ସତରେ କ’ଣ ହୋଇଥାଏ ଟେଲିପାଥି, ବିନା ଶବ୍ଦରେ ବି କରିହୁଏ ଯୋଗାଯୋଗ? ଜାଣନ୍ତୁ କ’ଣ କହନ୍ତି ବିଶେଷଜ୍ଞ

କୌଣସି ଶବ୍ଦ ପ୍ରୟୋଗ ବିନା ଯଦି ଜଣେ ଅନ୍ୟ ଜଣଙ୍କର ଭାବନା ପଢ଼ିପାରେ ବା ବିନା କୌଣସି ଯୋଗଯୋଗ ସତ୍ତ୍ୱେ ବି ଯଦି ପରସ୍ପର ପରସ୍ପରଙ୍କୁ ଏକକାଳୀନ ମନେ ପକାଉଥାନ୍ତି ତେବେ ଆମେ ତାହାକୁ ବିଜ୍ଞାନ ଭାଷାରେ ଟେଲିପାଥି ବୋଲି କହିଥାଉ। ଆଜ୍ଞା ହଁ, ବାସ୍ତବରେ ଆମ ଜୀବନ ଉପରେ ଟେଲିପାଥିର ପ୍ରଭାବ ରହିଛି। ଏହା ଗୋଟାଏ ମସ୍ତିଷ୍କର ଆଉ ଏକ ମସ୍ତିଷ୍କ ସହ ଯୋଗାଯୋଗ। ଏହାକୁ କେହି କେହି ‘ସିକ୍ସ ସେନ୍ସ’ ବୋଲି ମଧ୍ୟ କହିଥାନ୍ତି।

ବିଷେଶଜ୍ଞମାନେ ମତ ଦେଇଛନ୍ତି ଯେ ଟେଲିପାଥି ଅଚାନକ ହୁଏ। ବେଳେ ବେଳେ ନିକଟରେ ଥିବା ଲୋକର ମନ କଥା ପଢ଼ିଦେବା ବି ଏକ ପ୍ରକାରର ଟେଲିପାଥି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅନେକ ଦୂରରେ ରହି ବି ବେଳେ ବେଳେ ଜଣଙ୍କ ମନ କଥା ଆଉ ଜଣଙ୍କ ପାଖରେ ପହଞ୍ଚି ପାରିଥାଏ। ତାହା ମସ୍ତିଷ୍କ ତରଙ୍ଗ ପ୍ରଭାବରେ ହୋଇଥାଏ। ଯେପରି ଫୋନ୍‌ କଲ୍‌ ପାଇଁ ତରଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠିକ୍‌ ସେହିପରି ଟେଲିପାଥି ବି ଏକ ତରଙ୍ଗ କରାଉଥାଏ। ବେଳେ ବେଳେ କୌଣସି ନିର୍ଦ୍ଦିଷ୍ଟ କଥା ଏକାକାଳୀନ ୨ ଜଣଙ୍କ ମନରେ ଚାଲିଥାଏ। ତାହା ଅଚିହ୍ନା ଶକ୍ତିର ତରଙ୍ଗ ଦ୍ୱାରା ଘଟୁଛି ବୋଲି ଗବେଷକ ମାନେ କହୁଛନ୍ତି। ଜେକେ ରୋଲିଂଙ୍କ ‘ହ୍ୟାରି ପୋଟର’ ଉପନ୍ୟାସରେ ଟେଲିପାଥିକୁ ଏକ ଯାଦୁଗରୀ ଦକ୍ଷତା ବୋଲି  ଉଲ୍ଳେଖ କରାଯାଇଛି।

 

ସମ୍ବନ୍ଧିତ ଖବର