ଅଦ୍ଭୁତ ମନ୍ଦିର : ମନ୍ଦିର କାନ୍ଥଠାରୁ ଆରମ୍ଭ କରି ଗମ୍ବୁଜ ପର୍ଯ୍ୟନ୍ତ ସବୁ ଅଂଶ ବିୟର ବୋତଲ୍‌ରେ ନିର୍ମିତ

ସାଧାରଣତଃ ବିୟର ବୋତଲ୍‌କୁ ଅଯଥା ଏବଂ ଅଦରକାରୀ ମନେ କରି ଫୋପାଡ଼ି ଦିଆଯାଇଥାଏ । କିନ୍ତୁ କିଛି ବ୍ୟକ୍ତି ଏହାକୁ ବ୍ୟବହାର ଉପଯୋଗୀ ଭାବି ଘରର ସାଜସଜ୍ଜାରେ ବ୍ୟବହାର କରିଥିବା ବେଳେ କିଛି ଏଥିରେ ତୈଳ ଜାତୀୟ ପଦାର୍ଥ ରଖିଥାନ୍ତି। ଆପଣ କେବେ ଭାବିଛନ୍ତି କି ବିୟର ବୋତଲ୍‌ରେ ମନ୍ଦିର ମଧ୍ୟ ନିର୍ମାଣ କରାଯାଇପାରିବ । ତେବେ ଆପଣଙ୍କ ଭାବନା ପୂର୍ବରୁ ଥାଇଲ୍ୟାଣ୍ଡରେ ଏହାକୁ ସତ ପ୍ରମାଣିତ କରି ଦେଖାଯାଇଛି । ସେଠାରେ ବିୟର ବୋତଲ୍‌ରେ ପ୍ରସ୍ତୁତ କରାଯାଇଛି ଏକ ମନ୍ଦିର । ଥାଇଲ୍ୟାଣ୍ଡର ସିକ୍ରେଟ୍‌ ପ୍ରାନ୍ତର ଭିକ୍ଷୁକମାନେ ପ୍ରାୟ ୧୦ ଲକ୍ଷ ବିୟର ବୋତଲ୍‌କୁ ଏକାଠି କରି ‘ବାଟ ପା ମାହା ଜେଡ଼ି ଖିୟୁ’ ନାମକ ଏକ ଧାର୍ମିକସ୍ଥଳୀ ସ୍ଥାପନ କରିଛନ୍ତି । ଏହି ମନ୍ଦିରଟିର ଗମ୍ବୁଜ ଏବଂ କାନ୍ଥ ଆଦି ସମସ୍ତ ଅଂଶ ବିୟର ବୋତଲ୍‌ରେ ପ୍ରସ୍ତୁତ ।
ଏହି ମନ୍ଦିରକୁ ପ୍ରସ୍ତୁତ କରିବା ପାଇଁ ଖାସ କରି ସବୁଜ ଏବଂ ମାଟିଆ ରଙ୍ଗର ବିୟର ବୋତଲ୍‌ ବ୍ୟବହାର କରାଯାଇଛି। ଏହି ମନ୍ଦିରକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥିବା ବେଳେ ସେମାନେ ଏହାର ସୌନ୍ଦର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଉପଭୋଗ କରିଥାନ୍ତି । ମଦକୁ କୌଣସି ଧାର୍ମିକ ସ୍ଥାନକୁ ନେବା ଉଚିତ ନୁହଁ କହୁଥିବା ବ୍ୟକ୍ତିଙ୍କ ପାଇଁ ଉଦାହରଣ ପାଲିଟିଛି ଏହି ମନ୍ଦିର ।

ସମ୍ବନ୍ଧିତ ଖବର