚାଲିବା, ଚିନ୍ତା କରିବା, ହାତ-ଗୋଡ଼ ହଲେଇବାରେ ମସ୍ତିଷ୍କ ଉପରେ ଖୁବ୍‌ ପ୍ରଭାବ ପଡ଼ିଥାଏ। ଯେଉଁ ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ, ତା’ର କିଛି ମାସ ପୂର୍ବରୁ ଶରୀର କିଛି ସଙ୍କେତ ଦେବା ଆରମ୍ଭ କରିଥାଏ। ଯଦି ଏହି ସବୁ ସଙ୍କେତକୁ ଠିକ୍‌ ସମୟରେ ଚିହ୍ନିପାରି ଏହାର ଉପଚାର କରୁଛନ୍ତି, ତା’ହେଲେ ଏହି ରୋଗରୁ ବଞ୍ଚାଯାଇ ପାରିବେ।

କହିବା ଓ ବୁଝିବାରେ ସମସ୍ୟା ଦେଖାଯିବା

ମୁହଁରୁ ଶବ୍ଦ ବାହାର (କଥାବାର୍ତ୍ତା) କଲାବେଳେ ସମସ୍ୟା ଦେଖା ଦେବା

ମୁହଁ, ହାତ ଓ ଗୋଡ଼ରେ ଦୁର୍ବଳତା ଆସବା କିମ୍ବା ଏମାନଙ୍କୁ ଅନୁଭବ କରିବାର କ୍ଷମତା କମିଯିବା

ଗୋଟିଏ କିମ୍ବା ଉଭୟ ଦୁଇଟି ଆଖିରୁ ଦେଖିବାରେ କଷ୍ଟ ହେବା

ହଠାତ୍‌ ଜୋର୍‌ରେ ମୁଣ୍ଡ ବିନ୍ଧିବା ସହ ବାନ୍ତି ହେବା, ମୁଣ୍ଡ ବୁଲେଇବା କିମ୍ବା ଅଚେତ ହୋଇଯିବା

ଚାଲିବାରେ ସମସ୍ୟା ଦେଖାଯିବା କିମ୍ବା ଅଧିକ ଚାଲିଲେ ହଠାତ୍‌ ଦୁର୍ବଳ ଅନୁଭବ କରିବା ବା ଭାରସାମ୍ୟ ହରାଇବା।

 

ସମ୍ବନ୍ଧିତ ଖବର