ପାପୁଲି ନଥାଇ ବି ଜାତୀୟସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଏହି ଶିଶୁ
ମେରିଲ୍ୟାଣ୍ଡ: ଆମେରିକାର ମେରିଲ୍ୟାଣ୍ଡରେ ରହୁଥିବା ୧୦ବର୍ଷର ସାରା ହେନ୍ସଲିଙ୍କ ଦୁଇ ହାତରେ ପାପୁଲି ନାହିଁ। ତାଙ୍କର ଜନ୍ମ ବିନା ପାପୁଲିରେ ହିଁ ହୋଇଥିଲା। ତେବେ ନିକଟରେ ଆମେରିକାରେ ହୋଇଥିବା ଜାତୀୟସ୍ତରରେ ହସ୍ତାକ୍ଷର ପ୍ରତିଯୋଗିତାରେ ସାରା ବିଜୟୀ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏକ ଟ୍ରଫି ଓ ୩୫ ହଜାର ଟଙ୍କା ପୁରସ୍କାର ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
Sara Hinesley is the first student from her Frederick school to win the award. pic.twitter.com/ouINLavWZR
— Awahab (@i3ahab) April 21, 2019
ଏଥିସହିତ ଜୁନ୍ ୧୩ ତାରିଖରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ତାଙ୍କୁ ଶାଳୀନ ଲେଖା ପାଇଁ ନିକୋଲାସ ମେକିସମ ପୁରସ୍କାର ୨୦୧୯ରେ ପୁରସ୍କୃତ କରାଯିବ। ସାରାଙ୍କ କହିବାନୁସାରେ, ତାଙ୍କର ସାଧାରଣ ପିଲାଙ୍କ ଭଳି ହାତରେ ପାପୁଲି ନଥିବା ନେଇ ସେ କେବେ ଦୁଃଖ କରି ନାହାନ୍ତି। ଦୁଇହାତର ପେନ୍ସିଲ ଧରି ସେ ଲେଖି ଥାଆନ୍ତି। ଚଳିତ ବର୍ଷ ସେ କରସିଭ୍ ରାଇଟିଂ ଶିଖିଛନ୍ତି। ସେ ଉଭୟ ଇଂରାଜୀ ଓ ମାନ୍ଦ୍ରାରିନ୍ ଲେଖି ପାରନ୍ତି।
ସାରାଙ୍କ ଶିକ୍ଷକଙ୍କ କହିବାନୁସାରେ, ୧୦ବର୍ଷୀୟ ସାରା ଆମ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠପଢ଼େ। ସ୍କୁଲର ପ୍ରଥମ ଛାତ୍ରୀ ଯିଏକି ନିକୋଲସ ମେକିସମ୍ ପୁରସ୍କାରେ ପୁରସ୍କୃତ ହେବ।