୧ କୋଟିର ପ୍ୟାକେଜ୍‌ ଛାଡ଼ି ସିଭିଲ୍‌ ସର୍ଭିସ ପରୀକ୍ଷା ଦେଇଥିଲେ କନିଷ୍କ: ପ୍ରଥମ ଥରରେ ହେଲେ ଟପ୍ପର

ଜୟପୁର: ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ଗତକାଲି ସଂଧ୍ୟାରେ ପ୍ରକାଶ ପାଇଛି। ଏଥିରେ ଟପ୍ପର ହୋଇଛନ୍ତି ଜୟପୁରର କନିଷ୍କ କଟାରିଆ। ଜାଣିବାକୁ ମିଳିଛି ଯେ କନିଷ୍କ ବିଦେଶରେ ବାର୍ଷିକ ୧ କୋଟି ପ୍ୟାକେଜ୍‌ର ଏକ ଚାକିରି ପାଇଥିଲେ। ମାତ୍ର ସେ ଜଣେ ଆଇଏଏସ୍‌ ବନିବାକୁ ଚାହୁଁଥିବା ହେତୁ ଚାକିରି ନ କରି ସିଭିଲ୍‌ ସର୍ଭିସ ପରୀକ୍ଷା ଦେଲେ। ଜାଣି ରଖନ୍ତୁ ଯେ ସେ ପ୍ରଥମ ଥରରେ ହିଁ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅକ୍‌ତିଆର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଉଭୟ ପରୀକ୍ଷାର୍ଥୀ ହେଉଛନ୍ତି ଜୟପୁରର। କନିଷ୍କ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅକ୍ଷତ ଜୈନ। ଆଇଏଏସ୍‌ ଟପ୍ପର କନିଷ୍କ କଟାରିଆଙ୍କ ବାପା ସାବରମଲ ବର୍ମା ବି ଜଣେ ଆଇଏଏସ୍‌। ସେ ଏବେ ରାଜସ୍ଥାନରେ ଆଇଏଏସ୍‌ ଅଛନ୍ତି। ସେହିପରି ଅକ୍ଷତଙ୍କ ବାପା ହେଉଛନ୍ତି ରାଜସ୍ଥାନର ବରିଷ୍ଠ ଆଇପିଏଏସ୍‌ ଅଧିକାରୀ। କନିଷ୍କ କଟାରିଆ ବମ୍ବେ ଆଇଆଇଟିରେ ଇଞ୍ଜିନୟରିଂ କରିଛନ୍ତି। ସେ ଦେଢ଼ ବର୍ଷ ଧରି କୋରିଆ ସାମସଙ୍ଗ କମ୍ପାନିରେ ଚାକିରି କରିଥିଲେ। କନିଷ୍କ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ନଥିଲେ।

ସମ୍ବନ୍ଧିତ ଖବର