ଦରଜିର ପୁଅ ହେଲା ଲକ୍ଷପତି

ନାଗପୁର: କେରଳର କୋଲ୍ଲମ ସହରରେ ରହୁଥିବା ଜଷ୍ଟିନ୍‌ ଫର୍ଣ୍ଣାଡିଜ ଆଇଆଇଏମ ନାଗପୁରରେ ରେକର୍ଡ କରିଛନ୍ତି। କାରଣ ତାଙ୍କୁ ହାଇଦ୍ରାବଦର କମ୍ପାନିରେ ଭେଲ୍ୟୁ ଲ୍ୟାବ୍ସରେ ଆସିସ୍‌ଷ୍ଟାଣ୍ଟ ଡାଇରେକ୍ଟର ପଦବୀ ପାଇଁ ବର୍ଷକୁ ୧୯ଲକ୍ଷ ଟଙ୍କା ପ୍ୟାକେଜର ଅଫର ମିଳିଛି। ଜଷ୍ଟିନ୍‌ଙ୍କ ପରିବାର ବହୁତ ଗରିବ। ପାଠପଢ଼ା ସମୟରେ ଜଷ୍ଟିନଙ୍କ ପାଖରେ ଅନ୍ୟ ପିଲାଙ୍କ ଭଳି ସମ୍ବଳ ନଥିଲା। ଏପରି କି ତାଙ୍କ ପରିବାର ଦୁଇବକ୍ତର ଖାଦ୍ୟ ଯୋଗାଡା କରି ପାରନ୍ତି ନାହିଁ। ତାଙ୍କ ପିତା ଦରଜି କାମ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ଯେତେ କଷ୍ଟ ହୋଇଥିଲେ ମଧ୍ୟ ଜଷ୍ଟିନ୍‌ ସବୁବେଳେ ନିଜ ପାଠପଢ଼ା ଓ କ୍ୟାରିୟର ଉପରେ ଧ୍ୟାନ ଦେଇଥାଆନ୍ତି। ବହୁ ସଂଘର୍ଷ କରି ସେ ପାଠପଢ଼ି ଥିଲେ। ଯାହାର ଫଳ ସେ ପାଇ ସାରିଛନ୍ତି।

ତେବେ ଜଷ୍ଟିନ୍‌ଙ୍କୁ ହାଇଦ୍ରାବଦର କମ୍ପାନିରେ ଭେଲ୍ୟୁ ଲ୍ୟାବ୍ସରେ ଆସିସ୍‌ଷ୍ଟାଣ୍ଟ ଡାଇରେକ୍ଟର ପଦବୀ ପାଇଁ ବର୍ଷକୁ ୧୯ଲକ୍ଷ ଟଙ୍କା ପ୍ୟାକେଜର ଅଫର ମିଳିଛି। ଜଷ୍ଟିନ୍‌ ଜବ ପ୍ରୋଫାଇଲ ଓ ପ୍ୟାକେଜ ଦୁଇଟି ମାମଲାରେ ଆଇଆଇଏମ ନାଗପୁରରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର