ଘୋଡ଼ା ଚଢ଼ି ଅଫିସ ଗଲେ ସଫ୍ଟଓୟାର ଇଞ୍ଜିନିୟର, କାରଣ ଜାଣିଲେ ଅାଶ୍ଚର୍ଯ୍ୟ ହେବେ

ପିଲାନୀ: ବିଜ୍ଞାନର ଅଗ୍ରଗତି ସହିତ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଘଟିଛି। ଦେଶ ଏବେ ବୁଲେଟ୍‌ ଟ୍ରେନ୍‌ କଥା ଚିନ୍ତା କରୁଥିବା ବେଳେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଘୋଡ଼ା ଚଢ଼ି ତାଙ୍କ କାର୍ଯ୍ୟାଳୟକୁ ଯିବା ଘଟଣା ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବେଶ୍‌ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି।

ରୁପେଶ କୁମାର ବର୍ମା ନାମକ ଜଣେ ସଫ୍ଟଓୟାର ଇଞ୍ଜିନିୟର ବେଙ୍ଗାଲୁରର ଇଜିଏଲ କମ୍ପାନିରେ କାର୍ଯ୍ୟ କରନ୍ତି। ତେବେ ଗତ ଗୁରୁବାର ଦିନ ଶ୍ରୀ ବର୍ମା ଯେଉଁ ନାଟକ କଲେ ତାକୁ ନେଇ ଏବେ ଚର୍ଚ୍ଚ। ସେଦିନ ସକାଳ ୭ଟା ବେଳେ ଶ୍ରୀ ବର୍ମା ଏକ ଘୋଡ଼ାରେ ଚଢ଼ି ଘରୁ ବାହାରିଲେ। ସେ ଅଫିସରେ ପହଞ୍ଚିବା ବେଳେକୁ ଦିନ ଦୁଇଟା। ତାଙ୍କୁ ଓ ତାଙ୍କ ଘୋଡ଼ାକୁ ଇଜିଏଲ କ୍ୟାମ୍ପସ ଭିତରକୁ ଯିବା ପାଇଁ ସେଠାରେ ମୂତୟନ ଥିବା ସିକ୍ୟୁରିଟି ଗାର୍ଡ଼ ଅନୁମତି ଦେଇ ନ ଥିଲେ। ପରେ ଘୋଡ଼ା ଏକ ବାହନ ବୋଲି ଯୁକ୍ତି କରି ଶ୍ରୀ ବର୍ମା କ୍ୟାମ୍ପସ ଭିତରକୁ ଯାଇଥିଲେ। ଶ୍ରୀ ବର୍ମା ଘୋଡ଼ାରେ ଯିବା ବେଳେ ସେଥିରେ ଲେଖିଥିଲେ ‘ସଫ୍ଟଓୟାର ଇଞ୍ଜିନିୟର ଭାବେ ଶେଷ କାର୍ଯ୍ୟଦିବସ’। ଏହି ବିରଳ ପରିବହନ ବ୍ୟବସ୍ଥାକୁ ଆପଣେଇ ଥିବା ଶ୍ରୀ ବର୍ମାକୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ନିଜ ଚାକିରି ନେଇ ତାଙ୍କ ଭିତରେ ନୈରାଶବାଦ ସୃଷ୍ଟି ହୋଇଥିଲା।

ସେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଭାବେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିର ବହୁ ବହୁ ସମସ୍ୟାର ସମାଧାନ କରୁଛନ୍ତି, ତାହା ପୁଣି ବିଦେଶୀ କମ୍ପାନିଗୁଡ଼ିକ ପାଇଁ। ଯଦି ସେ ନିଜେ କିଛି କରି ନିଜ ଦେଶରର ସମସ୍ୟା ଦୂର କରିପାରିବେ ସେହି ଚିନ୍ତା ନେଇ ସେ ଏପରି ଏକ ଘୋଡ଼ା ଚଢ଼ା ଉଦ୍ୟମ କରିଥିଲେ। ଏଥିରେ ତାଙ୍କୁ ତାଙ୍କ ସାଙ୍ଗମାନେ ସହଯୋଗ ଦେଇଥିଲେ। ୧ ମାସ ଧରି ଘୋଡ଼ା ଚଢ଼ା ଶିଖିବା ପରେ ସେ ଏହି ଘୋଡ଼ା ଚଢ଼ି ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ଖୁବ୍‌ ଶୀଘ୍ର ସେ ଏକ ଷ୍ଟାର୍ଟ ଅପ୍‌ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ବର୍ମା କହିଛନ୍ତି। ଘୋଡ଼ା ଚଢ଼ିବା ପ୍ରସଙ୍ଗରେ ଶ୍ରୀ ବର୍ମା କହିଛନ୍ତି ବେଙ୍ଗାଲୁର ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ ଯୋଗୁଁ ବାୟୁ ପ୍ରଦୁଷଣ ହେଉଛି। ଏହାର ଏକ ପ୍ରତୀକାତ୍ମକ ବିରୋଧ ଭାବେ ସେ ଘୋଡ଼ା ଚଢ଼ି କାର୍ଯ୍ୟାଳୟକୁ ଯାଇଥିଲେ ବୋଲି ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର