ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ସ୍କୁଲରେ ଏକ ଘଣ୍ଟା ଅଧିକ ରହିବେ ସରକାରୀ ଶିକ୍ଷକ!

ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ସରକାରୀ ସ୍କୁଲରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଶିକ୍ଷା ଓ ଶିକ୍ଷକ ଯେପରି ବିପରୀତ ଦିଗକୁ ଯାଉଛନ୍ତି ସେପରି ପ୍ରତୀୟମାନ ରହୁଛି। ବର୍ତ୍ତମାନ ଶିକ୍ଷାକୁ ଡିଗ୍ରି ସହ ତୁଳନା କରାଯାଉଛି। ତେବେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରୁଛନ୍ତି। ତଥାପି ସେପରି କିଛି ଆଖିଦୃଶିଆ ଫଳ ଦେଖିବା ପାଇଁ ମିଳୁନାହିଁ ଯ

ତେବେ ନିକଟରେ ଶିକ୍ଷା ବିଭାଗ ତରଫରୁ ନୂଆ ସର୍କୁଲାର ପ୍ରସ୍ତୁତ କରାଯାଇଛି। ଯେଉଁଠି ସରକାରୀ ଶିକ୍ଷକଙ୍କୁ ସ୍କୁଲ ପିଲାଙ୍କ ଛୁଟି ପରେ ଅଧିକ ଏକ ଘଣ୍ଟା ରହିବା ପାଇଁ ପଡ଼ିବ। ସୂଚନା ଅନୁସାରେ ଯେଉଁ ପିଲାମାନେ କ୍ଲାସରେ ଭଲରେ ପାଠ ବୁଝି ପାରୁନାହାନ୍ତି, ସେମାନଙ୍କ ପାଇଁ ଏହି ଏକ ଘଣ୍ଟା ସମୟ ରହିବ। ଉକ୍ତ ଛାତ୍ରଛାତ୍ରୀମାନେ ଏହି ସମୟରେ ଶିକ୍ଷକଙ୍କୁ ବୁଝି ନଥିବା ପାଠ ପଚାରି ବୁଝିପାରିବେ। ଏହି ନିୟମ ସମସ୍ତ ସରକାରୀ ସ୍କୁଲ ଗୁଡ଼ିକ ପାଇଁ ଲାଗୁ କରାଯିବ। ତେବେ ଏହି ନିୟମ ଏବେ ଚଣ୍ଡୀଗଡ଼ରେ ଲାଗୁ ହେବାକୁ ଯାଉଛି।

photo by : Hindustan Times

ଚଣ୍ଡୀଗଡ଼ରେ ଛୁଟି ପରେ ବି ପାଠରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ଯଦି ଅଧିକ ସମୟ ରୁହନ୍ତି, ତେବେ ତାଙ୍କ ପାଇଁ ସୁବିଧା ହେବ। କୌଣସି ଅସୁବିଧା ଥିଲେ ବିନା ଦ୍ୱିଧାରେ ସେମାନେ ପଚାରି ପାରିବେ। ରାଇଟ ଟୁ ଏକ୍ସୁକେସନ ଆକ୍ଟ ଅନୁସାରେ ଜଣେ ଶିକ୍ଷକଙ୍କୁ ସପ୍ତାହରେ ୪୨ ଘଣ୍ଟା ସ୍କୁଲରେ ରହିବା ଜରୁରୀ। ତେଣୁ ଏଥିପାଇଁ ଶିକ୍ଷକଙ୍କୁ ଅଧିକ ୭ ଘଣ୍ଟା ଦେବାକୁ ପଡ଼ିବ। ଶିକ୍ଷକଙ୍କୁ ସ୍କୁଲରେ ଅତିରିକ୍ତ ଏକ ଘଣ୍ଟା ରହିବାର ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି। ଏହାକୁ ବିଭାଗର ସମସ୍ତ ଅଧିକାରୀ ମଞ୍ଜୁରୀ ଦେଇସାରିଛନ୍ତି। ଜୁନ ମାସର ଶେଷ ସପ୍ତାହରେ ଏହାକୁ ସ୍କୁଲ ପାଇଁ ସର୍କୁଲାର ଅନୁସାରେ ଜାରି କରିଦିଆଯିବ। ଆଉ ଏହି ସର୍କୁଲାର ଜାରି ହେବା ପରେ ସମସ୍ତ ସର୍କୁଲରେ ଶିକ୍ଷକଙ୍କୁ ଏହି ନିୟମ ମାନିବା ପାଇଁ ପଡ଼ିବ।

ତେବେ ଏହି ପ୍ରସ୍ତାବରେ ଶିକ୍ଷା ବିଭାଗର ୟୁନିୟନ୍‌ ବିରୋଧ କରୁଛି। ୟୁନିୟନର ପ୍ରେସିଡ଼େଣ୍ଟ ଦାବି କରିଛନ୍ତି ଛୁଟି ପରେ ଯଦି ସମସ୍ତ ପିଲା ପଳାଇ ଯାହାନ୍ତି, ତେବେ ସ୍କୁଲରେ ଶିକ୍ଷକମାନେ ଅଧିକ ଏକ ଘଣ୍ଟା ରହିବା କିଛି ଜରୁରୀ ନାହିଁ। ତେବେ ଆଗକୁ ଏହି ନୂଆ ସର୍କୁଲାର ଦ୍ୱାରା ପିଲାମାନେ କେତେ ଉପକୃତ ହେଉଛନ୍ତି କି ନାହିଁ ଦେଖିବା ପାଇଁ ବାକି ରହିବ।

ସମ୍ବନ୍ଧିତ ଖବର