ଚା’ ବ୍ୟବସାୟୀଙ୍କ କନ୍ୟାଙ୍କୁ ଆମେରିକାରେ ମିଳିବ ୨କୋଟି ଟଙ୍କା

ଲକ୍ଷ୍ମୌ: ଇଚ୍ଛା ଓ ନିଜ ଉପରେ ଯଦି ଆତ୍ମବିଶ୍ୱାସ ରହିଛି ତେବେ କୌଣସି କାମ ବି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଛୋଟ ଗ୍ରାମରେ ୧୭ବର୍ଷୀୟ ସୁଦୀକ୍ଷା ଭାଟି ନିଜର ଇଚ୍ଛା ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ସଫଳତାର ହାସଲ କରିଛନ୍ତି। ସୁଦୀକ୍ଷାଙ୍କୁ ଆମେରିକାର ଏକ କଲେଜରେ ଅଧ୍ୟୟନ କରିବା ପାଇଁ ୧.୯୨କୋଟି ଟଙ୍କାର ଛାତ୍ରବୃତ୍ତି ମିଳିବା ନେଇ ସୁନିଶ୍ଚିତ ହୋଇଛି।

ସୁଦୀକ୍ଷାଙ୍କ ପିତା ଜଣେ ଚା’ ବିକାଳି। ପ୍ରତିଦିନ ଚା’ ବିକ୍ରି କରି ସେ ନିଜର ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଆସନ୍ତୁ ଜାଣିବା ସୁଦୀକ୍ଷାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ସୁଦୀକ୍ଷା ଭାଟିଙ୍କ ପିତାଙ୍କ ବୁଲନ୍ଦସହରର ଧୁମ୍‌ ମଣିକପୁର ଗ୍ରାମରେ ଏକ ଛୋଟ ଚା’ ଦୋକାନ ରହିଛି। ପାଠପଢ଼ାରେ ସୁଦୀକ୍ଷାଙ୍କ ଅର୍ଥ ବାଧା ସୃଷ୍ଟି କରିବା ହେତୁ ୨୦୦୯ରେ ସେ ସ୍କୁଲ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ସିନା କିନ୍ତୁ ପାଠପଢ଼ା ସେପରି ଜାରି ରଖିଥିଲେ। କଠିନ ପରିଶ୍ରମ ହେତୁ ୪ବର୍ଷର ଇଟର୍ଣ୍ଣସିପ୍‌ କରିବା ପାଇଁ ସୁଦୀକ୍ଷା ଆମେରିକାର ମେସାଚୁସେଟ୍‌ସର ପ୍ରତିଷ୍ଠିତ ବାବସନ କଲେଜକୁ ଯିବେ। ଏହି କଲେଜ ଆମେରିକାର ଏକ ପ୍ରସିଦ୍ଧ କଲେଜ। ସୁଦୀକ୍ଷା ଏବେ ନିଜର ଭିସାର ଅପେକ୍ଷା କରିଛନ୍ତି।

ସୁଦୀକ୍ଷା ସିସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮ ପ୍ରତିଶିତ ନମ୍ବର ରଖିବା ସହିତ ବୁଲନ୍ଦସହର ଜିଲ୍ଲାରେ ଟପ୍ପର ହୋଇଥିଲେ। ସେ ଖୁବ୍‌ ଶୀଘ୍ର ଆମେରିକାର ପ୍ରତିଷ୍ଠିତ କଲେରେ ଅନ୍ୟ ୨୪ଜଣ ଭାରତୀୟ ଛାତ୍ରଙ୍କ ସହିତ ସାମିଲ ହେବ, ଯେଉଁମାନେ କି ଏହି ବର୍ଷ ବାବସନ କଲେଜକୁ ଯିବେ।

ସମ୍ବନ୍ଧିତ ଖବର