ମଣିଷ ଭଳି ଦେଖାଯାଉଥିବା ମାଛ ସହ ସ୍କୁବା ଡାଇଭର୍‌ଙ୍କ ୩୦ ବର୍ଷର ଘନିଷ୍ଠ ବନ୍ଧୁତା

ନୂଆଦିଲ୍ଲୀ : ବନ୍ଧୁତା କେବେ ମଧ୍ୟ କୌଣସି ପ୍ରକାରର ବୈଷମ୍ୟତା ଦେଖେନାହିଁ । ଅନେକ ସମୟରେ ଆପଣ ଦେଖିଥିବେ ଲୋକେ ତାଙ୍କ ଘରେ ଅନେକ ପ୍ରକାରର ପାଳିତ ପଶୁ ରଖିଥାନ୍ତି । କିନ୍ତୁ ଜାପାନର ୭୯ ବର୍ଷିୟ ସ୍କୁବା ଡ଼ାଇବର ହିରୋୟୁକୀ ଆରାକାବାଙ୍କ ୩୦ ବର୍ଷ ହେବ ଏକ ମାଛ ସହିତ ଘନିଷ୍ଠ ବନ୍ଧୁ ତା ରହିଛି। ଯଦି ଆପଣ ପରଖି ଦେଖିବେ ତେବେ ଏହି ମାଛଟି ଦେଖିବାକୁ ବିଲକୁଲ ମନୁଷ୍ୟ ଭଳି ।

punjabkesari.in

ଜାପାନର ସ୍କୁବା ଡ଼ାଇବର ହିରୋୟୁକୀ ଆରାକାବା ବହୁ ବର୍ଷ ହେବ ସମୁଦ୍ର ମଧ୍ୟରେ ଲୁଚି ରହିଥିବା ଅନେକ ପ୍ରକାରର ଗୁପ୍ତ ଜିନିଷର ଅନୁସନ୍ଧାନ କରୁଛନ୍ତି । ଅନେକ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ଲୁଚି ରହିଥିବା ଧର୍ମସ୍ତୁପ ପନଡ଼ୁବିକୁ ଖୋଜିବା ବେଳେ ମାଛ ୟୋରିକା ସହିତ ତାଙ୍କର ସାକ୍ଷାତ ହୋଇଥିଲା । ମାଛଟି ସେଠାରେ ୫୬ ଫୁଟ୍‌ ତଳେ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିଲା । ଆରାକାବା ତାକୁ ସେଠାରୁ ଉଦ୍ଧାର କରିବା ସହ ୫-୬ ଦିନ ଦୈନିକ ଖାଦ୍ୟ ପ୍ରଦାନ କଲେ। ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ସୃଷ୍ଟି ହୋଇଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି। ଆରାକାବାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ମଧ୍ୟ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ କରିଥାନ୍ତି ୟୋରିକା ସହିତା ତାଙ୍କର ସାକ୍ଷତ ହୋଇଥାଏ। ଦୁହେଁ ପାଣି ମଧ୍ୟରେ ଏକାଠି ବହୁତ ସମୟ ସାଙ୍ଗରେ ବିତାଇଥାନ୍ତି ।

ସମ୍ବନ୍ଧିତ ଖବର