୧୦୦ ତମ ଜନ୍ମଦିନ ପୂର୍ବରୁ ହାଇସ୍କୁଲ ପାଠପଢା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ୯୬ ବର୍ଷୀୟ ମହିଳା!

ଶିକ୍ଷା ଆଗରେ ହାର ମାନିଛି ବୟସ। କୌଣସି ବିଷୟରେ ଜାଣିବାକୁ ଇଚ୍ଛା ଥିଲେ ଏଥିରେ ବୟସ ବାଧା ସୃଷ୍ଟି କରିପାରେ ନାହିଁ । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ମେକ୍ସିକୋର ୯୬ ବର୍ଷୀୟ ମହିଳା ଗ୍ଵାଡାଲୁପ ପାଲାସିଅସ। ଯେଉଁ ବୟସରେ ଆରାମ କରିବା କଥା ସେହି ବୟସରେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଯାଉଛନ୍ତି ସ୍କୁଲ। ଦୃଢ ଆତ୍ମବିଶ୍ୱାସ ହିିଁ ତାଙ୍କୁ ଆଗକୁ ବାଟ କଢାଇ ନେଇଛି। ୯୬ ବର୍ଷ ପରିଣତ ବୟସରେ ଚେହେରା ମଳିନ ପଡିଛି, କେଶ ଧଳା ହୋଇଯାଇଛି କିନ୍ତୁ ଗ୍ଵାଡାଲୁପଙ୍କ ମନୋବଳ ଉପରେ ବୟସର ଛାପ ପଡିନାହିଁ।

ଚେହେରାରେ କୁଞ୍ଚ ପଡିଛି ସତ କିନ୍ତୁ ପାଠ ପଢିବା ପାଇଁ ତାଙ୍କ ଭିତରେ ଥିବା ଉତ୍ସାହ ଅନ୍ୟ ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ। ଏହାସହ, ୧୦୦ ତମ ଜନ୍ମଦିନ ପୂର୍ବରୁ ହାଇସ୍କୁଲ ପାଠପଢା ଶେଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏହା ତାଙ୍କ ଜୀବନର ସବୁଠାରୁ ବଡ ଇଚ୍ଛା ବୋଲି କହିଛନ୍ତି ଗ୍ଵାଡାଲୁପ ପାଲାସିଅସ। ଏକ ଗରିବ ଘରେ ଜନ୍ମ ନେଇଥିବା ଗ୍ଵାଡାଲୁପ ପାଲାସିଅସ ପରିବାରକୁ ସାହାର୍ଯ୍ୟ କରିବା ପାଇଁ କ୍ଷେତରେ କାମ କରୂଥିଲେ । ଯେଉଁଥିପାଇଁ ସେ ହାଇସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଏସବୁ ଭିତରେ ସେ ଦୁଇଥର ବିବାହ କରିଥିଲେ। ତେଣୁ ସାଂସରିକ ଜୀବନରୁ ସମୟ କାଢି ପାଠ ପଢିବା ତାଙ୍କ ପାଇଁ ସମ୍ଭବପର ନଥିଲା।

ସମ୍ବନ୍ଧିତ ଖବର