ଏମିତି ଏକ ଗାଁ’ ଯେଉଁଠି ପୁରୁଷମାନଙ୍କର ପ୍ରବେଶ ଉପରେ ଲାଗିଛି ପ୍ରତିବନ୍ଧକ!

ଏମିତି ଏକ ଗାଁ ଅଛି ଯେଉଁଠାରେ କେବଳ ମହିଳାମାନେ ବାସ କରୁଛନ୍ତି। ଏଠାକୁ ପୁରୁଷମାନଙ୍କର ପ୍ରବେଶ ଉପରେ ଲାଗିଛି ପ୍ରତିବନ୍ଧକ। ଏହାବ୍ୟତୀତ ଏହି ଗାଁ’ରେ କେବଳ ମହିଳାମାନଙ୍କର ରାଜ୍‌ ଚାଲେ। ଏପରି ଏକ ଗାଁ ହେଉଛି କେନିଆର ରାଜଧାନୀ ନାଏରୋବି ନିକଟରେ ଅବସ୍ଥିତ ଉମୋଜା।

ଏହି ଗାଁ’ରେ କୌଣସି ବି ପୁରୁଷ ପ୍ରବେଶ କରିପାରିବେନି। ପୁରୁଷଙ୍କ ପ୍ରବେଶ ଉପରେ ଲାଗିଛି ପ୍ରତିବନ୍ଧକ । ଏଠି କେବଳ ମହିଳାମାନେ ହିଁ ବସବାସ କରନ୍ତି। ଏଠାକୁ କେହି ବି ମହିଳା ଯିବା-ଆସିବା କରିପାରିବେ। ଏଠାରେ ରହୁଥିବା ମହିଳା ପୁରୁଷଙ୍କୁ ଡେଟ୍‌ ବି କରିପାରିବେ, ଶାରୀରିକ ସଂପର୍କ ବି ରଖିପାରିବେ ଏବଂ ବିବାହ ବି କରିପାରିବେ କିନ୍ତୁ ପୁରୁଷମାନେ ଗାଁକୁ ଆସିପାରିବେନି।

୧୯୯୦ ମସିହାରେ ରେବେକା ଲୋଲୋସୋଲି ନାମକ ଜଣେ ମହିଳା ୧୫ଜଣ ମହିଳାଙ୍କ ସହିତ ଏହି ଗାଁ ସ୍ଥାପନ କରିଥିଲେ। ଏହି ଗାଁରେ କେବଳ ଏମିତି ମହିଳା ରହୁଛନ୍ତି, ଯେଉଁମାନେ ଘରୋଇ ହିଂସା ଏବଂ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏହି ଗାଁର ଅଧିକାଂଶ ମହିଳା ବ୍ରିଟିଶ ସୈନିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଗାଁରେ ୧୬ ବର୍ଷରୁ ଆରମ୍ଭ କରି ୮୦ ବର୍ଷୀୟ ବୟସ ପର୍ଯ୍ୟନ୍ତ ମହିଳା ରହୁଛନ୍ତି। ପୁରୁଷମାନେ ଏହି ଗାଁରେ ରହିବା ପାଇଁ ଆସିଥିଲେ କିନ୍ତୁ କିଛି ମହିଳା ତାଙ୍କୁ ତଡିଦେଲେ।

ଅଳଙ୍କାର ତିଆରି କରି ବିକ୍ରି କରିବା ଏହି ଗାଁର ମହିଳାଙ୍କ ମୁଖ୍ୟ ବ୍ୟବସାୟ। ଏହି ଗାଁରେ ଏକ ସ୍କୁଲ ବି ଖୋଲାଯାଇଛି ଯେଉଁଠି ଯେକୌଣସି ପିଲା ଆସି ପାଠ ପଢ଼ିପାରିବେ। ଏହା ବ୍ୟତୀତ ଆଖପାଖ ଗାଁର ପିଲାମାନେ ମଧ୍ୟ ଆସି ପଢ଼ିପାରିବେ।

ସମ୍ବନ୍ଧିତ ଖବର