‘୧୦ ବର୍ଷ ଚ୍ୟାଲେଞ୍ଜ’ : ସୋସିଆଲ୍‌ ମିଡିଆରେ ଏବେ ଲୋକପ୍ରିୟ ସାଜିଛି ଏହି କେତୋଟି ମେମେ

ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି ‘୧୦ ବର୍ଷ ଚ୍ୟାଲେଞ୍ଜ’ ନାମରେ ମେମେ। ଏହି ମେମେ ଜରିଆରେ ୧୦ ବର୍ଷ ତଳର ଓ ଏବେର ତୁଳନା କରାଯାଉଛି। ତାହା କୌଣସି ବ୍ୟକ୍ତି ବିଶେଷ ହୋଇପାରନ୍ତ କିମ୍ବା ସାମଗ୍ରୀ ବି ହୋଇପାରେ। ଫେସ୍‌ବୁକ୍‌ ବ୍ୟବହାକାରୀମାନେ ନିଜର ୧୦ ବର୍ଷ ତଳର ଫଟୋ ସହ ଏବେକାର ଏକ ଫଟୋ ଯୋଡ଼ି ମଧ୍ୟ ଚ୍ୟାଲେଞ୍ଜ୍‌ ପୂରା କରୁଛନ୍ତି। ମାତ୍ର ସବୁଠାରୁ ମଜା କଥା ହେଲା ଏହି ମେମେରେ ଏମିତି କିଛି ବା ଏମିତି କେହି ବ୍ୟକ୍ତି ସାମିଲ୍‌ ହୋଇଛନ୍ତି ଯାହାଙ୍କର ୧୦ ବର୍ଷ ଭିତରେ କୌଣସି ପରିବର୍ତ୍ତନ ଆସିନାହିଁ। ଚାଲନ୍ତୁ ଆଜି ସେପରି କିଛି ମେମେ ଦେଖିବା।

ନୋକିଆ ଫିଚର୍‌ ଫୋନ୍‌ର ବ୍ୟାଟେରି ସିଷ୍ଟମ୍‌ ପାଇଁ ତାହାକୁ ‘୧୦ ବର୍ଷ ଚ୍ୟାଲେଞ୍ଜ’ ରେ ସାମିଲ୍‌ କରାଯାଇ ବ୍ୟବହାର କରାଯାଇଛି। ଦର୍ଶାଯାଇଛି ଯେ ୨୦୦୯ ମସିହାରେ ଚାର୍ଜ ୧୦୦ ପ୍ରତିଶତ ଥିବା ବେଳେ ୨୦୧୯ରେ ୯୯ ପ୍ରତିଶତ ରହିଛି। ଅର୍ଥାତ ୧୦ ବର୍ଷ ଭିତରେ ମାତ୍ର ୧% ଚାର୍ଜ ସରିଛି।

କିସିଂ କିଙ୍ଗ୍‌ ଇମ୍ରାନ୍‌ ହାସ୍ମି ବି ବର୍ତ୍ତି ପାରିନାହାନ୍ତି ଏହି ମଜାକିଆ ମେମେରୁ। ୧୦ ବର୍ଷ ତଳେ ସେ ରୋମଣ୍ଟିକ୍‌ ଦୃଶ୍ୟରେ ଦେଖିବାକୁ ମିଳୁଥିବା ବେଳେ ଏବେ ହାର୍‌ମୋନିୟମ୍‌ ଧରି ଗୀତ ଗାଉଥିବାର ଫଟୋ ସହ ତୁଳନା କରାଯାଉଛି।

ଏହି ମେମେରେ ଅଭିନେତା ଅନୀଲ କପୁରଙ୍କୁ ବି ଦେଖିବାକୁ ମିଳିଛି। ତେବେ, ଅନୀଲଙ୍କର ୧୦ ବର୍ଷ ମଧ୍ୟରେ ସାମାନ୍ୟତମ ପରିବର୍ତ୍ତନ ହୋଇନାହିଁ।

ଅଭିନେତ୍ରୀ ଦୀପିକା ବି ଏଥିରେ ସାମିଲ୍‌ ହୋଇଛନ୍ତି। ୧୦ ବର୍ଷ ତଳେ ସେ ଅଭିନେତା ରଣବୀର କପୁରଙ୍କ ସହ ଦେଖାଯାଉଥିବା ବେଳେ ଏବେ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଛନ୍ତି।

ମନି ଓ୍ଵାଲେଟ୍‌ର ବି ଏକ ମେମେ ସୋସିଆଲ୍‌ ମିଡିଆରେ ଖୁବ୍‌ ଦେଖିବାକୁ ମିଳିଛି। ୨୦୦୯ବି ଖାଲି ଥିଲା ଆଉ ୨୦୧୯ରେ ବି ଖାଲି ଅଛି ବୋଲି ସେଥିରେ ବାର୍ତ୍ତା ରହିଛି।

 

ସମ୍ବନ୍ଧିତ ଖବର