ଅମିତାଭ ବଚ୍ଚନଙ୍କ ମନ୍ଦିର : ‘ଅକ୍ସ’ର ଚୌକି, ‘ଅଗ୍ନିପଥ’ର ଜୋତା ଏବଂ ମୂର୍ତ୍ତି ପାଇଥାଏ ପୂଜା

0 109

ନୂଆଦିଲ୍ଲୀ : ବଲିଉଡ୍‌ କଳାକାରମାନଙ୍କର ସଫଳତା ତାଙ୍କର ପ୍ରଶଂସକ ଏବଂ ଲୋକପ୍ରିୟତା ଦ୍ୱାରା ହିଁ ମପା ଯାଇଥାଏ । ଅନେକ ସମୟରେ ପ୍ରଶଂସକଙ୍କର କଳାକାରଙ୍କ ପ୍ରତି ଭଲପାଇବା ସୃଷ୍ଟି କରିଥାଏ କିଛି ଆଶ୍ଚର୍ଯ୍ୟଜନକ ପରିସ୍ଥିତି । ତେବେ ବଲିଉଡ଼ର ସେହେନସା ଭାବେ ଜଣାଯାଉଥିବା ଅମିତାଭ ବଚ୍ଚନ ବିଗତ ଚାରି ଦଶନ୍ଧି ହେବା ବଲିଉଡରେ ରାଜ କରିଆସୁଛନ୍ତି । ତାଙ୍କୁ କିଏ ଶ୍ରେଷ୍ଠ କଳାକାର ଭାବେ ପସନ୍ଦ କରନ୍ତି ତ କିଏ ନିଜର ଆଦର୍ଶ ସଦୃଶ ସମ୍ନାନ ଦେଇଥାନ୍ତି । କିଛି ପ୍ରଶଂସକ ତାଙ୍କୁ ଦେବତା ଭଳି ପୂଜା ମଧ୍ୟ କରିଥାନ୍ତି।କୋଲକାତାରେ ଅମିତାଭଙ୍କ ଜଣେ ପ୍ରଶଂସକ ତାଙ୍କ ଲାଗି ମନ୍ଦିର ନିର୍ମାଣ କରିବା ସହ ସେଠାରେ ତାଙ୍କର ମୂର୍ତ୍ତି ସ୍ଥାପନ କରି ପୂଜା କରୁଛନ୍ତି ।

କୋଲକାତାର ଶ୍ରୀଧର ରୋଡ଼ଠାରେ ରହିଛି ଦୁଇ କୋଠରୀ ବିଶିଷ୍ଟ ମନ୍ଦିର । ଏହି ମନ୍ଦିରକୁ ଦୈନିକ ବହୁସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ତେବେ ଏହା କୌଣସି ଦେବୀଦେବତାଙ୍କ ମନ୍ଦିର ନୁହଁ ବରଂ ବଲିଉଡ଼ର ଡନ୍‌ ଅଭିତାଭ ବଚ୍ଚନଙ୍କ ମନ୍ଦିର । ୧୬ ବର୍ଷ ପୂର୍ବେ ଅମିତାଭଙ୍କ ପ୍ରଶଂସକ ସଞ୍ଜୟ ପୋଟଦିଆ ଏହି ମନ୍ଦିର ସ୍ଥାପନ କରିଥିଲେ । ପୂର୍ବେ ଏହି ମନ୍ଦିରରେ ଅମିତାଭଙ୍କ ଏକ ଫଟୋ ରଖି ତାଙ୍କର ପୂଜା ଅର୍ଚ୍ଚନା କରାଯାଉଥିଲା । ପରେ କିନ୍ତୁ ଦୁଇ କୋଠରୀ ବିଶିଷ୍ଟ ମନ୍ଦିର ସ୍ଥାପନ କରାଯିବା ସହ ଏଥିରେ ଅମିତାଭଙ୍କର ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା ।

Panda Mobile only
http://nari.punjabkesari.in

ଏହି ମନ୍ଦିରରେ ବ୍ୟବହୃତ ସମସ୍ତ ଜିନିଷ ଅମିତାଭଙ୍କ ସହ ଜଡ଼ିତ। ମନ୍ଦିରରେ ଅମିତାଭଙ୍କ ଫଟୋ ରଖାଯାଇଥିବା ଚୌକିଟି ତାଙ୍କର ‘ଅକ୍ସ’ ଚଳଚ୍ଚିତ୍ରରେ ବ୍ୟବହାର କରାଯାଇଥିବା ବେଳେ ଏଠାରେ ତାଙ୍କର ଜୋତାକୁ ମଧ୍ୟ ପୂଜା କରାଯାଇଥାଏ । ଏହି ଜୋତାଟିକୁ ଅମିତାଭ ‘ଅଗ୍ନିପଥ’ ଚଳଚ୍ଚିତ୍ରରେ ପିନ୍ଧିଥିଲେ । ଖାଲି ସେତିକି ନୁହ,ଁ ଏହି ମନ୍ଦିରରେ ଦୈନିକ ଅମିତାଭଙ୍କ ୯ ପୃଷ୍ଠା ବିଶିଷ୍ଟ ଚାଳିସା ମଧ୍ୟ ପଢ଼ାଯାଇଥାଏ । ଦୈନିକ ଆରତି କରାଯାଇ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ପ୍ରସାଦ ମଧ୍ୟ ବଣ୍ଟା ଯାଇଥାଏ । ଏହି ମନ୍ଦିରକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଅନେକ ଲୋକ ଆସିବା ସହ ବିଭିନ୍ନ ସ୍ଥାନରୁ କଳାକାର ଆସି ଏଠାରେ ଅମିତାଭଙ୍କ ଆର୍ଶୀବାଦ ନେଇ ଯାଇଥାନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.