ଭାରତର ଠୁମ୍‌କା ଝିଅଙ୍କ ଅନ୍ଧାରୀ ଜୀବନ

ଦେଶର ଅଧିକାଂଶ ଅଞ୍ଚଳରେ ବିବାହ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ନୃତ୍ୟ ବିନା ପୂର୍ଣ୍ଣ ହୁଏ ନାହିଁ। କିନ୍ତୁ, ଏହି ଚମକଦାର ସୋ’ ନିମନ୍ତେ ଆଗଭର ହୋଇ ଆସୁଥିବା ପ୍ରଦର୍ଶନକାରୀଙ୍କ ଦୁସ୍ଥ ଜୀବନ ବଡ଼ କଠିନ।

ମ୍ୟୁଜିକ୍‌ ଟ୍ରାକ୍‌ ବାଜେ ଏବଂ ବିଗ୍‌ ବସ୍‌ ଫେମ୍‌ ସପ୍‌ନା ଚୌଧୁରୀ ସମବେତ ଜନତାଙ୍କୁ ଚାହିଁ ମୁରୁକି ହସନ୍ତି। ଦର୍ଶକେ ହେଉଛନ୍ତି ଅସୁମାରି ଜନସମୁଦ୍ର। ସେମାନଙ୍କ ମଧ୍ୟରୁ ଯେଉଁମାନେ ଭାଗ୍ୟଶାଳୀମାନେ ଛିଡ଼ା ହେବାକୁ ଟିକିଏ ଜାଗା ପାଇଥିବାବେଳେ ଅନ୍ୟମାନେ ଗଛ ଡାଳରେ ଲଟକି ଦେଖନ୍ତି। ତାଙ୍କର ହାତ ହଲା ସମବେତ ଜନତାଙ୍କ ମଧ୍ୟ ଅସମ୍ଭାଳ ଖୁସିର ଲହରି ସୃଷ୍ଟି କରେ। ମ୍ୟୁଜିକ୍‌ ଆଗେଇ ଚାଲେ ଏବଂ ପ୍ରତି ଠୁମ୍‌କାକୁ ଧରି ରଖିବାକୁ ସକ୍ରିୟ ହୋଇଉଠେ ଉପସ୍ଥିତ ଲୋକମାନଙ୍କର ମୋବାଇଲ୍‌ ଫୋନ୍‌। ସପ୍‌ନା ନିରାଶ କରନ୍ତି ନାହିଁ।

Photo Courtesy of You Tube

ସପ୍‌ନା ଯାହାର ପ୍ରକୃତ ଅର୍ଥ ସ୍ୱପ୍ନ, ସମୟ ଭଲ ଚାଲିଛି। ୨୭ ବର୍ଷିୟ ତରୁଣୀ ସପ୍‌ନାର ହରିୟାନାର ଏକ ମଧ୍ୟବିତ୍ତ ପରିବାରେ ଜନ୍ମିତା। ତାଙ୍କ ପିତାଙ୍କ ଦେହାନ୍ତ ହେବା ପରେ ସେ ନୃତ୍ୟକୁ ଆପଣାଇ ନେଇଥିଲେ। ‘ସଲିଡ୍‌ ବଡି’ ଗୀତରେ ପ୍ରଥମେ ସେ ଲୋକପ୍ରିୟ ହୋଇ ପାରି ଥିଲେ। ସହସା ତାଙ୍କର ପ୍ରସିଦ୍ଧି ପଡ଼ୋଶୀ ରାଜ୍ୟଗୁଡ଼ିକୁ ବ୍ୟାପିଗଲା। ଜବର ଭରୋତା ଭଳି ତାଙ୍କର ୟୁଟ୍ୟୁବ୍‌ ଭିଡିଓର ଆଶ୍ଚର୍ଯ୍ୟଜନକ ୭୧ ନିୟୁତ ଭିୟୁ ହୋଇ ପାରିଛି।

କିନ୍ତୁ ତାଙ୍କର ଲଜ୍ଜାଶାଳୀ ହସ ଏବଂ ଠୁମ୍‌କା କହେ ସପ୍‌ନା ପରି ନୃତ୍ୟାଙ୍ଗନା ଜୀବିକା ନିର୍ବାହ କରିବାକୁ କିଭଳି ସଂଗ୍ରାମ କରୁଛନ୍ତି।
ଗତ ବର୍ଷ ସେପ୍ଟେମ୍ବର ମାସରେ ସପ୍‌ନା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ତା’ର କାରଣ ସ୍ପଷ୍ଟ ଭାବେ ଜଣା ପଡ଼ି ନ ଥିଲା। ତାଙ୍କ ସାକ୍ଷାତ୍‌କାରରୁ ସୂଚନା ମିଳିଥିଲା ଯେ ସେ ନିଜ ସମ୍ବନ୍ଧୀୟ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‍ ଯୋଗୁଁ ସେ ବିବ୍ରତ ହୋଇ ପଡ଼ିଥିଲେ।

