ଚା’ ବିକି ମାସକୁ ମାତ୍ର ୬ ହଜାର ଟଙ୍କା ରୋଜଗାର କରନ୍ତି ବାପା ! ଝିଅକୁ ମିଳିଲା ୨ କୋଟିର ସ୍କଲାରସିପ୍, ଆମେରିକାର ବାବସନ୍ କଲେଜରେ ପଢ଼ିବ ପାଠ

ଲକ୍ଷ୍ନୌ: ପ୍ରତି ବାପା-ମାଙ୍କର ସ୍ବପ୍ନ ଥାଏ ସୋମନଙ୍କ ପିଲା ତାଙ୍କ ଠାରୁ ଅଧିକ ସଫଳ ହୁଅନ୍ତୁ। ସେଥିପାଇଁ ନିଜ ପିଲାମାନଙ୍କୁ ଭଲ ପାଠ ପଢାଇବା ପାଇଁ ବାପା ମା’ ମାନେ ଅନେକ ପରିଶ୍ରମ କରିଥାନ୍ତି । ଯେଉଁ ପିଲାମାନେ ତାଙ୍କ ଅଭିଭାବକଙ୍କର ପରିଶ୍ରମର ସଦୁପଯୋଗ କରି ଜୀବନରେ ସଫଳତା ହାସଲ କରିଥାନ୍ତି, ସେମାନେ ପ୍ରଶଂସାର ପାତ୍ର ହୁଅନ୍ତି। । ସେହିଭଳି ଜଣେ ସୁନାପିଲା ହେଉଛନ୍ତି ୧୭ ବର୍ଷୀୟା ସୁଦୀକ୍ଷା ଭାଟି । ଉତ୍ତରପ୍ରଦେଶର ବୁଲନ୍ଦସହରର ବାସିନ୍ଦା ତଥା ଜଣେ ସାଧାରଣ ଚା’ବିକାଳିଙ୍କ ଝିଅ ସୁଦୀକ୍ଷା ଆମେରିକାରେ କଲେଜ ପାଠ ପଢ଼ିବା ଲାଗି ପାଇଛନ୍ତି ୧.୯୨ କୋଟିର ସ୍କଲାରସିପ୍। ତାଙ୍କର ବାପା ଚାହା ବିକି ପରିବାର ଚଳାନ୍ତି । ଗରର ମାସିକ ଆୟ ମାତ୍ର ୬,୦୦୦ ଟଙ୍କା । ଅନେକ ଦୁଃଖ କଷ୍ଟ ଭିତରେ ଚଳିଥିବା ସୁଦୀକ୍ଷାଙ୍କ ସ୍ୱପ୍ନ ଏବଂ ପରିଶ୍ରମ ତାଙ୍କୁ ସଫଳତାର ଶୀର୍ଷକୁ ନେଇଯାଇଛି । ଏବେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯାଉଛନ୍ତି ଏବଂ ନିଜ ପରିବାର ଲାଗି ଗୌରବ ଆଣିଛନ୍ତି। ।

YouTube

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକାର ମାସାଚୁଟସରେ ଥିବା ବାବସନ୍ କଲେଜରେ ପଢିବା ପାଇଁ ୧.୯୨ କୋଟି ଟଙ୍କାର ସ୍କଲାରସିପ୍ ମିଳିଛି ସୁଦୀକ୍ଷାଙ୍କୁ । ଏବେ ସେ ନିଜ ସ୍ୱପ୍ନ ପୂରଣ କରିପାରିବେ । ସୁଦୀକ୍ଷା ସିବିଏସଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ହାସଲ କରିବା ସହ ନିଜ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପାଠ ପଢିବା ସହ ସୁଦୀକ୍ଷା ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି ଏବଂ ସେ ଏକ ମହିଳା ସଂଗଠନ ସହ ମଧ୍ୟ ଜଡିତ ଅଛନ୍ତି। ଏହି ସଂସ୍ଥା ମହିଳାମାନଙ୍କ ବିରୋଧରେ ବଢୁଥିବା ଅପରାଧକୁ ବିରୋଧ କରିବାର କାର୍ଯ୍ୟ କରିଥାନ୍ତି । ଗଣମାଧ୍ୟମକୁ ସୁଦୀକ୍ଷା କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି ଅଛନ୍ତି ଯେ ସେ ଆମେରିକାରେ ପାଠ ପଢିବେ ଏବଂ ନିଜ ସ୍ୱପ୍ନ ପୁରା କରିବେ ।

ସମ୍ବନ୍ଧିତ ଖବର