ଏହାକୁ କୁହାଯାଉଛି ବିଶ୍ୱର ସବୁଠୁ ବଡ଼ ଶ୍ରୀମଦ ଭଗବତ ଗୀତା (ଭିଡିଓ ଦେଖନ୍ତୁ)

ମିଲାନ (ଇଟାଲୀ ) : ଶ୍ରୀମଦ ଭଗବତ ଗୀତା ହେଉଛି ହିନ୍ଦୁ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ । କେବଳ ଭାରତ କାହିଁକି ସାରା ବିଶ୍ୱରେ ଥିବା କୋଟି କୋଟି ହିନ୍ଦୁ ମାନଙ୍କ ପାଇଁ ପରମ ଆରାଧ୍ୟ ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ । ମୂଳ ସଂସ୍କୃତ ଭାଷାରେ ଲିଖିତ ଏହି ଧର୍ମଗ୍ରନ୍ଥ ବିଶ୍ୱର ପ୍ରାୟ ସବୁ ପ୍ରମୁଖ ଭାଷାରେ ଅନୁବାଦିତ ହୋଇ କୋଟି କୋଟି ଲୋକଙ୍କ ପଥ ପ୍ରଦର୍ଶକ ସାଜିଛି ।

ତେବେ ଆପଣ ଜାଣନ୍ତି କି ବିଶ୍ୱରେ ସବୁଠୁ ବଡ଼ ଶ୍ରୀମଦ ଭଗବତ ଗୀତା କେଉଁଠାରେ ଅଛି ? ବିଶ୍ୱର ସବୁଠୁ ବଡ଼ ଗୀତା ଇଟାଲୀର ମିଲାନ ସହରରେ ରହିଛି । ମାତ୍ର କିଛି ସପ୍ତାହ ତଳେ ଅର୍ଥତ ଗତ ଡିସେମ୍ବର ମାସରେ ଏହାକୁ ଉନ୍ମୋଚନ କରାଯାଇଛି । ଏହାକୁ ତିଆରି କରିଛନ୍ତି ଇଟାଲୀର ଜଣେ ଜଣାଶୁଣା ଶିଳ୍ପପତି ତଥା କୃଷ୍ଣଭକ୍ତ (ଇସ୍କନ) ମଧୁସେବିତ ଦାସ ।

 

ଏହାର ନିର୍ମାଣରେ ପ୍ରାୟ ୧ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥ ଦାତାଙ୍କଠାରୁ ଚାନ୍ଦା ଆକାରର ସଂଗ୍ରହ କରାଯାଇଛି । ଏଥିରେ ୬୭୦ ପୃଷ୍ଠା ରହିଛି । ଏହାର ଲମ୍ବ ୯ ଫୁଟ ଓ ଓସାର ୬.୫ ଫୁଟ ଓ ଓଜନ ପ୍ରାୟ ୮୦୦ କେଜି । ଏହା ଏତେ ଓଜନିଆ ଯେ ଏହାର ପ୍ରତି ପୃଷ୍ଠା ଲେଉଟାଇବାକୁ ୨ରୁ ୩ ଜଣ ବ୍ୟକ୍ତି ଆବଶ୍ୟକ । ଏହାକୁ ବିଶ୍ୱର ସବୁଠାରୁ ବଡ଼ ଧର୍ମଗ୍ରନ୍ଥ ବୋଲି ସେ ଦାବି କରିଛନ୍ତି ।

 

ସମ୍ବନ୍ଧିତ ଖବର