ମୋତେ ଅପମାନ ଦେବା ପାଇଁ, ଦହଗଞ୍ଜ କରିବା ପାଇଁ ମୋ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଅଶାଳୀନ ଭାଷା ପଢ଼ି ମୁଁ ବିଷାଦରେ ବୁଡ଼ି ଯାଇଥିଲି ବୋଲି ମୁହଁ ଶେତା ପଡ଼ିଯାଇଥିବା ସପ୍‌ନା ହସ୍‌ପିଟାଲ୍‌ ବେଡ୍‌ରେ ଥାଇ ଜଣେ ଟିଭି ରିପୋର୍ଟର୍‌ଙ୍କୁ କହିଥିଲେ।

ଦିଲ୍ଲୀର ହର୍ଷିତା ଦାହିୟା ନିଜ କଥା କହିବାକୁ ଜୀବିତା ନାହାନ୍ତି। ଗତ ସପ୍ତାହରେ ସେ ନିଜ ଭିଣୋଇଙ୍କ ଦ୍ୱାରା ଗୁଳି ଚୋଟ ଖାଇ ମରିଥିବା କୁହାଯାଉଛି। ସେ ଭିଣୋଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଫାଇଲ୍‌ କରିଥିଲେ। ସେମିତି ଗତବର୍ଷ ଡିସେମ୍ବର ମାସରେ ଜଣେ ନିଶାସକ୍ତ ବ୍ୟକ୍ତି ନୃତ୍ୟରତା ୨୫ ବର୍ଷୀୟ କୁଲ୍‌ଓ୍ଵିନ୍ଦର କୌର୍‌ଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

Representative Image

ଉତ୍ସବବେଳେ ଗୁଳି ଚୋଟ ଖାଇବା, ନିଶାସକ୍ତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଏବଂ ସେମାନଙ୍କୁ ଯୌନକର୍ମୀ କରିବାକୁ ବାଧ୍ୟ କରୁଥିବା ଛାୟାନୁଷ୍ଠାନମାନଙ୍କରୁ ବର୍ତ୍ତି ରହିବା ହେଉଛି ଜଣେ ନର୍ତ୍ତକୀର ଜୀବନର ଅଂଶ ବିଶେଷ। ମୁମ୍ବଇ ଡ୍ୟାନ୍‌ସ୍‌ ବାର୍‌ ଉପରେ ‘ବିୟୁଟିଫୁଲ୍‌ ଥିଙ୍ଗ୍‌: ଇନ୍‌ସାଇଡ୍‌ ଦି ସିକ୍ରେଟ୍‌ ଓ୍ଵାର୍ଲଡ୍‌ ଅଫ୍‌ ବମ୍ବେଜ୍‌ ଡ୍ୟାନ୍‌ସ୍‌ ବାର୍ସ’ ଶୀର୍ଷକ ଏକ ପୁସ୍ତକ ଲେଖିଥିବା ସୋନିଆ ଫାଲେରିଓ କହନ୍ତି ଯେ ସୀମିତ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କର ଏହା ହେଉଛି ଉପାର୍ଜନ ବୋଝ। ବହୁଲୋକ ଆସୁଥିବା ବାର୍‌ କିଂବା ଘରୋଇ ପାର୍ଟିରେ ନୃତ୍ୟ କରୁଥିବା ମହିଳାମାନେ ଅନୁଭବ କରନ୍ତି ସେମାନଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଦର୍ଶକେ ଚେଷ୍ଟିତ। ସେମାନଙ୍କ ଦୃଷ୍ଟିରେ ନିମ୍ନ ବର୍ଗର କିଂବା ଜାତିର ମହିଳାମାନଙ୍କ ଶରୀର ସର୍ବସାଧାରଣ ସମ୍ପତ୍ତି।

ସେମିତି ବିହାରରେ ଠୁମ୍‌କା ନିଷିଦ୍ଧ ହେବା ପରେ ନୃତ୍ୟ କରିବାକୁ ମନା କରିବାରୁ ୨୦ ବର୍ଷୀୟ ନର୍ତ୍ତକୀଙ୍କୁ ହତ୍ୟା ଧମକ ମଳିଥିଲା। ଆର୍ଥିକ ଅସୁବିଧା ଯୋଗୁଁ ଅଷ୍ଟମ ଶ୍ରେଣୀରୁ ଏ ପରି ନୃତ୍ୟକୁ ବୃତ୍ତି କରିଥିବା ୨୨ ବର୍ଷୀୟ ସୋନୁ ସୋନିଙ୍କ ପରିସ୍ଥିତି ମଧ୍ୟ ବିପଜ୍ଜନକ। ବେଳେବେଳେ ଲୋକେ ଫୋନ୍‌ ନେଇ ଗ୍ରୀନ୍‌ ରୁମ୍‌କୁ ପ୍ରବେଶ କରୁଛନ୍ତି ଝିଅଙ୍କର ଫଟୋ ଉତ୍ତୋଳନ କରିବାକୁ।

ସମ୍ବନ୍ଧିତ ଖବର