ଉତ୍ତର ପ୍ରଦେଶର ଏମିତି ଏକ ପୋଲିସ ଷ୍ଟେସନ ଯେଉଁଠିକୁ ଅଭିଯୁକ୍ତମାନେ ଶୋଇବାକୁ ଆସି ଥାଆନ୍ତି

ସିତାପୁର: ଉତ୍ତର ପ୍ରଦେଶରେ ଏମିତି ଏକ ପୋଲିସ ଷ୍ଟେସନ ରହିଛି, ଯେଉଁଠିକୁ ଅଭିଯୁକ୍ତମାନେ ଶୋଇବା ପାଇଁ ଆସି ଥାଆନ୍ତି । ଦୁର୍ଦ୍ଦାନ୍ତ ଅପରାଧୀମାନେ ପ୍ରତିଦିନ ସିତାପୁର ଜିଲ୍ଲାରେ ଥିବା ଲାହରପୁର କୋଟ୍‌ଓ୍ଵାଲି ପୋଲିସ ଷ୍ଟେସନକୁ ଯାଇ ନିଜର ଉପସ୍ଥିତି ପାଇଁ ରେଜିଷ୍ଟରରେ ସ୍ୱାକ୍ଷର ଦେବା ସହ କିଛି ଅପରାଧୀ ସେଇଠି ଶୋଇ ଯାଆନ୍ତି । ଏ ନେଇ ସିତାପୁର ପୋଲିସ ଅଧ୍ୟୀକ୍ଷକଙ୍କୁ ପଚରା ଯାଇଥିବା ବେଳେ, ସେ କହିଛନ୍ତି ଯେ ଅପରାଧୀମାନେ ପ୍ରତିଦିନ ପୋଲିସ ଷ୍ଟେସନକୁ ଆସିବା ସହ ଖାତାରେ ନିଜର ସ୍ୱାକ୍ଷର କରିଥାଆନ୍ତି । ଏହା ସହ ପୋଲିସ କୌଣସି ମାମଲାର ତଦନ୍ତ କରୁଥିଲେ, ସେମାନେ ପୋଲିସକୁ ସାହାଯ୍ୟ ମଧ୍ୟ କରିଥାଆନ୍ତି ।
ପୂର୍ବରୁ ମଣିଷ ମାରିଥିବା ଏହି ଅଭିଯୁକ୍ତମାନେ ଏବେ ସୁଧୁରିବା ପାଇଁ ଶପଥ ନେଇଛନ୍ତି । ଏବଂ ସେମାନଙ୍କର ଏଭଳି ପଦକ୍ଷପରେ ଆମେ ଖୁସି ହେବା ସହ ସେମାନଙ୍କୁ ବଦଳିବା ପାଇଁ ସାହାଯ୍ୟ ମଧ୍ୟ କରୁଛୁ ବୋଲିସିତାପୁର ପୋଲିସ ଅଧ୍ୟୀକ୍ଷକ କହିଛନ୍ତି। ପୂର୍ବରୁ ଚୋରି କରି ଏବଂ ମଣିଷମାରି ପୋଲିସକୁ ଡ଼ରୁ ନଥିବା ଅଭିଯୁକ୍ତମାନେ ଏବେ ପୋଲିସ ସହ ମିଶି ଭଲ କାମ କରିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଅଭିଯୁକ୍ତମାନଙ୍କୁ ନିଜ ହିସାବରେ ନିୟନ୍ତ୍ରଣ କର ବୋଲି ରାଜ୍ୟର ପୋଲିସମାନଙ୍କୁ ଆହ୍ଵାନ ଦେଇଥିଲେ । ଏହା ସହ ରାଜ୍ୟରେ ଥିବା ଅପରାଧୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବା ରାଜ୍ୟ ଛାଡ଼ି ବାହାରକୁ ଚାଲି ଯାଆନ୍ତୁ ବୋଲି ସେ କହିଥିଲେ ।

DNA India

ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦, ୨୦୧୭ରୁ ଜାନୁଆରି ୩୧,୨୦୧୮ ପର୍ଯ୍ୟନ୍ତ ୩୪ ଜଣ ଅପରାଧୀ ମୃତ୍ୟୁବରଣ କରିଥିବା ବେଳେ ୨୭୪୪ଙ୍କୁ ଗିରଫ କରାଯାଇଛି । ଆଗ୍ରା, ମିରଟ୍‌, ଲକ୍ଷ୍ନୌ, ଏହ୍ଲାବାଦ୍‌, ବରେଲି, ଗୋରଖ୍‌ପୁର, କାନପୁର ଏବଂ ବାରଣାସୀରେ ହୋଇଥିବା ଏନ୍‌କାଉଣ୍ଟରରେ ୪ଜଣ ପୋଲିସ ଅଧୀକାରୀ ଶହୀଦ ହୋଇଥିବା ବେଳେ ୨୪୭ଜଣ ଆହାତ ହୋଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର