ଏମିତି ଏକ ସହର, ଯେଉଁଠି ବସବାସ କରନ୍ତି ୫୦ଟି ଦେଶର ଲୋକ। ଏଠାରେ ଚାଲେନି କୌଣସି ଧର୍ମ, ଟଙ୍କା ଓ ସରକାର!

ଭାରତରେ ରହିଛି ଏମିତି ଏକ ସହର, ଯେଉଁଠି ଚାଲେନି କୌଣସି ଧର୍ମ, ଟଙ୍କା ଓ ସରକାର। ଏହା ଭାରତର ସବୁଠାରୁ ଶାନ୍ତ ସହର। ଏପରି ଏକ ସହର ବିଷୟରେ ଶୁଣି କି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ। ଏହି ସହରର ନାମ ‘ଅରୋଭିଲ୍‌’, ଯାହା ଚେନ୍ନାଇରୁ ୧୫୦ କିମି ଦୂରରେ ଅବସ୍ଥିତ। ଏହାର ସ୍ଥାପନା ୧୯୬୮ ମସିହାରେ ମୀରା ଅଲଫାଜୋ ନାମକ ଏକ ମହିଳା କରିଥିଲେ। ଏହି ସହରକୁ ‘ସିଟି ଅଫ୍‌ ଡନ୍‌’ ବି କୁହାଯାଏ। ଏହା ତାମିଲନାଡୁର ବିଲ୍ଲପୁରମ ଜିଲ୍ଲାରେ ଅବସ୍ଥିତ। ଏହି ସହରକୁ ଦୁନିଆରୁ ଭେଦଭାବକୁ ଦୂର କରିବା ପାଇଁ ନିର୍ମାଣ କରାଯାଇଛି। ଏଠି ୫୦ଟି ଦେଶରୁ ଲୋକେ ଆସି ବସବାସ କରନ୍ତି। କେବଳ ଗୋଟିଏ ସର୍ତ୍ତ ଥାଏ କି, କେହି ମାଲିକ ହେବାକୁ ଚେଷ୍ଟା ନକରନ୍ତୁ। ଏଠି ସମସ୍ତଙ୍କୁ ସେବକ ଭାବେ ରହିବାକୁ ପଡିଥାଏ।

ଏହି ସ୍ଥାନରେ ଲୋକ ନିଜ ଧର୍ମ ସହ ଜଡିତ ଠାକୁରଙ୍କୁ ପୂଜା କରନ୍ତିନି। ଏଠି ଆପଣଙ୍କୁ କୌଣସି ମୂର୍ତ୍ତି କିମ୍ବା ଫଟୋ ମିଳିବନି। କିନ୍ତୁ ଏଠି ଏକ ଭବ୍ୟ ମନ୍ଦିର ନିଶ୍ଚୟ ଅଛି। ଲୋକମାନେ ଏଠି ଆସିକି ଯୋଗ କରନ୍ତି। ୟୁନେସ୍କୋ ବି ଏହି ସହରର ପ୍ରଶଂସା କରେ। ଏହା ଭାରତ ସରକାର ଦ୍ୱାରା ମାନ୍ୟତା ପ୍ରାପ୍ତ ସହର। ଏହାର ଜନସଂଖ୍ୟା ୨୪ ହଜାର। ମୀରା ଅଲଫାଜୋ ନାମକ ମହିଳା ୨୯ ମାର୍ଚ୍ଚରେ ପୁଡୁଚେରୀ ଆସିଥିଲେ। ଏହାପରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜାପାନ ଚାଲିଯାଇଥିଲେ। ସେ ୧୯୨୦ ମସିହାରେ ପୁଣି ଆସିଥିଲେ ଓ ୧୯୨୪ରେ ଅରବିନ୍ଦ ସ୍ପିରିଚୁଆଲ ସଂସ୍ଥା ସହ ମିଶିଗଲେ। ଭାରତରେ ଲୋକ ତାଙ୍କୁ ମା’ କହି ଡାକନ୍ତି। ସେ ୧୯୬୮ରେ ‘ଅରୋଭିଲୋ’ ସହରର ସ୍ଥାପନା କରିଥିଲେ।

ଅରୋଭିଲୋର ଅର୍ଥ ଏକ ଏମିତି ବିଶ୍ୱବ୍ୟାପୀ ନଗରୀ ଯେଉଁଠି କି ସମସ୍ତେ ଆସି ରହିପାରିବେ। ଏଠି ସମସ୍ତ ଦେଶର ଲୋକ ଆସି ରହିପାରିବେ। ଏଠି ରହୁଥିବା ଲୋକ ରାଷ୍ଟ୍ରୀୟତା, ଜାତି, ଧର୍ମ ଠାରୁ ଉପରକୁ ଉଠି ରହନ୍ତି। ଏହାକୁ ସବୁଠାରୁ ଶାନ୍ତ ସହର ବି ମନାଯାଏ।

ସମ୍ବନ୍ଧିତ ଖବର