ଏଣିକି ଇନକମିଂ ସୁବିଧା ପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ରିଚାର୍ଜ କରିବାକୁ ପଡ଼ିବ ୩୫ ଟଙ୍କା, ନ ହେଲେ ବନ୍ଦ ହୋଇଯିବ ଇନକମିଂ ସେବା!

ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ବଜାରକୁ ପ୍ରବେଶ କରିବା ପରେ ଅନ୍ୟ କମ୍ପାନୀର ବ୍ୟବସାୟ ଠପ୍ ହୋଇଯାଇଥିଲା । କମ୍ପାନୀ ଗୁଡ଼ିକ ବଜାରରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ଅଳ୍ପ ମୂଲ୍ୟରେ ବିଭିନ୍ନ ଅଫର ଉପସ୍ଥାପନ କରିବା ପାଇଁ ବାଧ୍ୟହୋଇଥିଲେ । ଟେଲିକମ୍ କମ୍ପାନୀ ଗୁଡ଼ିକ ରିଲାଏନ୍ସ ଜିଓକୁ ଟକ୍କର ଦେବାପାଇଁ ଏକ ନୂଆ ରାସ୍ତା ଆପଣାଇଥିଲେ। ରିଲାଏନ୍ସ ଜିଓ ତୁଳନାରେ ଏୟାରଟେଲ୍, ଭୋଡ଼ାଫୋନ୍,ଆଇଡ଼ିଆ ତୁଳନାତ୍ମକ ଭାବେ ବିଗତ ୨ ବର୍ଷରେ ନିଜର କଲ୍ ସହ ଡାଟା ଦରର ମୂଲ୍ୟ ମଧ୍ୟ କମ୍ କରିଛନ୍ତି । ଏସବୁ କରିବା ପରେ ଲାଭ ପରିବର୍ତ୍ତେ କମ୍ପାନୀ ଗୁଡ଼ିକୁ କ୍ଷତି ସହିବା ପାଇଁ ପଡ଼ିଛି। ସୂଚନା ଅନୁସାରେ ଭୋଡ଼ାଫୋନ୍ ଓ ଆଇଡ଼ିଆକୁ ନିକଟରେ ୫୦୦୦ କୋଟି ଟଙ୍କାର କ୍ଷତି ସହିବା ପାଇଁ ପଡ଼ିଛି।

ତେଣୁ ଟେଲିକମ୍ କମ୍ପାନୀ ଗୁଡ଼ିକ ନିଷ୍ପତି ନେଇଛନ୍ତି, ଗ୍ରାହକଙ୍କୁ ଆଉ ମାଗଣା ଇନକମିଂ ସୁବିଧା ଉପଲବ୍ଧ କରାଯିବ ନାହିଁ । ଇନକମିଂ ସୁବିଧା ପାଇଁ ଗ୍ରାହକଙ୍କୁ ୩୫ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ପଡ଼ିବ। ଏହି ଉପାୟରେ ଟେଲିକମ୍ କମ୍ପାନୀ ଗୁଡ଼ିକ ଆୟ କରିବା ପାଇଁ ଚାହୁଁଛନ୍ତି । ଯଦି ଗ୍ରାହକ ଏପରି ନକରନ୍ତି, ତେବେ ଇନକମିଂ ସେବା ବନ୍ଦ କରିଦିଆଯିିବ।

ସମସ୍ତ ଟେଲିକମ୍ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କ ଠାରୁ କ୍ଷତିରୁ ବଞ୍ଚିବା ପାଇଁ ତଥା ଆୟ କରିବା ପାଇଁ ପ୍ରତି ମାସରେ ୩୫ ଟଙ୍କାର ରିଚାର୍ଜ କରିବାର ନିୟମ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତି ନେଇଛନ୍ତି । ୩୫ ଟଙ୍କାର ରିଚାର୍ଜ କଲେ ଗ୍ରାହକଙ୍କୁ ୨୬ ଟଙ୍କାର ବାଲାନ୍ସ ଓ ୨୯ ଦିନ ପର୍ଯ୍ୟନ୍ତ ବୈଧତା ମିଳିବ । ୨୮ ଦିନ ପୁରା ହେବା ପରେ ଗ୍ରାହକ ନୂଆ ରିଚାର୍ଜ ନକଲେ ଇନକମିଂ ସେବା ବନ୍ଦ କରିଦିଆଯିବ । ନିଜ ସେବା ବଦଳରେ ଏହି ଶୁଳ୍କ ଆଦାୟ କରୁଛନ୍ତି ବୋଲି କମ୍ପାନୀ ଗୁଡ଼ିକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର