ଆଣ୍ଡ୍ରଏଡ୍‌ ସ୍ମାର୍ଟ୍‌ଫୋନ୍‌ ବ୍ୟବହାର କରୁଥିବା ଲୋକେ ଏହି ୧୦ଟି ଆପ୍‌ ନିଶ୍ଚିତ ବ୍ୟବହାର କରିବା ଜରୁରୀ!

ଆପଣ ଭାବୁଥିବେ ନିଜର ସ୍ମାଟ୍‌ର୍ଫୋନ୍‌ରେ କେଉଁ ସବୁ ଆପ୍‌ ଡାଉନ୍‌ଲୋଡ୍‌ କରିବେ? ଏମିତି ଆପ୍‌ ଆପଣ ରଖିବେ ଯାହା ସାହଯ୍ୟରେ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ଓ ଅନ୍ୟନ୍ୟ କାର୍ଯ୍ୟ କରିବା ସହଜ ହେବ। କିନ୍ତୁ ଏହିପରି ଅନେକ ଆପ୍‌ ରହିଛି ଗୁଗଲ୍‌ ପ୍ଲେ ଷ୍ଟୋର୍‌, ଯାହା ଆପଣଙ୍କୁ ବାଛିବା ବହୁତ କଷ୍ଟ ହେବ। ହେଲେ ବର୍ତ୍ତମାନ ଆଉ ଆପଣଙ୍କୁ ବାଛିବା ପାଇଁ ପଡ଼ିବ ନାହିଁ, ଆପଣଙ୍କ ପ୍ରତିଦିନ ଜୀବନ ତଥା ସମସ୍ତ କାମ ପାଇଁ ବେଶ୍‌ ଉପଯୋଗୀ ହେବ ଏହି ୧୦ଟି ଆପ୍‌….

ଅଲ୍‌ ଇଣ୍ଡିଆ କୋଡ୍‌ ଫାଇଣ୍ଡର: ଏହି ଆପ୍‌ରେ ରହିଛି – PIN କୋଡ୍‌, STD କୋଡ୍‌, ବ୍ୟାଙ୍କ୍‌ IFSC କୋଡ୍‌ ଓ ଅନ୍ୟାନ୍ୟ କିଛି ତଥ୍ୟ।

ଏମ୍ପ୍ଲଏମେଣ୍ଟ ନ୍ୟୁଜ୍‌: ବିଭିନ୍ନ ବିଭାଗର ସରକାରୀ ଚାକିରିର ତାଲିକା ସହ ଏହା ଅଟୋମ୍ୟାଟିକ୍‌ ଆଲର୍ଟ୍‌ ଦେବ ଓ ଚାକିରି ଖୋଜିବା ସହ ଶିକ୍ଷା ପାଇଁ ମଧ୍ୟ ଲାଭଦାୟକ।

 

ଏକ୍ସ୍‍ପେନ୍ସ୍‌ ମ୍ୟାନେଜର: ଏହି ଆପ୍‌ ମାଧ୍ୟମରେ ଆପଣ ନିଜର ପ୍ରତିଦିନ ସହ ସାପ୍ତାହିକ, ମାସିକ ଓ ବର୍ଷିକ ଖଚ୍ଚର ହିସାର୍ବ ରଖି ପାରିବେ ଓ ହିସାବ କରିପାରିବେ।

IRCTC (ଆଇଆର୍‌ସିଟିସି) ରେଲ୍‌ କନେକ୍ଟ୍‌: ରେଳ ଟିକଟ ଅନ୍‌ଲାଇନ୍‌ ବୁକ୍‌ କରିପାରିବେ। ତତ୍କାଳ ଟିକଟକରିପାରିବା ସହ ଫ୍ଲାଇଟ୍‌ ଟିକଟ୍‌ ମଧ୍ୟ କରିପାରିବେ।

 

