ମହାଯୋଦ୍ଧା କର୍ଣ୍ଣଙ୍କୁ ଭଲପାଉଥିଲେ ଦୌପଦୀ, ଜାଣନ୍ତୁ କିପରି ସମସ୍ତଙ୍କ ସମ୍ମୁଖରେ ପାଞ୍ଚାଳୀଙ୍କ ମୁହଁ ଖୋଲାଇଲେ ଶ୍ରୀକୃଷ୍ଣ!

ଅନ୍ୟ ସମସ୍ତ ଦେଶ ତୁଳନାରେ ଭାରତୀୟ ପୁରାଣ ଓ ଶାସ୍ତ୍ରର ପୂରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେଥିମଧ୍ୟରୁ ମହାଭାରତ ଅନ୍ୟତମ। ମହାଭାରତରେ  ପାଣ୍ଡବ ପାଞ୍ଚ ଭାଇଙ୍କର କର୍ଣ୍ଣ ନାମରେ ଅନ୍ୟ ଜଣେ ଭାଇ ଥିଲେ ବୋଲି ଆପଣ ଜାଣିଥିବେ ନିଶ୍ଚୟ, ଯିଏକି କୌରବ ଶହେ ଭାଇଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ। ବାସ୍ତବ କଥା ହେଉଛି କର୍ଣ୍ଣ ହେଉଛନ୍ତି ମାଆ କୁନ୍ତୀଙ୍କର ଅବିବାହିତା ବେଳର ସନ୍ତାନ। କୁନ୍ତୀ ଦିନେ ଜାଣିବାକୁ ପାଇଲେ ଯେ ଏପରି ଏକ ସୂର୍ଯ୍ୟ ମନ୍ତ୍ର ଅଛି ଯାହାକୁ ଜପ କରିବା ଦ୍ୱାରା ସୂର୍ଯ୍ୟ ନିଜ ପରି ପ୍ରଭାବଶାଳୀ ପୁତ୍ର ପ୍ରଦାନ କରିବେ। ସେହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ଅବିବାହିତା କୁନ୍ତୀ ମନ୍ତ୍ରଟିକୁ ଜପ କରି ପକାଇଲେ। ସୂର୍ଯ୍ୟୋଦେବ ତତ୍‌କ୍ଷଣାତ ତାଙ୍କୁ ପୁତ୍ରବତୀ ଭବ ବର ଦେଇ ଅନ୍ତର୍ଧ୍ୟାନ ହୋଇଗଲେ। ଭୟରେ ଥରି ଉଠିଲେ କୁନ୍ତୀ। ଅବିବାହିତା କନ୍ୟାର ସନ୍ତାନ ପ୍ରାପ୍ତ କଥାକୁ କିଏ ବା ଗ୍ରହଣ କରିବ? ଆଉ କିଛି ଉପାୟ ନପାଇ ସେ ନିଜ ପୂତ୍ରକୁ ନଦୀରେ ଭସାଇ ଦେଲେ। କର୍ଣ୍ଣ ସେଇଦିନଠାରୁ ମାଆ କୁନ୍ତୀଙ୍କଠାରୁ ଅଲଗା ହୋଇଗଲେ।

ସମୟ ଚକ୍ରରେ ପାଣ୍ଡବ ପାଞ୍ଚ ଭାଇଙ୍କୁ ବିବାହ କଲେ ପାଞ୍ଚାଳ ଦେଶର ରାଜକୁମାରୀ ଦୌପଦୀ। ପାଞ୍ଚ ସ୍ୱାମୀଙ୍କ ପ୍ରତି ସେ ସମତା ଭାବ ପ୍ରଦର୍ଶନ କରି ସତୀ ବୋଲାଇଲେ ମଧ୍ୟ। ମାତ୍ର ଦ୍ରୌପଦୀ କେବଳ ପାଣ୍ଡବ ପାଞ୍ଚ ଭାଇଙ୍କୁ ପ୍ରେମ କରୁ ନ ଥିଲେ। ସେ ମନେ ମନେ ମହାଯୋଦ୍ଧା କର୍ଣ୍ଣଙ୍କ ପ୍ରତି ବି ଅାକର୍ଷଣ ଥିଲା । ଏକଥା ଭଗବାନ ଶ୍ରୀକୃଷ୍ଣ ଜାଣିପକାଇଲେ। ସେ ଏହି କଥା ଦୌପଦୀଙ୍କ ମୁହଁରୁ କାଢ଼ିବା ପାଇଁ ଏକ ଯୋଜନା କଲେ। ଥରେ ଭୀମଙ୍କୁ ଖୁବ୍‌ ଜୋର୍‌ରେ ଜ୍ୱର ହେଲା। ଯେତେ ଔଷଧ ଦେଲେ ବି ଜ୍ୱର କମିଲା ନାହିଁ। କୁନ୍ତୀଙ୍କ ଘର ସାମ୍ନାରେ ଏକ ଆମ୍ବ ଗଛ ଥାଏ। ସେଇ ଗଛରେ ଗୋଟାଏ ମାତ୍ର ପାଚିଲା ଆମ୍ବ ହୋଇଥାଏ। ସେହି ଆମ୍ବ ଆଣି ଭୀମଙ୍କୁ ଖୁଆଇଲେ ସେ ସୁସ୍ଥ ହେବେ ବୋଲି ଶ୍ରୀକୃଷ୍ଣ କହିଲେ। ମାତ୍ର ସେ ଆମ୍ବ ସେତେବେଳେ ଛିଣ୍ଡିବ ଯେତେବେଳେ ଉପସ୍ଥିତ ସମସ୍ତେ ନିଜ ଜୀବନର ଗୋଟାଏ ଲେଖାଏ ଗୁପ୍ତ କଥାକୁ ସର୍ବସାଧାରଣରେ ପ୍ରକାଶ କରିବେ। ପାଣ୍ଡବ ପାଞ୍ଚ ଭାଇ, କୃଷ୍ଣ ଏବଂ କୁନ୍ତୀ ଆଦି ସମସ୍ତେ ଗୋଟାଏ ଲେଖାଏ ଗୁପ୍ତ କଥା କହିଲେ। ଶେଷରେ ଆସିଲା ଦୌପଦୀଙ୍କ ପାଳି। ଦୌପଦୀ ଯେତେ କଥା କହିଲେ ବି ଆମ୍ବ ଛିଣ୍ଡିଲା ନାହିଁ। ବାଧ୍ୟ ହୋଇ ଦୌପଦୀ ପ୍ରକାଶ କରିଥିଲେ ଯେ ମୋର କର୍ଣ୍ଣଙ୍କ ପ୍ରତି ଆକର୍ଷଣ ରହିଛି। ଆମ୍ବଟି ଖସି ପଡ଼ିଥିଲା ସେଇ କ୍ଷଣ ମଧ୍ୟରେ।

ସମ୍ବନ୍ଧିତ ଖବର