ଏହି ଗୋଟିଏ ମନ୍ତ୍ର ମଣିଷକୁ ମୋକ୍ଷ ପ୍ରଦାନ କରିଥାଏ , ଜାଣନ୍ତୁ ସେହି ସରଳ ମନ୍ତ୍ରର ମହିମା

ଆମମାନଙ୍କ ଭିତରୁ ଯେଉଁମାନଙ୍କର ସାମାନ୍ୟ ଧର୍ମଧାରଣା ଥାଏ ସେମାନେ ଏହି ଜନ୍ମରେ ମୋକ୍ଷ ଚାହାଁନ୍ତି। ଯେଉଁ ଲୋକମାନେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ନିକଟବର୍ତ୍ତୀ ହୁଅନ୍ତି, ସେମାନେ ‘କାଶୀ’ରେ ଆସି ପ୍ରାଣତ୍ୟାଗର ଇଚ୍ଛା ରଖନ୍ତି।ଏଠାରେ ମୃତ୍ୟୁ ପୂର୍ବରୁ ଭଗବାନ ଶଙ୍କର ସେମାନଙ୍କର ଡ଼ାହାଣ କାନରେ ‘ତାରକ ମନ୍ତ୍ର’ ଶୁଣାଇ ଥାଆନ୍ତି , ଯଦ୍ଦ୍ଵାରା ସେମାନେ ମୋକ୍ଷପ୍ରାପ୍ତ କରନ୍ତି। ଏହା ହେଉଛି ‘ତାରକ ମନ୍ତ୍ର’ର ମହିମା।
ତେବେ ଏହି ମନ୍ତ୍ରଟି କ’ଣ? ଏହି ପ୍ରଶ୍ନର ଉତ୍ତରରେ ମହର୍ଷି ଯାଜ୍ଞ ବଲକ୍ୟ କହିିଛନ୍ତି ଯେ , ତାରକ ଅର୍ଥାତ ସଂସାର ସାଗରରୁ ଉଦ୍ଧାର କରୁଥିବା ସାକ୍ଷାତ୍‌ ଦେବାଧିଦେବ ଭଗବାନ ଶଙ୍କର ଏବଂ ଉଦ୍ଧାରପ୍ରାପ୍ତ ପ୍ରାଣୀକୁ ଭଗବାନ ଶିବ ମୋକ୍ଷ ପ୍ରାପ୍ତ କରାନ୍ତି।
‘ତାରକ ମନ୍ତ୍ର’ ଅତ୍ୟନ୍ତ ଗୋପନୀୟ ଏବଂ ଅଶ୍ରଦ୍ଧାଳୁମାନଙ୍କ ଶ୍ରବଣଯୋଗ୍ୟ ନୁହେଁ। ଦୀର୍ଘ ଆକାର ସହିତ ଆନନ୍ଦ (ରେଫ୍‌,ରକାର) ହେଉ ଏବଂ ସେହି ରେଫ୍‌ ବନ୍ଦୁ (ଅନୁସ୍ୱାର) ପୂର୍ବରୁ ସ୍ଥିତ ହେଉ। ଏହାପରେ ପୁଣି ଦୀର୍ଘ ସ୍ୱର ବିଶିଷ୍ଟ ରେଫ୍‌ ହେଉ ଓ ଅନେକ ଅଜନ୍ତର ମାୟନମଃ ଏହି ଦୁଇ ପଦ ହେଉ। ଏହିଭଳି ଭାବେ ଯେଉଁ ମନ୍ତ୍ର ଗଠିତ ହୁଏ ,ତାହା ହିଁ ତାରକମନ୍ତ୍ର ଅଟେ।ଏହିି ମନ୍ତ୍ର ହେଉଛି ‘ରାଂ ରାମାୟ ନମଃ’।ଏତଦ୍‌ବ୍ୟତୀତ ‘ରାମ’ ପଦ ସହିତ ଚନ୍ଦ୍ରାୟ ନମଃ ଏବଂ ଭଦ୍ରାୟ ନମଃ-ଏହି ଦୁଇ ମନ୍ତ୍ର ମଧ୍ୟ ତାରକ ମନ୍ତ୍ର ଅଟନ୍ତି।

ଏହି ତିନି ମନ୍ତ୍ର (ରାଂ ରାମାୟ ନମଃ,ରାମଚନ୍ଦ୍ରାୟ ନମଃ,ରାମ ଭଦ୍ରାୟ ନମଃ) ,ଓଁକାର ସ୍ୱରୂପ,ତତ୍‌-ସ୍ୱରୂପ ଓ ବ୍ରହ୍ମାସ୍ୱରୂପ ଅଟେ। ଏହା ହିଁ କ୍ରମଶଃ ସତ୍‌,ଚିତ୍‌ ଓ ଆନନ୍ଦର ପର୍ଯ୍ୟାୟ ଅଟେ।ଓଁକାର ରେ ପ୍ରଥମ ଅକ୍ଷର ‘ଅ’କାର,ଦ୍ୱିତୀୟ ଅକ୍ଷର ‘ଉ’ କାର,ତୃତୀୟ ଅକ୍ଷର ‘ମ’ କାର,ଚତୁର୍ଥ ଅକ୍ଷର ‘ଅର୍ଦ୍ଧ ମାତ୍ରା’,ପଞ୍ଚମ ଅକ୍ଷର ଅନୁସ୍ୱାର ଓ ଷଷ୍ଠ ଅକ୍ଷର ‘ନାଦ’ଅଟେ। ଏହିପରି ଭାବେ (ଛଅ ଅକ୍ଷର ଯୁକ୍ତ)ତାରକ ମନ୍ତ୍ରର ଉପଦେଶ ମରଣାସନ୍ନ ପ୍ରାଣୀଙ୍କ ଡ଼ାହାଣ କନରେ ଦେଇ ଥାଆନ୍ତି,ଯାହାର ଫଳସ୍ୱରୂପ ସେହି ପ୍ରାଣୀ ସଦ୍ୟ ମୋକ୍ଷପ୍ରାପ୍ତ ହୁଏ।

ସମ୍ବନ୍ଧିତ ଖବର