ଫେସ୍‌ବୁକ୍‌ରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ୮ଟି ଜିନିଷ, ନଚେତ୍‌ ବଡ଼ ଅସୁବିଧାରେ ପଡ଼ିବେ!

ଏହି ଖବର ସାମନାକୁ ଆସିଲା ପରେ ବହୁ ଲୋକ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ମଧ୍ୟ ଡିଲିଟ୍‌ କରିଦେଇଛନ୍ତି। ବର୍ତ୍ତମାନ ଯେତେ ଲୋକଙ୍କ ଆକାଉଣ୍ଟ୍‌ ଫେସ୍‌ବୁକ୍‌ରେ ଅଛି ସେମାନେ ଚାହୁଁଛନ୍ତି ତାଙ୍କର ଡାଟା ସିକ୍ୟୋର ରହୁ। ତେବେ, ଏହି ସମସ୍ୟାରୁ ବଞ୍ଚିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍‌ ଗୁଡ଼ାକ ଓ ଫେସ୍‌ବୁକ୍‌ ଡାଟାକୁ ସିକ୍ୟୋର ରଖନ୍ତୁ।

ନିଜ ମୋବାଇଲ ନମ୍ବର ଡିଲିଟ୍‌ କରନ୍ତୁ: ଫେସ୍‌ବୁକ୍‌ରେ ଦେଇଥିବା ଆପଣଙ୍କ ମୋବାଇଲ ନମ୍ବର ମାଧ୍ୟମରୁ ପର୍ସନାଲ୍‌ ଡିଟେଲ୍ସ୍‌କୁ ହେକ୍‌ କରିପାରିବେ।
ଲୋକେସନ୍‌ ଟ୍ୟାଗିଂ କରନ୍ତୁ ନାହିଁ: ଆପଣଙ୍କ କୌଣସି ବି ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଲୋକେସନ୍‌ ଟ୍ୟାଗ୍‌ କରନ୍ତୁ ନାହିଁ। ଏମିତିରେ କୌଣସି ବି ବ୍ୟକ୍ତି ଆପଣଙ୍କ ଲୋକେସନ୍‌ ଜାଣିପାରିବ।
ବୁଲିବାକୁ ଗଲାବେଳେ ଅପ୍‌ଡେଟ୍‌ କରନ୍ତୁ ନାହିଁ: ଯଦି ଆପଣ କୁଆଡ଼େ ବୁଲିବାକୁ ଯାଉଛନ୍ତି ତା’ହେଲେ ପ୍ରତି ମୁହୂର୍ତ୍ତକୁ ଅପ୍‌ଡେଟ୍‌ କରନ୍ତୁ ନାହିଁ। ଆପଣଙ୍କ ଏହି ଅଭ୍ୟାସ କ୍ରିମିନାଲ୍ସ୍‌ମାନଙ୍କ ପାଇଁ ସହଜ ହୋଇଯିବ।
ଜନ୍ମ ତାରିଖ ଡିଲିଟ୍‌ କରନ୍ତୁ: ବହୁ ଲୋକ ଫେସ୍‌ବୁକ୍‌ରେ ନିଜ ଜନ୍ମ ତାରିଖକୁ ଓପନ୍‌ ରଖିଥା’ନ୍ତି। ଏହି ଜରିଆରେ ଲୋକେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଓ ପର୍ସନାଲ ଡିଟେଲ୍ସ୍‌ ଭଳିଆ ଜିନିଷକୁ ସହଜରେ ଆକ୍‌ସେସ୍‌ କରିପାରିବେ।
ଫ୍ରେଣ୍ଡ୍‌ଲିଷ୍ଟ୍‍ କମ୍‌ କରନ୍ତୁ: ଫେସ୍‌ବୁକ୍‌ରେ ଜାଣିନଥିବା ବ୍ୟକ୍ତିଙ୍କୁ ଏଡ୍‌ କରନ୍ତୁ ନାହିଁ। ଏମିତି ଲୋକ ଫ୍ରଡ୍‌ ବି ହୋଇଥାଇ ପାରନ୍ତି। ଯଦି ଏମିତି ଲୋକ ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟ୍‍ରେ ଅଛନ୍ତି, ତା’ହେଲେତାଙ୍କୁ ତୁରନ୍ତ ଅନ୍‌ଫ୍ରେଣ୍ଡ୍‌ କରନ୍ତୁ।
ଛୋଟପିଲା ଓ ପରିବାର ଲୋକଙ୍କ ଫଟୋ ଡିଲିଟ୍‌ କରି ଦିଅନ୍ତୁ: ଆପଣଙ୍କ ଆକାଉଣ୍ଟ୍‌ରୁ ଛୋଟପିଲା ଓ ପରିବାର ଲୋକଙ୍କ ଫଟୋ ଉଠାଇ ଦିଅନ୍ତୁ। କାରଣ, ଏହା ଜରିଆରେ କୌଣସି ବି ଅଜଣା ବ୍ୟକ୍ତି ଆପଣଙ୍କ ପୂରା ପରିବାର ବିଷୟରେ ଜାଣି ମିସ୍‌ୟୁଜ୍‌ କରିପାରିବ।
ବୋର୍ଡିଂ ପାସ୍‌ର ଫଟୋ ଅପ୍‌ଲୋଡ୍‌ କରନ୍ତୁ ନାହିଁ: କୌଣସି ବି ଟ୍ରିପ୍‌ ଯିବା ଆଗରୁ ନିଜର ବୋର୍ଡିଂ ପାସ୍‌ର ଫଟୋ ଅପ୍‌ଲୋଡ୍‌ କରନ୍ତୁ ନାହିଁ। ଏଥିରେ ଥିବା ବାର୍‌କୋଡ୍‌ ଜରିଆରୁ ଆପଣଙ୍କ ଅନେକ ତଥ୍ୟ ଖରାପ ଲୋକଙ୍କ ହାତରେ ପଡ଼ିପାରେ।
ସମ୍ବନ୍ଧିତ ଖବର