ରେଳ ଷ୍ଟେସନ୍‌ରେ ଲାଗିଥିବା ବୋର୍ଡରେ କାହିଁକି ସମୁଦ୍ର ପତ୍ତନରୁ ସ୍ଥାନର ଉଚ୍ଚତା ଲେଖାଯାଏ? କାରଣ ଜାଣନ୍ତୁ

ବିଭିନ୍ନ ସମୟରେ ଆମେ ଅନେକ ଜିନିଷ ଦେଖୁ, କିନ୍ତୁ ତାହା ସେପରି କାହିକିିଁ ସେ ବିଷୟରେ ଆମେ କେବେ ଭାବେ ନାହିଁ । ତେବେ ଆଜି ଆମେ ରେଳ ଷ୍ଟେସନରେ ଲାଗିଥିବା ବୋର୍ଡ଼ ବିଷୟରେ ଜଣାଇବାକୁ ଚାହିଁବୁ । ଆପଣମାନେ ଅନେକଥର ରେଳରେ ବସି ଦୂରସ୍ଥାନକୁ ଯାଇଥିବେ । ଯେତେବେଳେ ଆପଣମାନେ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି, ତା’ ପୂର୍ବରୁ ବୋର୍ଡ଼ରେ ଦିଆଯାଇଥିବା ସୂଚନା ଦେଖନ୍ତି । ସେମିତି ଦେଖିବାକୁ ଗଲେ ରେଳ ଷ୍ଟେସନରେ ଅନେକ ବୋର୍ଡ଼ ଲାଗିଥାଏ କିନ୍ତୁ ଗୋଟେ ବୋର୍ଡ଼ ଏମିତି ଥାଏ ଯେଉଁଥିରେ ଷ୍ଟେସନର ନାମ ଲେଖାଯାଇଥାଏ ।

rochakpost.com

ଆପଣ ଏହି ବୋର୍ଡ଼କୁ ଅନେକ ଥର ଦେଖିଥିଲେ ମଧ୍ୟ ଏହାର ତଳେ ଲେଖାଥିବା ସମୁଦ୍ର ପତ୍ତନଠାରୁ ସେ ସ୍ଥାନର ଉଚ୍ଚତା କେତେ ତାହା ଦେଖି ନ ଥିବେ । ଯଦି ବା ଆପଣ ଦେଖିଛନ୍ତି ଏହା କ’ଣ ପାଇଁ ଲେଖା ଯାଏ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହା କଣ ପାଇଁ ଲେଖା ଯାଏ? ଷ୍ଟେସନର ଦୁଇ ପାଖରେ ବଡ଼ ବଡ଼ ବୋର୍ଡ଼ରେ ଷ୍ଟେସନର ନାମ ଏବଂ (ସମୁଦ୍ର ପତ୍ତନରୁ ଉଚ୍ଚତା )ହାଇଟ୍‌ ଫ୍ରମ୍‌ ସି ଲେଭଲ ଲେଖା ଯାଇଥାଏ । ତେବେ ସମୁଦ୍ର ପତ୍ତନରୁ ଉଚ୍ଚତା ବୋର୍ଡ଼ରେ ରେଳ ଡ଼୍ରାଇଭର ଏବଂ ଗାର୍ଡ଼ଙ୍କ ପାଇଁ ଲେଖା ଯାଇଥାଏ ।

rochakpost.com

ଉଦାହରଣ ସ୍ୱରୁପ ଯଦି କେଉଁ ଟ୍ରେନ୍‌ ୧୦୦ ମିଟର ସମୁଦ୍ର ପତ୍ତନ ଉଚ୍ଚତାରୁ ୧୫୦ ଉଚ୍ଚତା ଆଡ଼କୁ ଗତି କରୁଛି, ତେବେ ଏହି ବୋର୍ଡ଼କୁ ଦେଖି ଡ଼୍ରାଇଭର ଅନ୍ଦାଜ ଲଗାଇଥାନ୍ତି କି କେତେ ସ୍ପିଡ଼ରେ ରେଳର ଇଞ୍ଜିନକୁ ଗତି କରାଇବେ । ଏହା ସହ ଟ୍ରେନ୍‌ ଉପରେ ଲାଗିଥିବା ତାର ମଧ୍ୟରେ ସମାନ ଦୂରତା ରଖିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ ।

ସମ୍ବନ୍ଧିତ ଖବର