ପୈତୃକ ସମ୍ପତ୍ତି, ଅଳଙ୍କାର, ଦରମା ଟଙ୍କା ସମେତ ନିଜର ସମସ୍ତ ଜିନିଷକୁ ଦାନ କରୁଥିବା ଏହି ବ୍ୟକ୍ତି ୩୦ କୋଟିର ପୁରସ୍କାର ରାଶି ବି ଦାନରେ ଦେଇଦେଲେ

ଦାନବୀର ହରିଶ୍ଚନ୍ଦ୍ରଙ୍କ କଥା ଶୁଣିଛନ୍ତି? ଆଜି ଆମେ ଆପଣଙ୍କୁ ଜଣାଇବୁ ହରିଶ୍ଚନ୍ଦ୍ରଙ୍କ ପରି ଆଉ ଜଣେ ଦାନୀଙ୍କ କଥା। ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଚକିତ ହୋଇଯିବେ ନିଶ୍ଚୟ। ତାମିଲନାଡୁର ୭୬ ବର୍ଷିଅ ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାଲାମ କଲ୍ୟାଣସୁନ୍ଦରମ୍‌। ସେ ପ୍ରମାଣ କରି ଦେଇଛନ୍ତି ଯେ ଲୋକପ୍ରିୟତା ହାସଲ କରିବା ପାଇଁ ଅର୍ଥ ସବୁ କିଛି ନୁହେଁ। ସୁନ୍ଦର ହୃଦୟଟିଏ ଯଥେଷ୍ଟ। ପାଲାମ ଦୀର୍ଘ ୩୦ ବର୍ଷ ହେବ ନିଜ ଅର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଜିନିଷ ସବୁ ଦାନ କରି ଦାନର ଏକ ଜ୍ୱଳନ୍ତ ନମୂନା ପାଲଟିଛନ୍ତି।  ସେ ଜଣେ ଲାଇବ୍ରେରିଆନ୍‌ ଭାବେ କାର୍ଯ୍ୟରତ ଥିବା ସହ ଏକ ହୋଟେଲ୍‌ରେ କାମ ମଧ୍ୟ କରୁଛନ୍ତି। ତାଙ୍କର ଦାନ ଗୁଣ ହେତୁ ଆମେରିକାର ଏକ ଆସୋସିଏସନ୍‌ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ମିଲେନିୟମ୍‌’ ସମ୍ମାନରେ ସମ୍ମାନିତ କରିଛି।

ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଲାଇବ୍ରେରି ସାଇନ୍ସରେ ଗୋଲ୍‌ଡ୍‌ ମେଡାଲିଷ୍ଟ୍‍। ସେ ଇତିହାସ ଏବଂ ସାହିତ୍ୟରେ ସ୍ନାତକତ୍ତୋର କରିଛନ୍ତି। ଆପଣ ଭାବୁଥିବେ ଯେ ଜଣେ ଲାଇବ୍ରେରିଆନ୍‌ଙ୍କ ବିଷୟରେ ଆମେ ଆପଣଙ୍କୁ ଏତେ କଥା କାହିଁକି ଜଣାଉଛୁ। ବାସ୍ତବରେ ସେ କ’ଣ ଏପରାି ବିରାଟ କାମ କରିଛନ୍ତି?

ପାଲାମ ତାଙ୍କର ମାସିକ ଦରମାକୁ ଅନାଥ ପିଲାଙ୍କ ସକାଶେ ବିନିଯୋଗ କରିବା ସହ ଅବସର ପରେ ମିଳିଥିବା ସମସ୍ତ ଅର୍ଥକୁ ମଧ୍ୟ ସେ ଦାନ କରି ଦେଇଛନ୍ତି କୁନିକୁନି ଅନାଥଙ୍କ ସକାଶେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ଏପରି ବଦାନ୍ୟ ଗୁଣ ହେତୁ ତାଙ୍କୁ ସମ୍ମାନ ଭାବେ ୩୦ କୋଟି ପ୍ରଦାନ କରାଯାଇଥିଲା। ତାହାକୁ ମଧ୍ୟ ସେ ନିଜେ ନରଖି ଦାନ କରି ଦେଇଛନ୍ତି। ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ନିଜ ଦରମାର ସମସ୍ତ ଅଂଶ ଅନାଥମାନଙ୍କୁ ଦାନ କରିଦିଅନ୍ତି। ସେ ହେଉଛନ୍ତି ଦେଶର ୧୦ ଜଣ ଶ୍ରେଷ୍ଠ ଲାଇବ୍ରେରିଆନ୍‌ଙ୍କ ଭିତରୁ ଜଣେ। ଏପରିକି କେନ୍ଦ୍ର ସରକାର ତାଙ୍କୁ ଏଥିପାଇଁ ତାଙ୍କୁ ସମ୍ମାନିତ ବି କରିଛନ୍ତି।

ସେ ହେଉଛନ୍ତି ମଦର୍‌ ଟେରେସାଙ୍କ ବଂଶଜ। ସେ ନିଜର ପୈତୃକ ସମ୍ପତ୍ତି, ଗହଣା, ଏବଂ ଅନ୍ୟାନ୍ୟ ସମସ୍ତ ଜିନିଷକୁ ଦାନ କରି ଦେଇଛନ୍ତି। ସେ ଗରିବ ଓ ଆଶାୟୀଙ୍କୁ ସାହାଯ୍ୟ କରିବାର କଳା ନିଜ ମାଆଙ୍କଠାରୁ ଶିଖିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର