ଜାଣନ୍ତୁ ସୁଖୀ ବୈବାହିକ ଜୀବନ ସଂପର୍କରେ ସତ୍ୟଭାମାଙ୍କୁ କେଉଁ ଗୁପ୍ତ ମନ୍ତ୍ର ଦେଇଥିଲେ ଦ୍ରୌପଦୀ

ବିବାହ ପ୍ରାୟ ସମସ୍ତେ କରନ୍ତି। ମାତ୍ର ବୈବାହିକ ଜୀବନରେ ସୁଖୀ ସମସ୍ତେ ହୁଅନ୍ତି ନାହିଁ। ଛୋଟ ଛୋଟ ଭୁଲ ବୁଝାମଣା ହେତୁ ସଂପର୍କରେ ତିକ୍ତତା ଆସେ, ସଂପର୍କର ମୂଲ୍ୟ ହ୍ରାସ କରାଏ। ପାଞ୍ଚ ପତିଙ୍କ ପତ୍ନୀ ହୋଇଥିଲେ ବି ଦ୍ରୌପଦୀଙ୍କୁ ମହାସତୀ ଭାବେ ବିବେଚନା କରାଯାଏ। ତେବେ, ଚାଲନ୍ତୁ ଜାଣିବା ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କ ସୁଖୀ ବୈବାହିକ ଜୀବନଙ୍କ ମନ୍ତ୍ର ସଂପର୍କରେ। ସେ ଭଗବାନ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କୁ କ’ଣ କହିଥିଲେ ଜାଣନ୍ତୁ।

ସତ୍ୟଭାମାଙ୍କୁ ଦ୍ରୌପଦୀ ଉପଦେଶ ଦେଇ କହିଥିଲେ ଯେ ବୈବାହିକ ଜୀବନରେ ସୁଖ ଚାହୁଁଥିଲେ କେବେ ବି ସ୍ୱାମୀଙ୍କ କଥା କାଟିବା ଅନୁଚିତ। କୌଣସି ପ୍ରକାର ଚେଷ୍ଟା କରି ସ୍ୱାମୀଙ୍କୁ ନିଜ ବଶରେ ରଖିବାର ପ୍ରୟାସ ବୃଥା। ପୁରୁଷମାନେ ସବୁବେଳେ ନିଜ ଇଚ୍ଛାରେ ଜିଇବାକୁ ପସନ୍ଦ କରନ୍ତି।

ମହିଳା ତାଙ୍କ ପତି, ପତିଙ୍କ ପରିବାର ଏବଂ ପତି ଭଲ ପାଉଥିବା ସମସ୍ତ ସଂପର୍କକୁ ଭଲ ଭାବେ ଚିହ୍ନିବା ଉଚିତ। ତାହାଲେ ଯାଇ ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇପାରିବ।

ଜଣେ ମିଥ୍ୟାବାଦିନୀ ମହିଳାଠାରୁ ନିଜକୁ ସବୁବେଳେ ଦୂରେଇ ରଖିବା ପାଇଁ ଦୌପଦୀ ସତ୍ୟଭାମାଙ୍କୁ ପରାମର୍ଶ ଦେଇଥିଲେ। କାହିଁକି ନା, ସେପରି ମହିଳାଙ୍କ ସହ ସୁସଂପର୍କ ବୈବାହିକ ଜୀବନକୁ ବିପଦକୁ ଠେଲି ଦେଇପାରେ।

ମହିଳାଙ୍କ ଭିତରେ ସବୁବେଳେ ଅନ୍ୟକୁ ସମ୍ମାନ ଦେବାକୁ କଳା ଦେଖିପାରିଲେ ସ୍ୱାମୀଙ୍କ ସ୍ନେହ ବଢ଼ିଥାଏ। ପରିବାର ଭିତରେ ସ୍ନେହ ଓ ଭଲପାଇବା ଖେଳାଇ ପାରୁଥିବା ମହିଳା ସ୍ୱାମୀଙ୍କ ପ୍ରିୟ ହୋଇଥାନ୍ତି।

ଅଳସୁଆ ମହିଳା କେବେ ବି ସ୍ୱାମୀ କିମ୍ବା ଶଶୁର ଘର ଲୋକଙ୍କ ପ୍ରିୟ ପାତ୍ରୀ ହୋଇପାରନ୍ତି ନାହିଁ। ସୁଖମୟ ବୈବାହିକ ଜୀବନ ଚାହୁଁଥିଲେ ସ୍ୱାମୀଙ୍କ ପରିବାର ପ୍ରତି ନିଜକୁ ଉତ୍ସର୍ଗ କରାଇବାକୁ ହେବ।

ସବୁଠାରୁ ଗୁତୁତ୍ୱପୂର୍ଣ୍ଣ କଥା ହେଲା ନିଜ ରାଗକୁ ଆୟତ୍ତ କରିବା। ନିଜ ରାଗକୁ ଆୟତ୍ତ ନକରିପାରିଲେ ବୈବାହିକ ଜୀବନ ଦୁଖରେ ଭରିଯାଏ ବୋଲି ଦ୍ରୌପଦୀ କହିଛନ୍ତିି।

ସମ୍ବନ୍ଧିତ ଖବର