କେଉଁ ବ୍ଲଡଗ୍ରୁପ୍‌ର ଲୋକମାନଙ୍କୁ ଅଧିକ କୀଟ-ପତଙ୍ଗ କାମୁଡ଼ିଥାନ୍ତି? ଜାଣନ୍ତୁ କ’ଣ କହେ ଗବେଷଣା

ନୂଆଦିଲ୍ଲୀ : କୀଟ-ପତଙ୍ଗ କେଉଁ ଲୋକମାନଙ୍କୁ ଅଧିକ ବା କମ କାମୁଡ଼ିଥାନ୍ତି ତାହା ବ୍ଲଡ଼୍‍ଗ୍ରୁପ୍‌ ଉପରେ ନିର୍ଭର କରିଥାଏ । ଯେଉଁ ଲୋକମାନଙ୍କର ବ୍ଲଡ଼୍‍ଗ୍ରୁପ୍‌ ଏ  ସେମାନଙ୍କୁ ଅଧିକ କୀଟ-ପତଙ୍ଗ କାମୁଡ଼ିବାର ସମ୍ଭାବନା ରହିଥାଏ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଏ ବ୍ଲଡ଼୍‍ଗ୍ରୁପ୍‌ର ଲୋକମାନଙ୍କୁ ବିଶେଷ କରି ଓଡ଼ଷ ପୋକ ବା ଟିଙ୍କ ଅଧିକ କାମୁଡ଼ିଥାନ୍ତି ବୋଲି ଗବେଷଣାରୁ ଜଣା ପଡ଼ିଛି । ଓଡ଼ଷ କାମୁଡ଼ିବା ଦ୍ୱାରା ଲୋକମାନେ ଭୟାନକ ରୋଗର ପଡ଼ିବାର ଆଶଙ୍କା ଅଧିକ ହୋଇଥାଏ । ମର୍‌ସେଇଲ୍‌ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଗବେଷଣା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

NPR

ଗବେଷକମାନେ ଏହାକୁ ପ୍ରମାଣ କରିବାକୁ ଯାଇ ଏକ ଖାଦ୍ୟ ଉପରେ ସମସ୍ତଙ୍କ ବ୍ଲଡ଼୍‍ଗ୍ରୁପ୍‌ର ସାମ୍ପଲ ରଖା ଯାଇଥିଲା । ଏହା ପରେ ଏକ ଟିଙ୍କକୁ ଏହା ଉପରେ ଛଡ଼ାଯାଇଥିଲେ । ଟଙ୍କଟି ସବୁ ବ୍ଲଡ଼୍‍ଗ୍ରୁପ୍‌କୁ ଚାଖିବା ପରେ ଏ ବ୍ଲଡ଼୍‍ଗ୍ରପ୍‌ ଆଡ଼କୁ ଅଧିକ ଆକର୍ଷିତ ହେଉଥିବାର ଦେଖା ଯାଇଥିଲା । ଟିଙ୍କଟି ୩୬ପ୍ରତିଶତ ଏ ବ୍ଲଡ଼୍‍ଗ୍ରୁପ୍‌ ଆଡ଼କୁ ଆକର୍ଷିତ ହୋଇଥିବା ବେଳେ ୧୫ପ୍ରତିଶତ ବି ବ୍ଲଡ଼୍‍ଗ୍ରପ୍‌ ଆଡ଼କୁ ଆକର୍ଷିତ ହୋଇଥିଲା ।

ସମ୍ବନ୍ଧିତ ଖବର