ଆସନ୍ତୁ ଜାଣିବା ଆଜିଠାରୁ ବଦଳିବାକୁ ଯାଉଥିବା ଏହିସବୁ ନିୟମ ସମ୍ପର୍କରେ

ଆଜିଠାରୁ ବଦଳିବାକୁ ଯାଉଛି ଅନେକ ନିୟମ। ଏଥିମଧ୍ୟରୁ ଅଧିକାଂଶ ନିୟମ ଆମର ଦୈନନ୍ଦିନ ଜୀବନ ସହ ଜଡିତ ରହିଛି। ତେବେ ଆସନ୍ତୁ ଜାଣିବା ସେହିସବୁ ନିୟମ ସଂପର୍କରେ।

ଜୁଲାଇ ୧ ତାରିଖରୁ ରେଳମନ୍ତ୍ରାଳୟର କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆଜିଠାରୁ ଯାତ୍ରୀଙ୍କୁ ଆଉ ୱେଟିଂ ଟିକେଟ୍‌ ମିଳିବ ନାହିଁ। ଏଣିକି ଯାତ୍ରୀଙ୍କୁ କନଫର୍ମ ଟିକେଟ୍‌ କିମ୍ବା ଆରଏସି ହିଁ ପ୍ରଦାନ କରାଯିବ। ଅର୍ଥାତ୍‌ ଲୋକଙ୍କୁ ୱେଟିଂ ଲିଷ୍ଟରେ ରହିବାର ସମସ୍ୟାରୁ ମୁକ୍ତି ମିଳିବ। ସେହିପରି ଟ୍ରେନର ତତ୍‌କାଳ ଟିକେଟ କ୍ୟାନସେଲ କରିବା ଉପରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଫେରସ୍ତ ମିଳିବ। ଏହା ପୂୂର୍ବରୁ ତତ୍‌କାଳ ଟିକେଟ କ୍ୟାନସେଲ କରିବାର ସୁବିଧା ନଥିଲା।

ଜୁଲାଇ ୧ରୁ ମୋବାଇଲ ସିମ କିଣିବା ପାଇଁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ ଅଟେ। ୟୁଆଇଡିଏଆଇ ତରଫରୁ ଏନେଇ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରାଯାଇଛି। ଯାହାକି ଆଧାର ନମ୍ବର ସ୍ଥାନରେ ବ୍ୟବହାର କରାଯିବ।

ଯଦି ଆପଣ ୧ ଜୁଲାଇ ପରେ ମୋବାଇଲ ନମ୍ବର କିଣନ୍ତି ତେବେ ଏହା ୧୦ ଟିକିଆ ପରିବର୍ତ୍ତେ ୧୩ ଟିକିଆ ହେବ। ସରକାର ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଜୁଲାଇ ପହିଲାରୁ ଚାଲୁ ଖାତାରେ ଜମା ରକମ ଉପରେ ଏବେ ସାଢେ ୩ ପ୍ରତିଶତ ସୁଧ ବାର୍ଷିକ ଦରରେ ମିଳିବ। ପୂର୍ବରୁ ୪ ପ୍ରତିଶତ ଦରରେ ମିଳୁଥିଲା।

ଜୁଲାଇ ପହିଲାରୁ କୌଣସି ବି ବ୍ୟକ୍ତି ଯଦି କୌଣସି ଭାରୀ ଜାନ କିମ୍ବା ଯାତ୍ରୀବାହୀ ଗାଡିର ଡ୍ରାଇଭିଂ ଲାଇସେନ୍‌ସ ପାଇବାକୁ ଚାହିଁବେ ତେବେ ତାଙ୍କୁ ଫର୍ମ ୫ଏ ରେ ଡିଏଲ ସାର୍ଟିଫିକେଟ୍‌ ଦେବାକୁ ହେବ। ଏହି ଡିଏଲ ସାର୍ଟିଫିକେଟ୍‌ କୌଣସି ଡ୍ରାଇଭିଂ ସଂସ୍ଥାରୁ ଏକ ଦିବସୀୟ ପ୍ରାପ୍ତ କରିବା ପରେ ହିଁ ମିଳିବ।

ଯେଉଁମାନେ ପାନ କାର୍ଡକୁ ଆଧାର ସହ ଲିଙ୍କ କରିନଥିବେ କିମ୍ବା ତାଙ୍କ ନିକଟରେ ଏକାଧିକ ପାନ କାର୍ଡ ରହିଛି ତେବେ ତାହା ଜୁଲାଇ ପହିଲାରୁ ରଦ୍ଦ ହୋଇଯିବ।

ସେହିପରି ୧ ଜୁଲାଇରୁ ମାରୁତିର ସମସ୍ତ କାର ମହଙ୍ଗା ହୋଇଯିବ।

ସମ୍ବନ୍ଧିତ ଖବର