ଉତ୍ତରାଖଣ୍ଡର ଏହି ଗ୍ରାମରେ ଲୋକେ ହନୁମାନଙ୍କୁ ପୂଜା କରନ୍ତି ନାହିଁ, ସମ୍ମାନ ବି ଦିଅନ୍ତି ନାହିଁ !

ଭୁଲ କେବଳ ମନୁଷ୍ୟଙ୍କ ଦ୍ୱାରା ହୋଇ ନ ଥାଏ । ଭଗବାନଙ୍କ ଦ୍ୱାରା ମଧ୍ୟ ହୋଇଥାଏ । ଯେମିତି ମନୁଷ୍ୟ ନିଜର ଭୁଲ ପାଇଁ ଦଣ୍ଡ ପାଇଥାଏ । ଠିକ୍‌ ସେମିତି ଭଗବାନ ମଧ୍ୟ ନିଜ ଭୁଲ ପାଇଁ ମନୁଷ୍ୟ ଦ୍ୱାରା ଦଣ୍ଡ ପାଇଥାଆନ୍ତି। ଉତ୍ତାରଖଣ୍ଡରେ ଏମତି ଏକ ଗ୍ରାମ ଅଛି, ଯେଉଁଠି ଲୋକମାନେ ଭଗବାନଙ୍କୁ ତାଙ୍କର ଭୁଲ ପାଇଁ ମାନନ୍ତି ନାହିଁ । ସବୁ ଭଗବାନ ନୁହଁନ୍ତି, କେବଳ ବଜରଙ୍ଗବାଲୀଙ୍କୁ ମାନନ୍ତି ନାହିଁ ଏହି ଗ୍ରାମର ଲୋକ । ଉତ୍ତରାଖଣ୍ଡର ସୀମାରେ ଜୋଶିମଠ ପ୍ରଖଣ୍ଡରେ ଦ୍ରୋଣଗିରି ନାମକ ଏକ ଗ୍ରାମ ଅଛି । ସମୁଦ୍ର ପତ୍ତନ ଠାରୁ ଏହି ଗ୍ରାମ ପ୍ରାୟ ୧୪୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ।

ଏହି ଗ୍ରାମର ଲୋକମାନଙ୍କର କହିବାଅନୁସାରେ ଯେ ରାମାୟଣ ଯୁଗରେ ହନୁମାନ ଜୀ ସଂଜୀବନୀ ବୁଟି ପାଇଁ ଯେଉଁ ପର୍ବତକୁ ଉଠାଇ ନେଇଥିଲେ, ସେହି ପର୍ବତ ଏହି ଗ୍ରାମରେ ଥିଲା । ଗ୍ରାମର ଲୋକମାନଙ୍କ ଦ୍ୱାରା ଏହି ପର୍ବତର ପୂଜା କରାଯାଉଥିଲା । ମାତ୍ର ହନୁମାନ୍‌ ତାହାକୁ ଉଠାଇ ନେବାରୁ ଲୋକେ ପୂଜାରୁ ବଞ୍ଚିତ ହେଲେ। ସେଇଦିନ ଠାରୁ ଗାଁ ଲୋକେ ହନୁମାନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ଏହି କାରଣରୁ ସେଠାରେ ହନୁମାନ ଜୀଙ୍କର ପୂଜା କରାଯାଏ ନାହିଁ।

np.geoview.info

ମହର୍ଷୀ ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣ ଅନୁସାରେ ରାମ-ରାବଣ ଯୁଦ୍ଧରେ ପ୍ରତିଦିନ ବାନର ସେନା ଆହତ ହେଉଥିଲେ । ସେଥିପାଇଁ ଔଷଧ ଦରକାର ହେଉଥିଲା । ଗୋଟିଏ ଦିନ ସବୁ ଔଷଧ ଶେଷ ହୋଇଯାଇଥିଲା, ସେହି ଦିନ ଇନ୍ଦ୍ରଜିତର ଆକ୍ରମଣରେ ଲକ୍ଷ୍ମଣ ଆହତ ହୋଇ ଅଚେତ ହୋଇଥିଲେ । ପ୍ରଭୁ ଶ୍ରୀରାମ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ସେହିସମୟରେ ହନୁମାନ ଜୀ ଜାମ୍ବବାନଙ୍କ ପାଖକୁ ଯାଇ କହିଥିଲେ ତମେ ହିଁ ରକ୍ଷା କରିପାରିବ ଲକ୍ଷ୍ମଣଙ୍କୁ। ସେ ହନୁମାନଙ୍କୁ କହିଥିଲେ ଯେ ହିମାଳୟ ପର୍ବତରେ ସଂଜୀବନୀ ବୁଟି ରହିଛି, ତାହାକୁ କ୍ଷତରେ ଲଗେଇବା ଦ୍ୱାରା ଲକ୍ଷ୍ମଣ ସୁସ୍ଥ ହେବେ । ଜାମ୍ବବାନଙ୍କ ନିର୍ଦ୍ଦେଶ ଅନୁସାରେ ହନୁମାନ ହିମାଳୟ ଗଲେ । କିନ୍ତୁ ଦେଖିଲେ କି ସବୁ ଔଷଧ ବୃକ୍ଷ ଅଦୃଶ୍ୟ ହୋଇଯାଇଛନ୍ତି। ହନୁମାନ ଜୀ କ୍ରୋଧିତ ହୋଇ ପୂରା ପର୍ବତକୁ ଉଠାଇ ଆଣିଲେ। ତା’ପରେ ଏହି ଔଷଧ ସେବନ କରିବା ଦ୍ୱାରା ଲକ୍ଷ୍ମଣ ଏବଂ ସୈନ୍ୟମାନେ ସୁସ୍ଥ ହୋଇଗଲେ ।

ମାତ୍ର ଦ୍ରୋଣଗିରି ଗାଁର ଲୋକେ ସେଦିନଠାରୁ ହନୁମାନଙ୍କୁ ଶତ୍ରୁ ଜ୍ଞାନ କରିବାକୁ ଲାଗିଲେ। ସେମାନଙ୍କ ଆରାଧ୍ୟ ପର୍ବତକୁ ହନୁମାନ ରାତି ଅଧରେ ଚୋରି କରି ନେଇଥିବାରୁ ଏହି ଗ୍ରାମରେ ହନୁମାନ ପୂଜିତ ହୁଅନ୍ତି ନାହିଁ।

ସମ୍ବନ୍ଧିତ ଖବର