ଗୁଗଲ୍‌ ଡ୍ରାଇଭ୍‌: କ୍ଲାଉଡ୍‌ ଷ୍ଟୋରେଜ୍‌ ସର୍ଭିସ୍‌ ଦେଉଥିବା ଗୁଗଲ୍‌ ଡ୍ରାଇଭ୍‌ରେ ଆପଣ ଦୁନିଆର ଯେକୌଣସି ସ୍ଥାନରେ ଥାଇ ନିଜର କଣ୍ଟାକ୍ଟ୍‌ସ, ଡକ୍ୟୁମେଣ୍ଟ୍‌ସ, ମିଡିଆ ଓ ଅନ୍ୟ ବହୁତ କିଛି ଜିନିଷ ରଖିପାରିବେ ଏବଂ ଯେଉଁଠି ଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଦୁନିଆର କୋଟି କୋଟି ଲୋକ ଏହାକୁ ବ୍ୟବହାର କରୁଛନ୍ତି।

 

ଲାଷ୍ଟ୍‍ପାସ୍‌: ଯଦି ଆପଣ ବହୁତ ଗୁଡ଼ାଏ ଆକାଉଣ୍ଟ୍‌ ବ୍ୟବହାର କରୁଛନ୍ତି ଓ ପାସ୍‌ଓ୍ଵାର୍ଡ୍‌ ମନେ ରଖିବା କଷ୍ଟ ହେଉଛି ତା’ହେଲେ ଏହା ମାଧ୍ୟମରେ ନିଜର ସମସ୍ତ ପାସ୍‌ଓ୍ଵାର୍ଡ୍‌କୁ ଷ୍ଟୋର୍‌ କରିପାରିବେ ଏହି ଆପ୍‌ରେ। ଏହାକୁ ବ୍ୟବସାୟୀ ମାନେ ବ୍ୟବହାର କରୁଛନ୍ତି।

ଗୁଗଲ୍‌ ମ୍ୟାପ୍‌ସ: ଏହାକୁ ୟୁଟିଲିଟି ଆପ୍‌ ଭାବରେ ଗ୍ରହଣ କରାଯାଏ, ଯାହା ମାଧ୍ୟମରେ ଆପଣ ରାସ୍ତା ଓ ସ୍ଥାନ ଖୋଜିବା ସହ ଟ୍ରାଫିକ୍‌ ସ୍ଥିତି ମଧ୍ୟ ଜାଣିପାରିବେ। ଏଥିରେ କାର୍‌ ପାର୍କିଂ ସ୍ଥାନ, ହୋଟେଲ୍‌, ଘର ଆଦି ପାଇବା ସହ ବହୁତ କିଛି ପାଇପାରିବେ।

 

ଜଷ୍ଟ୍‍ ଡାଏଲ୍‌: କୌଣସି ବ୍ୟବସାୟୀ ବା ବାଣିଜ୍ୟ ପ୍ରତିଷ୍ଠାନର କଣ୍ଟାକ୍ଟ୍‌ ନମ୍ବର ପାଇ ପାରିବେ। ଏଥିରେ ମଧ୍ୟ ପାଖରେ ଥିବା ସିନେମା ହଲ୍‌, ରେଷ୍ଟୁରାଣ୍ଟ୍‌ ଆଦି ଦେଖି ପାରିବେ।

ଡ୍ରାଇଭିଙ୍ଗ୍‌ ଥିଓରି ଟେଷ୍ଟ୍‍ ଇଣ୍ଡିଆ: ଏହି ଆପ୍‌ ମାଧ୍ୟମରେ ଆପଣ ନିଜର ଡ୍ରାଇଭିଙ୍ଗ୍‌ ଲାଇସେନ୍ସ୍‌ ଟେଷ୍ଟ୍‍ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଏହି ଆପ୍‌ ଆପଣଙ୍କୁ ପ୍ରଶ୍ନ କରିବ ଓ ଆପଣ ତା’ର ଉତ୍ତର ଦେଇ ନିଜକୁ ପ୍ରସ୍ତୁତ କରିବେ।

 

ସମ୍ବନ୍ଧିତ ଖବର