ଦେବୀ ଦୂର୍ଗାଙ୍କ ନାମରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ କେତୋଟି ଶକ୍ତିପୀଠ ଭାବେ ପରିଚିତ। ଏହି ପୀଠଗୁଡ଼କରେ କିଛି ନା କିଛି ରହସ୍ୟମୟ କାହାଣୀ ନିଶ୍ଚୟ ରହଛି। ସେଥିମଧ୍ୟରୁ ଗୋଟାଏ ପ୍ରସିଦ୍ଧ ଶକ୍ତିପୀଠ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ସେହିପରି ଚିନାମସ୍ତା ନାମକ ମନ୍ଦିର ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରୁ ୨୮ କିଲୋମିଟର ଦୂର ରାଜରପାଠାରେ ଅବସ୍ଥିତ। ଏହା ଭୈରବୀ ନଦୀ କୁଳରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚିନାମସ୍ତା ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଥିବା ଦେବୀଙ୍କର ମୁଣ୍ଡ ନାହିଁ। ସେହି କଟା ବେକ ପାଖରୁ ସବୁବେଳେ ରକ୍ତ ଝରୁଥାଏ। ଏଇଥିପାଇଁ ଖାସ୍ କରି ଏହି ଶକ୍ତିପୀଠ ହେଉଛି ଦ୍ୱିତୀୟ ବୃହତ୍। ଆସାମରେ ଥିବା କାମାକ୍ଷା ମନ୍ଦିର ହେଉଛି ସର୍ବବୃହତ୍ ଶକ୍ତିପୀଠ।
ସେି ମୁର୍ତ୍ତିରୁ ୩ ଧାର ରକ୍ତ ଝରୁଛି। ସେଥିରୁ ତାଙ୍କ କଡ଼ରେ ଠିଆ ହୋଇଥିବା ତାଙ୍କ ୨ ପରିଚାରିକା ତାହାକୁ ପାନ କରୁଛନ୍ତି।
ଏହି ସିଦ୍ଧିପୀଠ ବ୍ୟତୀତ ସେଠାରେ ଗୁଡ଼ାଏ ଭିନ୍ନ ମନ୍ଦିର ମଧ୍ୟ ରହିଛି। ଏହି ଚିନାମସ୍ତା ମନ୍ଦିର ଦାମୋଦର ଏବଂ ଭୈରବୀ ନଦୀକୂଳରେ ଅବସ୍ଥିତ।
ସେଠାରେ ଦୁଇଟି ଗରମ ପାଣି କୁଣ୍ଡ ମଧ୍ୟ ରହିଛି। ବିଶ୍ୱାସ କରାଯାଏ ଯେ ସେଥିରେ ଥରେ ବୁଡ଼ ମାରିଦେଲେ ମହା ମହା ରୋଗ ସବୁ ଭଲ ହୋଇ ଯାଇଥାଏ।
ଆହୁରି ବି ବିଶ୍ୱାରସ କରାଯାଏ ଯେ ଇଶ୍ୱରୀ ଚିନାମସ୍ତାଙ୍କ ମନ୍ଦିରକୁ ଚାରିଆଡୁ ମହାଦେବ ଜଗି କରି ରହିଛନ୍ତି।