ମାସକୁ ମାତ୍ର ୬୪ଟଙ୍କା ଭଡ଼ା ଦେଇ ମୁମ୍ବାଇରେ ଥିବା ଏହି ଫ୍ଲାଟ୍‌ରେ ରହି ପାରିବେ, କିନ୍ତୁ ଗୋଟିଏ ସର୍ତ୍ତରେ…

ମୁମ୍ବାଇ : ଦକ୍ଷିଣ ମୁମ୍ବାଇର ବିଳାସପୁର୍ଣ୍ଣ ତାରାଦିଓ କ୍ଷେତ୍ରରେ ଏକ ଫ୍ଲାଟ୍‌ ଏବେ ଭଡ଼ାରେ ଉପଲବ୍ଧ ଥିବା ଜଣା ପଡ଼ିଛି । ଆପଣ ମାସକୁ ମାତ୍ର ୬୪ଟଙ୍କା ଦେଇ ଏହି ଫ୍ଲାଟ୍‌ରେ ରହି ପାରିବେ । ମୁମ୍ବାଇର ତାରାଦିଓ ଭଳି ଅଞ୍ଚଳରେ ୮୦୦ସ୍କୋୟାର ଫୁଟ୍‌ର ଫ୍ଲାଟ୍‌ରେ ରହିବାର ସମସ୍ତଙ୍କର ସ୍ୱପ୍ନ ରହିଥିବା ବେଳେ ଫ୍ଲାଟ୍‌ର ଭଡ଼ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏତେ କମ ଭଡ଼ା ପଛରେ କାରଣ ମଧ୍ୟ ସେଭଳି ରହିଛି । ଏତେ କମ ଭଡ଼ା ଥାଇ ମଧ୍ୟ ୧୧ବର୍ଷ ହେଲାଣି ଘର ଖାଲି ପଡ଼ିଥିବା ଜଣା ପଡ଼ିଛି ।

The Indian Express

ସୂଚନା ମୁତାବକ, ଆର୍‌ଡି ମହାଲକ୍ଷ୍ମୀଓ୍ଵାଲା କମ୍ୟୁନିଟି ଚାରିଟି ବିଲ୍‌ଡିଂ ଟ୍ରଷ୍ଟ ଏକ ପାର୍‌ସୀ ସମୁଦାୟ ଟ୍ରଷ୍ଟ ହୋଇଥିବା ବେଳେ ୧୯୪୦ମସିହାରେ ମୁମ୍ବାଇ ପୁଲିସ ସହ ଏହି ଟ୍ରଷ୍ଟ ଏକ ରାଜିନାମା କରିଥିଲା । ଯେଉଁଥିରେ ଫ୍ଲାଟ୍‌ଟି କେବଳ ପାର୍‌ସୀ ପୁଲିସ ଅଫିସରଙ୍କୁ ହିଁ ଦିଆଯିବା ନେଇ ଲେଖା ଯାଇଥିଲା । କିନ୍ତୁ ଏବେ ମୁମ୍ବାଇ ପୁଲିସରେ ମାତ୍ର ଦୁଇ ଜଣ ପାର୍‌ସୀ ପୁଲିସ ଅଫିସର ଥିବା ଜଣା ପଡ଼ିଛି । ଜଣେ ମୁମ୍ବାଇ ବାହାରେ ମୁତୟନ ଥିବା ବେଳେ ଆଉ ଜଣଙ୍କ ପାଖରେ ନିଜର ଫ୍ଲାଟ୍‌ ରହିଛି । ଏହି କାରଣ ପାଇଁ ୧୧ବର୍ଷ ହେଲାଣି ଫ୍ଲାଟ୍‌ଟି ଖାଲି ପଡ଼ିଛି । ଏ ସମସ୍ୟାକୁ ଆଖି ଆଗରେ ରଖି ମୁମ୍ବାଇ ପୁଲିସ କରିଥିବା ରାଜିନାମାକୁ ହଟାଇବା ପାଇଁ ଟ୍ରଷ୍ଟ ସହ କଥାବାର୍ତ୍ତା ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର