ଏବେ ସେଲ୍ଫି ଓ ସୋସିଆଲ୍ ମିଡିଆର ଯୁଗ। ସବୁ କ୍ଷେତ୍ରରେ ଆଜିକାଲି ସମସ୍ତେ ତୁରନ୍ତ ଫଳାଫଳ ଆଶା କରୁଛନ୍ତି। ଏ ଯୁଗରେ ସଭିଏଁ ସବୁ କ୍ଷେତ୍ରରେ ଫିଟ୍ଫାଟ୍ ରହିବାକୁ ଚାହାଁନ୍ତି। ସେଥିପାଇଁ ଜିମ୍ ଆଦି ଯାଇ ଦୁନିଆ ପ୍ରକାର କସରତ କରୁଛନ୍ତି। ଦୁଃଖର ବିଷୟ, ଯୋଗ ଯେ ଫିଟ୍ ରହିବାର ମୂଳ ମନ୍ତ୍ର- ଏ କଥା ସଭିଏଁ ପାସୋରି ପକାଉଛନ୍ତି। ଯୋଗ ସାଧନା କରିବା ଦ୍ୱାରା ମସ୍ତିଷ୍କ, ଶରୀର ଓ ଆତ୍ମା ସୁସ୍ଥ ରହେ।
Sambad is now on WhatsApp
Join and get latest news updates delivered to you via WhatsApp
ଶରୀରରୁ ରୋଗବୈରାଗ ଦୂରେଇବା ସହ ଯୋଗ ଓଜନ ଓ ଚର୍ବି କମାଇବାରେ ମଧ୍ୟ ସହାୟତା କରିଥାଏ।
ଦୈନିକ ଯୋଗାସନ ସହ ଧାର୍ମିକ ଭାବେ ଆସନ, ପ୍ରଣାୟମ ଏବଂ ଧ୍ୟାନ ଉପରେ ଲୟ ରଖନ୍ତୁ। ନିଷ୍ଠାର ସହ ସେ ସବୁ ଅଭ୍ୟାସ କରନ୍ତୁ। ଦେଖିବେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ତା’ର ସୁଫଳ ବାରି ହୋଇ ପଡ଼ିବ।
ଏଥିସହ କ’ଣ ଖାଉଛ, କେମିତି ଖାଉଛ ଏବଂ କେତେବେଳେ ଖାଉଛ ସେ କଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।
ଯୋଗ ଦ୍ୱାରା କେବଳ ଓଜନ ହ୍ରାସ ଘଟି ନ ଥାଏ; ବ୍ୟକ୍ତିର ସାମର୍ଥ୍ୟ ମଧ୍ୟ ବଢ଼ିଥାଏ। ଖାଲି ସେତିକି ନୁହେଁ ସପ୍ତାହେ ପରେ ଜଣେ ନିଜ ଶରୀରର ନମନୀୟତା, ମସ୍ତିଷ୍କର ଶାନ୍ତ ରହେ ଓ ମନ ସ୍ଥିର ରହେ।
ସୂର୍ଯ୍ୟ ନମସ୍କାରରୁ ଦିନ ଆରମ୍ଭ କରନ୍ତୁ। ଏହା ମୁଖ୍ୟତଃ ୧୨ଟି ଆସନରେ ବିଭକ୍ତ। ଏହାଦ୍ୱାରା ଶରୀରରୁ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟ ବିଷ ନିଷ୍କାସିତ ହୋଇଥାଏ।
ସୂର୍ଯ୍ୟ ନମସ୍କାର ଅଭ୍ୟାସ କଲେ ମନ ଓ ଶରୀର ସକ୍ରିୟ ରହେ। ଏହା ଶରୀର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ବ୍ୟାୟାମ କରାଇଦିଏ।
ଏହା ପର ଯୋଗାସନ ହେଉଛି ବୀରଭଦ୍ରାସନ। ଏହି ଆସନ ଗୋଡ଼, ଜଙ୍ଘ, କଟୀ ଓ ବାହୁରୁ ଚର୍ବି ହଟାଇ ଦିଏ। ଏହାଛଡ଼ା ଶରୀରର ରକ୍ତ ସଞ୍ଚାଳନକୁ ମଧ୍ୟ ପ୍ରଖର କରିଥାଏ।
ପଶ୍ଚିମୋତ୍ତନାସନ ଆସନ ଦ୍ୱାରା ପେଟରେ ଜମିଥିବା ଚର୍ବି କ୍ଷୟ କରେ। ଏହା ଶରୀରର ଗହ୍ଵରକୁ ଉତ୍ତେଜିତ କରି ଅଳ୍ପ ଦିନ ମଧ୍ୟରେ ଚର୍ବି ପୋଡ଼ି ପକାଏ।
ଚର୍ବି ହଟାଇବା ପାଇଁ କାମ କରୁଥିବା ଅନ୍ୟ ଏକ ଆସନ ହେଉଛି ପୂବୋତ୍ତନାସନ। ନୂଆ ନୂଆ ଏହା କଷ୍ଟକର ଜଣାପଡ଼େ କିନ୍ତୁ, ଦୀର୍ଘ ଦିନ ଅଭ୍ୟାସ କଲେ ଶରୀର କ୍ରମେ ପତଳା ଓ ସକ୍ରିୟ ହୋଇ ଉଠେ। ଏହା ଦ୍ୱାରା ଅଣ୍ଟା, କାନ୍ଧ, ବାହୁ ଓ ମାଂସପେଶୀ ସୁଗଠିତ ହୁଏ।