ବର୍ତମାନ ଚାଲିଛି କଳିଯୁଗ, ଏହାପରେ କ’ଣ ସତ୍ୟଯୁଗ ଆସିବ ? ଜାଣନ୍ତୁ କ’ଣ କହୁଛି କାଳଚକ୍ର

ସନାତନ ଧର୍ମରେ ସୃଷ୍ଟି-ପ୍ରଳୟ , ଜୀବନ-ମୃତ୍ୟୁ ଆଦିକୁ ଗୋଟିଏ ଗୋଟିଏ ଚକ୍ର ବୋଲି ବର୍ଣ୍ଣନା କରାଯାଇଛି । ଅର୍ଥାତ୍‌ ସୃଷ୍ଟି ହେଲେ ପ୍ରଳୟ ଆସିବ, ପ୍ରଳୟ ଆସିଲେ ପୁଣି ସୃଷ୍ଟି ହେବ । ସେହିପରି ଜୀବନ ଥିଲେ ମୃତ୍ୟୁ ଅବଶ୍ୟମ୍ଭାବୀ ଏବଂ ମୃତ୍ୟୁ ହେଲେ ଆତ୍ମା ଏକ ନୂଆ ଶରୀର ନେଇ ଜନ୍ମ ହୁଏ । ଏସବୁ କାଳଚକ୍ରର ଅନ୍ତର୍ଭୁକ୍ତ । ସନାତନ ଧର୍ମରେ ସମୟକୁ ଚାରିଟି ଯୁଗରେ ବିଭକ୍ତ କରାଯାଇଛି- ସତ୍ୟ, ତ୍ରେତୟା,ଦ୍ୱାପର ଓ କଳି । ଚାରି ଯୁଗରେ ଗୋଟିଏ କଳ୍ପ ଓ ୭୧ କଳ୍ପରେ ଗୋଟିଏ ମନ୍ଵନ୍ତର । ପ୍ରତି ମନ୍ଵନ୍ତରର ଜନ୍ମନିଅନ୍ତି ଜଣେ ଜଣେ ମନୁ, ଯାହାଙ୍କଠାରୁ ସୃଷ୍ଟି ଆରମ୍ଭ ହୁଏ । ବର୍ତ୍ତମାନ ଯେଉଁ ମନ୍ଵନ୍ତର ଚାଲିଛି ତାହାକୁ ବୈବସ୍ୱତ ମନ୍ଵନ୍ତର ବୋଲି କୁହାଯାଏ । ପ୍ରତି ଯୁଗରେ ଭଗବାନଙ୍କର ଅବତାର ହୁଏ । ସତ୍ୟ ଯୁଗରେ ମତ୍ସ୍ୟଠାରୁ ଆରମ୍ଭ କରି ବାମନ ପର୍ଯ୍ୟନ୍ତ ଅବତାର,ତ୍ରେତାରେ ପର୍ଶୁରାମ ଓ ରାମ ଅବତାର, ଦ୍ରାପରରେ କୃଷ୍ଣ ଓ କଳିରେ ବୁଦ୍ଧ ଓ କଳକୀ ଅବତାର।

କିନ୍ତୁ ଏଠାରେ ପ୍ରଶ୍ନ ଉଠେ , ଯଦି କାଳ ଚକ୍ର ବୁଲୁଛି, ତେବେ ଆଗକୁ ମଧ୍ୟ ସତ୍ୟ,କଳି ଓ ଦ୍ୱାପର ଯୁଗ ଆସିବ ।  ବର୍ତମାନ କଳିଯୁଗ ସରିବାକୁ ଯାଉଛି ବୋଲି କୁହାଯାଉଛି। ଏହାପରେ ଚକ୍ର ମୁତାବକ ସତ୍ୟଯୁଗ ଆସିବା କଥା। ତା’ପରେ ପୁଣି  ତ୍ରେତୟା ଓ ଦ୍ୱାପର ଅାସିବ।  ଯଦି ଯୁଗ ଚକ୍ର ବୁଲୁଛି ଆଗକୁ ମଧ୍ୟ ଭଗବାନ ଅବତାର ନେବେ, ପ୍ରତିଯୁଗରେ ଧର୍ମର ଅବକ୍ଷୟ ହେବ ଓ ସେହି ଯୁଗର ପରିସ୍ଥିତିକୁ ଦେଖି ଭଗବାନ ଅବତାର ନେବେ । ଅର୍ଥାତ ଭବିଷ୍ୟତରେ ଭଗବାନ ନିଶ୍ଚିତ ଭାବେ ଅବତାର ନେବେ, କିନ୍ତୁ କେଉଁ ରୂପରେ ତାହା ଜାଣିବା ତାଙ୍କୁ ହିଁ ଜଣା ।

ସମ୍ବନ୍ଧିତ ଖବର