ଏହି ମନ୍ଦିରରେ ପାଣିରେ ଜଳାଯାଏ ଦୀପ !

ଭୋପାଳ: ଭାରତରେ ଥିବା ମନ୍ଦିର ଗୁଡ଼ିକର କିଛି ନା କିଛି ସ୍ୱକୀୟତା ଓ ନିଜସ୍ୱ କାହାଣୀ ଅଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ଏଥିପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଆସି ଭାରତୀୟ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏମିତି ଏକ ମନ୍ଦରି ଅଛି ଯେଉଁଠାରେ ପାଣିର ପ୍ରୟୋଗ ଦ୍ୱାରା ଦୀପ ଜଳାଯାଉଛି ।

ମଧ୍ୟପ୍ରଦେଶର ନଲଖେଡ଼ାରୁ ୧୫ କିମି ଦୂର ଗାଁ କାଡ଼ିୟା ନିକଟରେ କାଳୀସିନ୍ଧି ନଦୀ ତଟରେ ଗଡ଼ିୟାଘାଟ ବାଲି ମାତାଜୀ ଙ୍କ ଏକ ମନ୍ଦିର ଅବସ୍ଥିତ । କୁହାଯାଏ କି ମାତାଙ୍କ କୃପାରୁ ଏଠାରେ ଢେର ବର୍ଷରୁ ଏକ ଦୀପ ଜଳୁଛି, କିନ୍ତୁ ଘିଅ କିମ୍ବା ତେଲର ପ୍ରୟୋଗରେ ନୁହେଁ । କେବଳ ପାଣିର ଉପଯୋଗ ଦ୍ୱାରା ଏହି ଦୀପ ଜଳୁଛି । ଆପଣ ବିଶ୍ୱାସ ନକଲେ ମଧ୍ୟ, ଏହା ସତ୍ୟ । ଏହା ଏହି ଗ୍ରାମର ସତ୍ୟ ଘଟଣା ।

ବୋଧହୁଏ ଦୀପର ଚାରିପାଖରେ କିଛି ତୈଳିକ ପଦାର୍ଥ ଅଛି ଯାହା ପାଣିକୁ ଦହନଶୀଳ କରୁଛି, ଯାହା ଫଳରେ ଦୀପ ଜଳୁଛି। କିନ୍ତୁ ମନ୍ଦିରକୁ ଆସୁଥିବା ଭକ୍ତ କୌଣସି ବୈଜ୍ଞାନିକ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ ।

କୁହାଯାଏ କି ଏହା ଏକ ପ୍ରାଚୀନ ମନ୍ଦିର । ମନ୍ଦିରର ପୂଜାରୀଙ୍କ ଅନୁସାରେ ବହୁତ ବର୍ଷ ପୂର୍ବେ ମା’ଙ୍କ ନାମରେ ଏକ ଦୀପ ଜଳାଯାଉଛି । ଏହି ଦୀପରେ ପାଣି ଢାଳିବା ପରେ ସେହି ପାଣି ସାଧାରଣ ପାଣି ଭଳି ରହେ ନାହିଁ । ଲୋକ ଏହି ଘଟଣାକୁ ଏକ ଚମତ୍କାର ମନେ କରନ୍ତି । ଏହାକୁ ସ୍ଥାନୀୟ ଲୋକେ ମା’ଙ୍କ କୃପା ବୋଲି କହୁଛନ୍ତି । ଲୋକମାନେ ଏଠାକୁ ଆସନ୍ତି ଏବଂ ଦୀପରେ ପାଣି ଢାଳିକି ଯାଆନ୍ତି ।

ଦୀପ ଏବଂ ପାଣି ଭିତରେ ଥିବା ସଂପର୍କ ବିଷୟରେ ମନ୍ଦିରର ପୂଜାରୀ କହନ୍ତି ଯେ ପ୍ରଥମେ ଏହି ଦୀପ ଘିଅ ବା ତେଲ ଦ୍ୱାରା ଜଳୁଥିଲା । କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ମାଆ ସ୍ୱପ୍ନରେ ଆସି କହିଲେ ସେହି ଦୀପରେ ତେଲ ଦେବା ଆପଶ୍ୟକତା ନାହିଁ । ଏଥିରେ ପାଣି ଢାଳିଲେ ଏହା ମଧ୍ୟ ଜଳିବ । ସେବେଠାରୁ ପୂଜାରୀ ଦୀପରେ ପାଣି ଢାଳିଲେ ଏବଂ ସେହି ଦୀପ ଜଳୁଛି । ବୋଧହୁଏ ଦୀପର ଚାରିପାଖରେ କିଛି ତୈଳିକ ପଦାର୍ଥ ଅଛି ଯାହା ପାଣିକୁ ଦହନଶୀଳ କରୁଛି, ଯାହା ଫଳରେ ଦୀପ ଜଳୁଛି। କିନ୍ତୁ ମନ୍ଦିରକୁ ଆସୁଥିବା ଭକ୍ତ କୌଣସି ବୈଜ୍ଞାନିକ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ ।

ସମ୍ବନ୍ଧିତ ଖବର