ପୋଷା ଅଜଗର ସହ ମିଶି କ୍ଷୀର ପିଉଛି ଶିଶୁ : ଭିଡ଼ିଓ ହେଲା ଭାଇରାଲ

ବେଜିଂ: ନିଜ ଶିଶୁକୁ ବିପଦଠାରୁ ଦୂରରେ ରଖିବାକୁ ସମସ୍ତ ପିତାମାତା ନିଶ୍ଚିତ ଭାବେ ଚେଷ୍ଟା କରିଥାନ୍ତି । ଗତ କିଛି ବର୍ଷହେବ ଅଜଗର ସାପ ଲୋକଙ୍କୁ ଆକ୍ରମଣ କରିବା ବହୁତ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହି ସବୁ ମଧ୍ୟରେ ଏକ ଶିଶୁ ଖୀର ପିଉଥିବା ବେଳେ ତା’ର ଅଜଗର ସହ ଖେଳିବା ଭିଡିିଓ ମଧ୍ୟ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲିଟିଛି । ୟୁକେର ପୋଷା ଅଜଗର ରଖିଥବା ସେହି ଶିଶୁର ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ ପୋଷା ଅଜଗରକୁ କୋଳରେ ଧରି ଗେଲ କରୁଥିବା ଦେଖା ଦେଇଛି ।

ଭିଡିଓଟିରେ ବାଳିକା ଜଣକ ଅଜଗରକୁ ଛୋଟ ଶିଶୁଙ୍କ ଭଳି ଧରିବା ସହ ଆରମରେ ବିନା କୌଣସି ଡରରେ ନିଜେ ଚକୋଲେଟ କ୍ଷୀର ପିଉଛନ୍ତି। ବାଳିକା ଏବଂ ତାଙ୍କ ମିତ୍ର ଅଜଗରଙ୍କର ସଠିକ ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ନିର୍ଭୟର ସହ ଶିଶୁଟି ଅଜଗର ସହ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର