ବିଶ୍ୱର ସପ୍ତଶ୍ଚର୍ଯ୍ୟା ମଧ୍ୟରେ ଅନ୍ୟତମ ତାଜମହଲ । ଆଗ୍ରାର ଯମୁନା ନଦୀ କୂଳରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ତାଜମହଲକୁ ଦେଖିବା ପାଇଁ ଦେଶ ଓ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପ୍ରେମର ପ୍ରତୀକ ତାଜମହଲର କାହାଣୀ ଖୁବ୍ ହୃଦୟସ୍ପର୍ଶୀ। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱପ୍ରସିଦ୍ଧ ତାଜମହଲ କେବଳ ଆଗ୍ରାରେ ରହିନାହିଁ ଅବିକଳ ତାଜମହଲ ଭଳି ଦେଖାଯାଉଥିବା ଆଉ ଏକ ମିନାର ରହିଛି ପଡୋଶୀ ଦେଶ ବାଙ୍ଗଲାଦେଶରେ। ଯାହାକୁ ଅସଲି ତାଜମହଲର କପି ବା ନକଲି ତାଜମହଲ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହି ନକଲି ତାଜମହଲ ବିଷୟରେ କିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବାଙ୍ଗଲାଦେଶରେ ଅବସ୍ଥିତ ଏହି ତାଜମହଲର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ମସିହାରେ ଆରମ୍ଭ କରାଯାଇଥିଲା। ଏହି ନକଲି ତାଜମହଲ ତିଆରି କରିବାକୁ ୫ ବର୍ଷ ସମୟ ଲାଗିଥିଲା। ଏହି ନକଲି ତାଜମହଲରକୁ ବାଙ୍ଗଲାଦେଶରେ ଧନୀ ସିନେମା ନିର୍ମାତା ଅହସାନୁଲ୍ଲାହ ମୋନୀ ୫୬ ମିଲିୟନ୍ ଡଲାର ବ୍ୟୟରେ ନିର୍ମାଣ କରାଇଥିଲେ। ଏହି ନକଲି ତାଜମହଲର ପ୍ରସ୍ତୁତି ପଛରେ ମଧ୍ୟ ଥିଲା ଅହସାନୁଲ୍ଲାହଙ୍କ ଭଲ ଉଦ୍ଦେଶ୍ୟ। ସେ ଚାହୁଁଥିଲେ ଯେଉଁ ଲୋକମାନେ ଟଙ୍କା ଅଭାବରୁ ଅସଲି ତାଜମହଲକୁ ଦେଖିବାର ସୌଭାଗ୍ୟ ପାଇ ପାରୁନାହାନ୍ତି ସେମାନେ ଏହି ନକଲି ତାଜମହଲକୁ ଦେଖି ସେମାନଙ୍କ ଇଚ୍ଛାକୁ ପୂରଣ କରିପାରିବେ।
କିଛି ଲୋକ ଏହି ତାଜମହଲକୁ ଗରିବଙ୍କ ତାଜମହଲ ମଧ୍ୟ କହୁଛନ୍ତି। ଏହାକୁ ଯେ କେହିବି ଦେଖିଲେ ପ୍ରଥମେ ଅସଲି ତାଜମହଲ ହିଁ ମନେ କରିବେ। ଇଟାଲୀରୁ ଉପକରଣ ଅଣାଯାଇ ଏହି ତାଜମହଲରେ ବ୍ୟବହାର କରାଯାଇଥିଲା ଏବଂ ଏଥିରେ ହୀରାର ବ୍ୟବହାର ମଧ୍ୟ କରାଯାଇଛି। ୧୬୦ କିଲୋ ପିତ୍ତଳର ବ୍ୟବହାରରେ ଏହି ନକଲି ତାଜମହଲ ମଧ୍ୟ ଅସଲି ଭଳି ଦେଖାଯାଉଛି। ଏଥିରେ ନୀଳ ଏବଂ ଗୋଲାପୀ ରଙ୍ଗର ପେଣ୍ଟ ଏହାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଉଛି।