ଶିରିଡ଼ି ରହସ୍ୟ! ଆଜି ବି ଜଳୁଛି ବାବା ରୋଷେଇ କରୁଥିବା ନିଆଁ

ଶିରିଡ଼ି: ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଥିବା ଶିରିଡ଼ି ପୂର୍ବରୁ ଏକ ଗାଁ ଥିଲା। ଆଜି ସେଠାରେ ହଜାର ହଜାର ହୋଟେଲ୍‌, ଢାବା, ବଡ଼ ବଡ଼ ଘର, ଦୋକାନ ଆଦିର ମେଳା। ଏ ସବୁ କେବଳ ସେଇ ଜଣଙ୍କ ପାଇଁ, ଶ୍ରଦ୍ଧାଳୁଙ୍କ ଦୁଃଖନାଶକ ଶିରିଡ଼ି ଧାମର ଈଶ୍ୱର ସାଇ ବାବାଙ୍କ ପାଇଁ।

ଶିରିଡ଼ି ନାଥ ସାଇ ବାବା ଆଜି ବି ଶ୍ରଦ୍ଧାଳୁଙ୍କ ପାଇଁ ରହସ୍ୟ ହୋଇ ଅଛନ୍ତି। ଆପଣ ଯଦି ବାବାଙ୍କୁ ବିଶ୍ୱାସ କରୁଥିବେ ତାହାଲେ ନିଶ୍ଚୟ ଏକଥା ଜାଣିଥିବେ ଯେ ସେ କେଉଁଆଡୁ ଆସିଥିଲେ ତାହା କେହି ଜାଣନ୍ତି ନାହିଁ। ସେ ଶିରିଡ଼ିର ଅଚାନକ ଆବିର୍ଭାବ ହୋଇଥିଲେ। ତାଙ୍କ ପାଖରେ ସେତେବେଳେ କିଛି ବି ହେଲେ ନଥିଲା। ଖୁବ୍‌ କମ କଥା ହେଉଥିଲେ। ତାଙ୍କ ପରିବାର ଓ ତାଙ୍କ ଅତୀତ ଏବେ ବି ଭକ୍ତଙ୍କ ପାଇଁ ଏକ ରହସ୍ୟ।

ସେ ଯେଉଁଠି ଦେହ ତ୍ୟାଗ କରିଥିଲେ ସେଇଠାରେ ହିଁ ଏବେ ଏକ ମହାନ ମନ୍ଦିରର ଗର୍ଭଗୃହ ବନିଯାଇଛି। ତାଙ୍କର ପୁରୁଣା କଳା-ଧଳା ଫଟୋକୁ ଦେଖିଲେ ଜଣାଯାଏ ଯେ ସେ ଜଣେ ସାଧାରଣ ଫକୀର ପରି ପୋଷାକ ପରିଧାନ କରୁଥିଲେ। ସେ ସମୟରେ ରୋଷେଇ ପାଇଁ ଯେଉଁ ନିଆଁ ଲଗାଇଥିଲେ ଆଜି ବି ତାଙ୍କ ଭକ୍ତମାନେ ସେହି ନିଆଁକୁ ଜଳାଇ ରଖିଛନ୍ତି। ସେହି ନିଆଁରୁ ଜାତ ପାଉଁଶକୁ ପବତ୍ର ବିଭୂତି ଭାବେ ମଥାରେ ଲଗାଇଥାନ୍ତି।

NBT

ସାଇ ବାବାଙ୍କ ବିଷୟରେ ଆଉ ଏକ ରହସ୍ୟଜନକ କଥା ହେଉଛି, ଜଣେ ମୁସ୍‌ଲମାନ ଦ୍ରଷ୍ଟା ହୋଇ ମଧ୍ୟ ତାଙ୍କୁ ଆଜି କୋଟି କୋଟି ହିନ୍ଦୁ ଶ୍ରଦ୍ଧାଳୁ ପୂଜା କରନ୍ତି। ସେ ଯେଉଁ ଲିମ୍ବ ଗଛ ତଳେ ବସି ଧ୍ୟାନ କରୁଥିଲେ ଭକ୍ତମାନେ ଆଜି ବି ସେହି ଗଛରୁ ଗୋଟାଏ ଗୋଟାଏ ପତ୍ର ପାଇବାକୁ ଠେଲାପେଲା ହୁଅନ୍ତି।

ଶିରିଡ଼ି ଧାମରେ ଏପରି କ’ଣ ମହତ୍ୱ ରହିଛି ଯେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରତିଦିନ ସର୍ବନିମ୍ନ ୭୦ ହଜାର ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଗୁରୁବାର ପ୍ରାୟ ୧ ଲକ୍ଷ ୩୦ ହଜାର ପରି ଭକ୍ତି ଶିରିଡ଼ିରେ ଏକାଠି ହୁଅନ୍ତି। ଭଲ ଭଲ ପର୍ବମାନଙ୍କରେ ଭକ୍ତଙ୍କ ସଂଖ୍ୟା ୨ ଲକ୍ଷ ଛୁଏଁ।

ଶିରିଡ଼ି ଧାମରେ ଥିବା ସାଇବାବାଙ୍କ ପ୍ରସାଦାଳୟରେ ପ୍ରତିଦିନ ପ୍ରାୟ ୨,୫୦୦ କିଲୋ ଚାଉଳ, ୬୦୦ କ୍ୱିଣ୍ଟାଲ୍‌ ଡାଲି ଓ ବହୁଳ ପରିମାଣର ପରିବା  ରନ୍ଧା ହୁଏ। ପ୍ରସାଦାଳୟରେ ଥିବା ବିରାଟ ଡାଇନିଂ ହଲ୍‌ରେ ଗୋଟିଏ ଥରେ ପ୍ରାୟ ୧୦୦୦ ଜଣ ବସି ଖାଇ ପାରୁଛନ୍ତି।

ସମ୍ବନ୍ଧିତ ଖବର