ବିଶ୍ୱର ସର୍ବଶ୍ରେଷ୍ଠ ୧୦ଟି ବିମାନବନ୍ଦର ବିଷୟରେ ଆସନ୍ତୁ ଜାଣିବା!

ଚାଙ୍ଗି ଏୟାରପୋର୍ଟ : ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ୬ ବର୍ଷ ହେଲା ଏହି ଏୟାରପୋର୍ଟ ନିଜର ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି।

ଇନସିଓନ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ : ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛିି ଦକ୍ଷିଣ କୋରିଆର ଇନସିଓନ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ । ଏହି ଏୟାରପୋର୍ଟର ଷ୍ଟାଫମାନଙ୍କ କାମକୁ ଧ୍ୟାନରେ ରଖି ଏହାକୁ ଆୱାର୍ଡ ମଧ୍ୟ ମିଳିଛି।

ଟୋକିଓ (ହେନେଡା) ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ : ଏହାପରେ ଟୋକିଓ (ହେନେଡା) ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ତୃତୀୟ ସ୍ଥାନରେ ରହିଛି। ଏହା ବିଶ୍ୱର ସବୁଠାରୁ ସଫାସୁତୁରା ଏୟାରପୋର୍ଟ ହୋଇଥିବାରୁ ଏହାକୁ ଆୱାର୍ଡ ମଧ୍ୟ ମିଳିଛି।

ହଙ୍ଗକଙ୍ଗ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ : ହଙ୍ଗକଙ୍ଗର ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହି ଏୟାରପୋର୍ଟର ଆତିଥ୍ୟ ଏବଂ ଖାଦ୍ୟପେୟ ବିଶ୍ୱ ପ୍ରସିଦ୍ଧ। ଏହି କାରଣରୁ ଏହାକୁ ବେଷ୍ଟ୍‌ ଏୟାରପୋର୍ଟ ଫର୍‌ ଡାଇନିଙ୍ଗର ଆୱାର୍ଡ ମଧ୍ୟ ମିଳିଛି।

ଦୋହା ପ୍ରିଷ୍ଟାଇନ୍‌ ହାମାଡ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ : ୩୦ ମିଲିୟନ୍‌ ଯାତ୍ରୀଙ୍କୁ ଯାତାୟତର ସେବା ଯୋଗାଇ ଦେଉଥିବା ଦୋହା ପ୍ରିଷ୍ଟାଇନ୍‌ ହାମାଡ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଅଛି। ଏହାର ପରିବେଶ ଖୁବ୍‌ ଆକର୍ଷଣୀୟ।

ମୁନିଚ୍‌ ଏୟାରପୋର୍ଟ, ଜର୍ମାନୀ : ଦ୍ୱିତୀୟ ଚଳପ୍ରଚଳ ଏବଂ ବ୍ୟସ୍ତବହୁଳ ଏୟାରପୋର୍ଟ ହେଉଛି ଜର୍ମାନୀର ମୁନିଚ୍‌ ଏୟାରପୋର୍ଟ। ସର୍ବୋକୃଷ୍ଟ ଏୟାରପୋର୍ଟ ତାଲିକାରେ ଏହା ଛଅ ନମ୍ବରରେ ରହିଛି।

ସେନଟ୍ରେଟ୍‌ ଏୟାରପୋର୍ଟ : ଜାପାନର ସେନଟ୍ରେଟ୍‌ ଏୟାରପୋର୍ଟର କଥା ହିଁ ନିଆରା। ଏହି ଏୟାରପୋର୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି।

ହେଲଥରୋ ଏୟାରପୋର୍ଟ : ବିଶ୍ୱର ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ରହିଛି ଲଣ୍ଡନର ହେଲଥରୋ ଏୟାରପୋର୍ଟ। ଏହି ଏୟାରପୋର୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।

ଗରିଚ୍‌ ଏୟାରପୋର୍ଟ : ଏହାପରେ ନବମ ସ୍ଥାନରେ ଆସେ ସ୍ୱିଜରଲ୍ୟାଣ୍ଡର ଗରିଚ୍‌ ଏୟାରପୋର୍ଟ।

ଫ୍ରାଙ୍କଫର୍ଟ ଏୟାରପୋର୍ଟ : ତାଲିକାର ଦଶମ ସ୍ଥାନରେ ରହିଛି ଜର୍ମାନୀର ଫ୍ରାଙ୍କଫର୍ଟ ଏୟାରପୋର୍ଟ। ପର୍ଯ୍ୟାପ୍ତ ସ୍ଥାନ ଏବଂ ଏକ ସମୟରେ ବହୁ ଉଡାଣକୁ ନେଇ ଏହି ଏୟାରପୋର୍ଟ ଖୁବ୍‌ ଚର୍ଚ୍ଚିତ।

ସ୍କାଏଟ୍ରାକ୍ସ ର‍୍ୟାଙ୍କିଙ୍ଗ୍‌ ସାଇଟ ତରଫରୁ ୨୦୧୮ବର୍ଷ ପାଇଁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର