ସତ୍ୟଭାମାଙ୍କୁ ଦ୍ରୌପଦୀ ଦେଇଥିଲେ ସୁଖୀ ବୈବାହିକ ଜୀବନର ଏହି ସବୁ ମନ୍ତ୍ର

ପାଞ୍ଚ ସ୍ୱାମୀଙ୍କୁ ବରଣ କରି ମଧ୍ୟ ବୈବାହିକ ଜୀବନର ଦୁଃଖ ଛୁଇଁ ପାରିନଥିଲା ପାଞ୍ଚାଳର ରାଜକୁମାରୀ ପାଞ୍ଚାଳୀଙ୍କୁ । ସମଗ୍ର ନାରୀ ଜାତି ପାଇଁ ଦ୍ରୌପଦୀ ଜଣେ ଆଦର୍ଶ। ଜଣେ ନାରି ପାଞ୍ଚ ସ୍ୱାମୀଙ୍କ ମନ ନେଇ ଚଳିବା କୌଣସି ସହଜ କଥା ନୁହେଁ। ତଥାପି ବି ନିଜର ବୁଦ୍ଧିକୌଶଳ ଓ ଉତ୍ତମ ବୁଝାବଣା ସକାଶେ ସେ ଏହି ଗୁରୁଦାୟିତ୍ୱ ତୁଲାଇବାରେ କେବେ ବି ହେଳା କରିନାହାନ୍ତି। ତେବେ ଚାଲନ୍ତୁ ଜାଣିବା କ’ଣ ଥିଲା ତାଙ୍କର ମନ୍ତ୍ର। କିପରି ଭାବେ ସେ ନିଜ ସ୍ୱାମୀମାନଙ୍କୁ ତୁଷ୍ଟ କରାଇ ପାରୁଥିଲେ। ସେ ଏ ସଂପର୍କରେ କୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କୁ କହି ଯାଇଛନ୍ତି। ଚାଲନ୍ତୁ ସେ ସଂପର୍କରେ ଆଲୋଚନା କରିବା।

ମହିଳାମାନେ କେବେ ବି ନିଜ ସ୍ୱାମୀଙ୍କୁ ନିଜ ଆୟତ୍ତରେ ରଖିବାର ଉଦ୍ୟମ କରିବା କଥା ନୁହେଁ। ଏହା ଓଲଟା ପ୍ରଭାବ ଦେଇଥାଏ। କଟକଣା ହିଁ ଉତ୍ସୁକତାର ଉତ୍ସ। ସ୍ୱାମୀଙ୍କ କଟକଣା ଲଗାଇଲେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଓଲଟା ପ୍ରଭାବ ପକାଇଥାଏ।

ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଯେତେ ବି ପ୍ରେମ କରନ୍ତୁ ପଛେ ସେ ନିଜ ପରିବାର ଲୋକଙ୍କୁ କେବେ ବି ଅଣଦେଖା କରିବାକୁ ଚାହିଁବେ ନାହିଁ। ସ୍ୱାମୀଙ୍କ ପ୍ରେମ ଜିଣିବାକୁ ହେଲେ ତାଙ୍କ ପରିବାରକୁ ନିଜ ପରିବାର ବୋଲି ସ୍ୱୀକାର କରିବାକୁ ହେବ।

ଭଲପାଇବା ଜଣେ ପୁରୁଷ ପ୍ରତି ଯଥେଷ୍ଟ ହୋଇନଥାଏ। ଜଣେ ପୁରୁଷର ପ୍ରାଥମିକତା ହୋଇଥାଏ ସମ୍ମାନ। ନିଜ ସ୍ୱାମୀଙ୍କ ସମ୍ମାନ ଉପରେ ପ୍ରଭାବ ପକାଇବା ପରି କିଛି କାର୍ଯ୍ୟ କରୁଥିବା ନାରୀ କେବେ ବି ସ୍ୱାମୀଙ୍କ ପ୍ରିୟ ହୋଇପାରନ୍ତି ନାହିଁ।

ଯେଉଁ ନାରୀ ଅଳସୁଆ ସ୍ୱଭାବର ହୋଇଥାନ୍ତି ସେ କେବେ ବି ସ୍ୱାମୀଙ୍କ ପ୍ରିୟଜନ ହୋଇପାରନ୍ତି ନାହିଁ। ସ୍ୱାମୀକୁ ଖୁସି କରାଇବା ପାଇଁ ଜଣେ ପତ୍ନୀ ନିଜକୁ ସଦା ତତ୍ପର ରଖିବା ଉଚିତ।

କ୍ରୋଧୀ ନାରୀ କେବେ ବି ସ୍ୱାମୀଙ୍କ ପ୍ରିୟ ହୋଇପାରନ୍ତି ନାହିଁ। ନିଜର କ୍ରୋଧ ସଂପର୍କକୁ ବିପଦକୁ ଠେଲି ଦେଇପାରେ। ପୁରୁଷମାନେ ନିଜ ପତ୍ନୀଙ୍କ କ୍ରୋଧ ସହ୍ୟ କରିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର