ଏ ଯୁଗର ଶାହାଜାହାନ୍‌ : ସ୍ତ୍ରୀ ପାଇଁ ତିଆରି କଲେ ମନ୍ଦିର; ପ୍ରତିଦିନ ପ୍ରତିମୂର୍ତ୍ତିରେ ଚଢ଼ାଉଛନ୍ତି ଫୁଲ

0 600

ହାଇଦ୍ରାବାଦ୍‌ : ଦୁନିଆରେ ଭଲ ପାଇବାକୁ ନେଇ ଅନେକ କଥା ରହିଛି । କିଛି ଲୋକ ଭଲ ପାଇବାକୁ ନେଇ ନିଜ ଜୀବନ ହାରିଥିବା ବେଳେ କିଛି ଲୋକ ନିଜ ଭଲ ପାଇବାକୁ ଅମର ରଖିବା ପାଇଁ ବଡ଼ ବଡ଼ ମନ୍ଦିର ଗଢ଼ିଛନ୍ତି । ପୂର୍ବରୁ ନିଜର ପ୍ରେମକୁ ଅମର ରଖିବା ପାଇଁ ମୋଗଲ ସମ୍ରାଟ ଶାହାଜାହାନ୍‌ ତାଜ୍‌ମହଲ ତିଆରି କରିଥିଲେ, ଯାହା ଏବେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ପାଲଟିଛି । ଏବେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିଥିବା ଖବର ଚର୍ଚ୍ଚାର ପରିସରକୁ ଆସିଛି । ତେଲେଙ୍ଗାନାର ଜଣେ ଯୁବକ ନିଜ ସ୍ତ୍ରୀଙ୍କ ବିୟୋଗ ପରେ ତାଙ୍କୁ ଅମର କରି ରଖିବା ପାଇଁ ଏକ ମନ୍ଦିର ତିଆରି କରିଥିବା ଜଣାପଡ଼ିଛି ।

indiatoday.in

ସୂଚନା ମୁତାବକ, ତେଲେଙ୍ଗାନାର ଚନ୍ଦ୍ରଗୌଡ଼ ବିଦ୍ୟୁତ ବିଭାଗରେ କାମ କରନ୍ତି । ତାଙ୍କ ସ୍ତ୍ରୀ ରାଜମଣିଙ୍କ ଦେହ ଅଚାନକ ଖରାପ ହୋଇଯିବା ପରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଧର୍ମପତ୍ନୀଙ୍କ ବିୟୋଗ ପରେ ତାଙ୍କୁ ସବୁଦିନ ପାଇଁ ଜୀବନ୍ତ ରଖିବା ପାଇଁ ଚନ୍ଦ୍ରଗୌଡ଼ ଏକ ମନ୍ଦିର ତିଆରି କରିଥିଲେ । ଏହି ମନ୍ଦିରରେ ଚନ୍ଦ୍ରଗୌଡ଼ ନିଜ ସ୍ତ୍ରୀ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପ୍ରତିଦିନ ଆସି ନିଜ ସ୍ତ୍ରୀଙ୍କୁ ଫୁଲ-ଧୂପ ଦେଇ ପୂଜା କରିଥାନ୍ତି । ଏମିତି ଏକ ମନ୍ଦିର ଥିବା ଜାଣି ବାହାରୁ ଲୋକ ମଧ୍ୟ ଏଠାକୁ ଆସିଥାନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.