ବୁଦ୍ଧି ପରୀକ୍ଷା: କହିଲେ କେଉଁ ବକ୍ସରେ କାର୍‌ ଅଛି?

ସୂତ୍ର: ୩ଟି ବକ୍ସ ଭିତରୁ କେବଳ ଗୋଟାଏ ବକ୍ସରେ ଲେଖା ଯାଇଥିବା କଥା ଯେପରି ସତ ହେବ।

ପଜଲ୍‌ ଖେଳିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରୁହେ। ବ୍ୟକ୍ତି କୌଶଳୀ ଓ ବୁଦ୍ଧିମାନ ହୁଅନ୍ତି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଆସନ୍ତୁ ଆଜି ଏପରି ଏକ ପଜଲ୍‌ ଖେଳିବା ଯାହା ଆପଣଙ୍କ ମସ୍ତିଷ୍କକୁ ଖାଲି ସକ୍ରିୟ ନୁହେଁ, ହଲଚଲ କରାଇ ଦେବ। ତା’ ପୂର୍ବରୁ ଆମେ କହିରଖୁଛୁ ଯେ ମନେ ରଖିବେ ଆପଣ ଦେଉଥିବା ଉତ୍ତର ତାହା ଚିହ୍ନଟ କରାଇବା ଉଚିତ ଯେ କେବଳ ଗୋଟାଏ ବକ୍ସରେ ସତ ଲେଖାଯାଇଛି। ଆଉ ଅନ୍ୟ ଦୁଇଟି ବକ୍ସରେ ମିଛ ଲେଖାଯାଇଛି। ତେବେ, ଆସନ୍ତୁ ଜାଣିବା ସତ କରୁଥିବା ସେ ବକ୍ସଟି କିଏ ଏବଂ ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି କାର୍‌ କେଉଁ ବକ୍ସରେ ଅଛି?

ପ୍ରଥମ ବକ୍ସରେ ଲେଖାଯାଇଛି କାର୍‌ଟି ଏହି ବକ୍ସରେ ଅଛି।
ଦ୍ୱିତୀୟ ବକ୍ସରେ ଲେଖାଯାଇଛି କାର୍‌ଟି ଏହି ବକ୍ସରେ ନାହିଁ।
ତୃତୀୟ ବକ୍ସରେ ଲେଖାଯାଇଛି କାର୍‌ଟି ପ୍ରଥମ ବକ୍ସରେ ନାହିଁ।

ଆପଣ ଏବେ ଉତ୍ତର ଖୋଜନ୍ତୁ। ଯଦି କାର୍‌ଟି ପ୍ରଥମ ବକ୍ସରେ ଥାଏ ତେବେ। ଉଭୟ ପ୍ରଥମ ଏବଂ ତୃତୀୟ ବକ୍ସ ସତ କହୁଛନ୍ତି। ମାତ୍ର ନିୟମ ଅନୁସାରେ କେବଳ ଗୋଟାଏ ବକ୍ସ ସତ କହିବା ଉଚିତ। ତେଣୁ କାର୍‌ଟି ପ୍ରଥମ ବକ୍ସରେ ନାହିଁ। କାର୍‌ଟି ଯଦି ତୃତୀୟ ବକ୍ସରେ ଥାଏ ତେବେ ପ୍ରଥମ ଏବଂ ଦ୍ୱିତୀୟ ବକ୍ସରେ ଲେଖାଯାଇଥିବା କଥା ସତ ହେବ। ଏହା ବି ଆମେ ଦେଇଥିବା ସୂଚୀ ମୁତାବକ ହେବ ନାହିଁ। କାହିଁକି ନା, କେବଳ ଗୋଟାଏ ବକ୍ସ ସତ କହୁଥିବା ଉତ୍ତରକୁ ହିଁ ଗ୍ରହଣ କରାଯିବ। ତେବେ, ଉତ୍ତର ହେଉଛି କାର୍‌ଟି ଦ୍ୱିତୀୟ ବକ୍ସରେ ଅଛି। ଆପଣ ଦେଖୁନାହାନ୍ତି, କାର୍‌ଟି ଦ୍ୱିତୀୟ ବକ୍ସରେ ରହିଲେ କେବଳ ତୃତୀୟ ବକ୍ସ ହିଁ ସତ କହୁଛି। ଆଉ ଦୁଇଟି ଯାକ ବକ୍ସ ଭୁଲ୍‌ ପ୍ରମାଣିତ ହେଉଛନ୍ତି।

ସମ୍ବନ୍ଧିତ ଖବର