ପ୍ରଧାନମନ୍ତ୍ରୀ ଭାଷଣରେ ଦେଇଥିବା ପଦ୍ଧତିକୁ ଅପଣାଇ ନଳାରୁ ବାହାରୁ ଥିବା ଗ୍ୟାସରୁ ଏପରି ଚା’ ବନାଉଛନ୍ତି ଚା’ବ୍ୟବସାୟୀ

ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଳାରୁ ବାହାରୁଥିବା ଗ୍ୟାସରୁ ଚା’ ବନାଇବାର ପଦ୍ଧତି ସେୟାର କରିଥିଲେ। ସୋସିଆଲ ମିଡିଆରେ ମୋଦିଙ୍କ ଏହି ଭିଡିଓ ବି ଖୁବ୍‌ ଭାଇରାଲ ହୋଇଥିଲା ଓ ଇଣ୍ଟରନେଟ ବ୍ୟବହାରକାରୀ ଏହାର ଖୁବ୍‌ ମଜା ବି ଉଡାଇଥିଲେ। ଅନ୍ୟପକ୍ଷରେ ଗାଜିଆବାଦର ଚା’ ବ୍ୟବସାୟୀ ପ୍ରଧାନମନ୍ତ୍ରୀଙ୍କ ଏହି ଚା’ ବନେଇବା ଶୈଳୀକୁ ଆପଣାଇ ଚା’ ପ୍ରସ୍ତୁତି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଠାରେ ଜଣେ କଲେଜ ଛାତ୍ର ନଳାରୁ ବାହାରୁଥିବା ଗ୍ୟାସକୁ ଏକାଠି କରି ତାହାକୁ ନିଆଁରେ କିପରି ପରିଣତ କରି ଚା’ ପ୍ରସ୍ତୁତ ହେବ ସେନେଇ ଶିଖାଉଛନ୍ତି।

ଦିଲ୍ଲୀର ଗାଜିଆବାଦର ସାହିବାବାଦ ନଳାରୁ ବାହାରୁଥିବା ଗ୍ୟାସରୁ ଚା’ ବନାଇବା ପାଇଁ ଚେଷ୍ଟା କରାଯାଉଛି। ରାମୁ ନାମକ ଜଣେ ଚା’ ବ୍ୟବସାୟୀ ନଳାରୁ ବାହାରୁଥିବା ଗ୍ୟାସକୁ ବ୍ୟବହାର କରି ଚା’ ବନାଉଛନ୍ତି। ଏହି ପଦ୍ଧତିକୁ ଜଣେ ଛାତ୍ର ଦ୍ୱାରା ଡେଭଲପ୍‌ କରାଯାଇଛି। ସାହିବାବାଦର ଇନ୍ଦ୍ରପ୍ରସ୍ଥ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ର ଏମିତି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ନଳାର ଗ୍ୟାସକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଚେଷ୍ଟା ଚଳାଯାଉଛି।

ଏହି ପ୍ରକଳ୍ପକୁ ଅଭିଶେକ ବର୍ମା ନାମକ ଜଣେ ଛାତ୍ର ବନାଇଛନ୍ତି। ଏହି ଛାତ୍ରଙ୍କ କହିବାନୁସାରେ, ୨୦୦ଲିଟରର ଡ୍ରମ୍‌କୁ ନଳା ମଧ୍ୟରେ ରଖି ଏଥିରୁ ବାହାରୁଥିବା ମିଥେନ୍‌ ଗ୍ୟାସକୁ ପ୍ରଥମେ ଏକାଠି କରିବାକୁ ପଡ଼ିବ। ତା’ପରେ ଡ୍ରମ୍‌ ଭିତରେ ଭରିଥିବା ଗ୍ୟାସକୁ ଏକ ପାଇପ୍‌ ଜରିଆରେ ଆବଶ୍ୟକ ସ୍ଥାନରେ ପହଞ୍ଚା ଯିବ। ଡ୍ରମ୍‌ଟି ଯେମିତି ହଲିବ ନାହିଁ, ତାହାକୁ ଲୁହାର ଏକ ପିଞ୍ଜରା ମଧ୍ୟରେ ରଖା ଯିବ। ଏହି ପ୍ରକଳ୍ପ ପାଇଁ ମାତ୍ର ୫୦୦୦ଟଙ୍କାର ଖର୍ଚ୍ଚ ଆସିଥାଏ।

କଲେଜର ଦାବି ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣରେ ନଳାରୁ ବାହାରୁଥିବା ଗ୍ୟାସକୁ କିପରି ବ୍ୟବହାର ଉପଯୋଗୀ କରି ଚା’ ବନାଇ ହେବ ବୋଲି କହିଥିଲେ। ଅଭିଶେକ ୨୦୧୪ରେ ଏହି ପ୍ରୋଜେକ୍ଟ ଜରିଆରେ ଚା’ ବ୍ୟବସାୟୀଙ୍କୁ ଗ୍ୟାସ ବିତରଣ କରୁଥିଲା କିନ୍ତୁ ନଗର ନିମଗ ଏହାକୁ ବନ୍ଦ କରି ଦେଇଥିଲେ। ଏବେ ଦ୍ୱିତୀୟ ଥର ଏହି ପ୍ରକଳ୍ପ ଆରମ୍ଭ କରିଛି ସେ।

ସମ୍ବନ୍ଧିତ ଖବର