‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଲାଗି ଟାସ୍କ ଫୋର୍ସ

ମୁମ୍ବାଇ: କେନ୍ଦ୍ର ସରକାର ମହିଳା ଭ୍ରୂଣ ହତ୍ୟା ରୋକିବା ଲାଗି ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଚଳାଇଛନ୍ତି। ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ ଓ ସୁଦୂର ପ୍ରସାରୀ କରିବା ଲାଗି ମୁମ୍ବାଇର ଜିଲ୍ଲାପାଳ ଟାସ୍କ ଫୋର୍ସ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଫୋର୍ସ ନାଗରିକମାନଙ୍କୁ ମହିଳା ଭ୍ରୂଣ ହତ୍ୟା ରୋକିବା ଓ ଝିଅମାନଙ୍କୁ ଶିକ୍ଷିତ କରିବା ଲାଗି ସଚେତନ କରାଇବ। ଏହି ଟାସ୍କ ଫୋର୍ସରେ ସାମାଜିକ ସଂସ୍ଥା, ଡାକ୍ତର ,ଶିକ୍ଷାବିତ୍‌, ବିଏମ୍‌ସିର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସାମିଲ କରାଯିବ।

ଏ ସଂପର୍କରେ ଜିଲ୍ଲାପାଳ ବିଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହିତ ଆଲୋଚନା ଚଳାଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ଅଞ୍ଚଳ ଗସ୍ତ କରି ‘ବେଟି ବଚାଓ ବେଟି ପଢାଓ’ ଯୋଜନା କିଭଳି ଲାଗୁ ହୋଇଛି ଓ କେଉଁଠାରେ ଏହାର ପ୍ରତିବନ୍ଧକ ରହୁଛି,ସେ ସଂପର୍କରେ ଅନୁଧ୍ୟାନ କରିବ । ତାପରେ ଟାସ୍କ ଫୋସ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର