ଚାଣକ୍ୟ ନୀତି : ଶତ୍ରୁତା ବୋକାମିର ପରିଚୟ, ବୁଦ୍ଧିମାନ ବ୍ୟକ୍ତି ଶତ୍ରୁତା କରେନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଜୀବନରେ ଚଳିବା ଲାଗି ଅତ୍ୟନ୍ତ ଉପାଦେୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପରାମର୍ଶଦାତା ଚାଣକ୍ୟ ଥିଲେ ଜଣେ ଧୂରୀଣ କୁଟନିତୀଜ୍ଞ । ଚାଣକ୍ୟଙ୍କ ବଚନ ପରସ୍ଥିତି ଅନୁସାରେ ଉପଯୁକ୍ତ ଥିଲା ।

ଚାଣକ୍ୟ କହୁଥିଲେ, ନାସ୍ତି ବୁଦ୍ଧିମତା ଶତ୍ରୁଃ । ଏହାର ଅର୍ଥ ହେଲା ସବୁକିଛି ବୁଝିପାରୁଥିବା ବ୍ୟକ୍ତିଙ୍କର କେହି ଶତ୍ରୁ ନ ଥାଆନ୍ତି । କିନ୍ତୁ ବହୁତ ଲୋକ ଭାବନ୍ତି ସବୁ ବୁଝିପାରୁଥିବା ବ୍ୟକ୍ତି ସମସ୍ତଙ୍କ ପାଇଁ ଶତ୍ରୁ ହୋଇପାରନ୍ତି । ଚାଣକ୍ୟଙ୍କ ଅନୁସାରେ ବହି ପଢିବା ଭଲ , କିନ୍ତୁ ଯେତେବଳେ ସେ ସେଗୁଡିକ ବ୍ୟବହାରରେ ପ୍ରୟୋଗ ନ କରିପାରିବ, ତା’ହେଲେ ସେ କିଛି ଶିଖି ପାରିବ ନାହିଁ । ଚାଣକ୍ୟଙ୍କ ଅନୁସାରେ ଯଦି ଆମର ପଇସା କାହା ପାଖରେ ଥାଏ, ତା’ହେଲେ ସେ ଆମର କୌଣସି କାମକୁ ନୁହେଁ । ସେହିଭଳି ଯଦି ଜ୍ଞାନ ବହି ମଧ୍ୟରେ ରହିଗଲା, ତା’ହେଲେ ସେ ଆମର କୌଣସି କାମକୁ ନୁହେଁ । ତାକୁ ଗ୍ରହଣ କରିବା ହିଁ ଏକମାତ୍ର ବିକଳ୍ପ । ଶିକ୍ଷିତ ବ୍ୟକ୍ତି ଯଦି ତା’ ସାମ୍ନାରେ ଥିବା ବ୍ୟକ୍ତିକୁ ସମ୍ମାନ ଦିଏ ନାହିଁ କି କାହାର ଭୃକ୍ଷେପ କରେ ନାହିଁ, ତା’ହେଲେ ତା’ର ଜ୍ଞାନ କୌଣସି କାମକୁ ନୁହେଁ ।

ClearIAS

ଜଣେ ବୁଦ୍ଧିମାନ୍‌ ମଣିଷ କାହା ସହ ଲଢେଇ-ଝଗଡାରେ ପଡି ନ ଥାଏ । ବୁଦ୍ଧିମାନ ମନୁଷ୍ୟ ସବୁବେଳେ ନିଜର ଅହଙ୍କାରକୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଥାଏ। ସେ ନିଜେ ଭାବେ ନାହିଁକି ଏହି ଭିତରେ ସେ ନିଜର ବହୁତ କାର୍ଯ୍ୟରୁ ଦୂରେଇ ରହିଥାଏ । ମନୁଷ୍ୟକୁ ବୁଝିବା ଦରକାର ଯେ କାହା ସହିତ ଶତ୍ରୁତା କରି ସମସ୍ୟା କୁ ଡାକିବା ଦରକାର ନାହିଁ । ନିଜର କ୍ରୋଧ, ରାଗ, ଅହଙ୍କାର ପାଇଁ ମନୁଷ୍ୟ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ନିଜେ ସମସ୍ୟାରେ ପଡ଼ିଥାଏ । ଯଦି ସାମ୍ନାରେ ଥିବା ବ୍ୟକ୍ତି ମୂର୍ଖ ଏବଂ ସେ ଆପଣଙ୍କ କଥା ବୁଝିପାରୁ ନାହିଁ, ତା’ହେଲେ ଆପଣ ଚୁପ୍‌ ରହି ନିଜର କାର୍ଯ୍ୟ କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର