୯୯ଟି ପୁରୁଣା ସ୍ମାର୍ଟଫୋନ ସାହାଯ୍ୟରେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ କରିଦେଲେ ଯୁବକ, ଗ୍ରୀନ୍‌ ବଦଳରେ ରେଡ୍‌ ହୋଇଗଲା ସିଗନାଲ

ଜାଣନ୍ତୁ କେମିତି ହେଲା ସମ୍ଭବ

ନୂଆଦିଲ୍ଲୀ: ଆପଣ ଆଗରୁ ଗୁଗଲ ଆକାଉଣ୍ଟ ବା ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହେବା ଖବର ଶୁଣିଥିବେ ନିଶ୍ଚୟ। କିନ୍ତୁ କେବେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ ହେବା ଖବର ଆପଣ ଶୁଣିଥିଲେ କି? କଥାଟି ବିଶ୍ୱାସ କରି ହେଉନଥିଲେ ମଧ୍ୟ ସତ। ଜଣେ ଯୁବକ ୯୯ଟି ପୁରୁଣା ସ୍ମାର୍ଟଫୋନ ଜରିଆରେ ଗୁଗଲ ମ୍ୟାପକୁ ହ୍ୟାକ୍‌ କରିିଥିବା ଜଣା ପଡ଼ିଛି। ଯୁବକଜଣଙ୍କ ଗୁଗଲ ମ୍ୟାପରେ ଦିଆଯାଇଥିବା ସୁବିଧାର ଫାଇଦା ଉଠାଇ ଏଭଳି କରିଥିବା ସାମ୍ନାକୁ ଆସିଛି।

ଯୁବକଙ୍କ ନାଁ ସିମୋନ ୱେକର୍ଟ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ କରି ଟ୍ରାଫିକର ସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ। ଯେଉଁଠି ଲୋକଙ୍କୁ ଗ୍ରୀନ୍‌ ସିଗନାଲ ଦେଖାଇବା କଥା ସେଠାରେ ଲୋକେ ରେଡ୍‌ ସିଗନାଲ ଦେଖିବାକୁ ପାଇଥିଲେ। ରାସ୍ତାରେ ଭିଡ଼ ନଥାଇ ମଧ୍ୟ ଲୋକଙ୍କୁ ଗୁଗଲ ମ୍ୟାପରେ ପ୍ରବଳ ଭିଡ଼ ଥିବା ଦେଖାଇଥିଲା। ଏଭଳି କରିବା ପାଇଁ ସିମୋନ ୱେକର୍ଟ ୯୯ଟି ସ୍ମାର୍ଟଫୋନ ନେଇ ଟ୍ରାଫିକ୍‌ ନଥିବା ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ। ସବୁ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍‌ ଆକ୍ଟିଭ୍‌ ରହିଥିବା ବେଳେ ଫୋନର ଲୋକେସନକୁ ମଧ୍ୟ ଆକ୍ଟିଭ୍‌ କରିଥିଲେ ସିମୋନ ୱେକର୍ଟ। ଏଭଳି କରିବା ଦ୍ୱାରା ସେ ଯେଉଁ ଖାଲି ରାସ୍ତା ଦେଇ ଯାଉଥିଲେ, ଗୁଗଲ ମ୍ୟାପରେ ଲୋକଙ୍କୁ ଟ୍ରାଫିକ୍‌ ଜାମ୍‌ ଦେଖାଉଥିଲା। କାରଣ ଏକା ସାଙ୍ଗରେ ୯୯ଟି ଫୋନର ଲୋକେସନ ସହ ଗୁଗଲ ମ୍ୟାପ ଆକ୍ଟିଭ୍‌ ଥିବାରୁ ଏଭଳି ଦେଖାଇଥିଲା। ସିମୋନ ୱେକର୍ଟ ଯେଉଁ ବାଟ ଦେଇ ଯାଉଥିଲେ, ସେହି ରାସ୍ତାର ଗ୍ରୀନ୍‌ ସିଗନାଲ ଲୋକଙ୍କୁ ରେଡ୍‌ ଦେଖାଉଥିଲା।

Image result for /tech-man-hacked-google-map-traffic-flow-with-99-second-hand-smartphones-in-a-cart"
Lehren

ଏଭଳି କରିବା ପାଇଁ ସିମୋନ ୱେକର୍ଟ ଗୁଗଲ ମ୍ୟାପରେ ମିଳୁଥିବା ସୁବିଧାକୁ ଭିନ୍ନ ବାଟରେ ବ୍ୟବହାର କରିଥିଲେ। କୌଣସି ଅଞ୍ଚଳର ଟ୍ରାଫିକ ସ୍ଥିତି ଲୋକଙ୍କୁ ଜଣାଇବା ପାଇଁ ଗୁଗଲ ମ୍ୟାାପ ସେହି ଅଞ୍ଚଳରେ ଆକ୍ଟିଭ୍‌ ଥିବା ଫୋନର ଲୋକେସନକୁ ବ୍ୟବହାର କରିଥାଏ। ଏହା ଜରିଆରେ ସେହି ଅଞ୍ଚଳର ଟ୍ରାଫିକ୍‌ ସିଗନାଲରେ କେତେ ଲୋକ ଅଛନ୍ତି ସେ ନେଇ ଲୋକମାନଙ୍କୁ ସୂଚନା ଦେଇଥାଏ ଗୁଗଲ ମ୍ୟାପ୍‌। ଗୁଗଲ ମ୍ୟାାପର ଏହି ସୁବିଧାର ଫାଇଦା ଉଠାଇ ସିମୋନ ୱେକର୍ଟ ୯୯ଟି ସ୍ମାର୍ଟଫୋନକୁ ଏକା ସାଙ୍ଗରେ ଧରି ବୁଲିଥିଲେ। ଯାହାଦ୍ୱାରା ଲୋକଙ୍କୁ ଗୁଗଲ ମ୍ୟାପରେ ଟ୍ରାଫିକ ନଥିବା ସ୍ଥାନ ଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ଅଛି ବୋଲି ଦେଖାଇଥିଲା।

ସମ୍ବନ୍ଧିତ ଖବର