ବର୍ଷକ ମଧ୍ୟରେ ୧୨ଘଣ୍ଟା ପାଇଁ ଖୋଲିଥାଏ ଏହି ମନ୍ଦିର, ଗୁରୁଣ୍ଡି ଗୁରୁଣ୍ଡି ଭିତରକୁ ପ୍ରବେଶ କରିଥାନ୍ତି ଭକ୍ତ

କୋଣ୍ଡାଗାଓଁ(ଛତିଶଗଡ଼) : ଛତିଶଗଡ଼ର କୋଣ୍ଡାଗାଓଁରେ ଥିବା ଏକ ମନ୍ଦିରକୁ ନେଇ ଏବେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏଠାରେ ଥିବା ମାତା ଲିଙ୍ଗେଶ୍ୱରୀ ମନ୍ଦିର ବର୍ଷକ ମଧ୍ୟରେ ମାତ୍ର ୧୨ଘଣ୍ଟା ପାଇଁ ଖୋଲେ ବୋଲି ଜଣାପଡ଼ିଛି । ୧୨ଘଣ୍ଟା ମଧ୍ୟରେ ଏଠାରେ ଲୋକଙ୍କ ଭିଡ଼ ଦେଖିବା ଭଳି ହୋଇଥିବା ବେଳେ ମନ୍ଦିର ଭିତରକୁ ଲୋକମାନେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥାନ୍ତି । ନିଜର ମନସ୍କାମନା ପୂରଣ ପାଇଁ ଲୋକମାନେ ଏଠାକୁ ଆସୁଥିବା ବେଳେ ଭୋଗ ହିସାବରେ କାକୁଡ଼ି ଦିଆଯାଏ ବୋଲି ଜଣାପଡ଼ିଛି । ଗଣେଶ ଚତୁର୍ଥୀ ଶେଷ ହେବା ପରେ ଏହି ମନ୍ଦିର ଖୋଲା ଯାଇଥାଏ ।

NDTV.com

ବିଶେଷ ଭାବରେ କୌଣସି ଦମ୍ପତି ନିଜ ପରିବାର ଆରମ୍ଭ କରିବା ପୂର୍ବରୁ ମାତା ଲିଙ୍ଗେଶ୍ୱରୀଙ୍କ ଆଶୀର୍ବାଦ ନେବାକୁ ଆସିଥାନ୍ତି । ଏହି ମନ୍ଦିରଟି ଏକ ବଡ଼ ପଥର ଗୁମ୍ଫା ଭିତରେ ଥିବାରୁ ଲୋକମାନଙ୍କୁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼ିଥାଏ । ଏହା ସହ ମନ୍ଦିରଟି ନକ୍ସଲ ପ୍ରବଣ ଅଞ୍ଚଳରେ ଥିବାରୁ ଦର୍ଶନ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ ।

ସମ୍ବନ୍ଧିତ ଖବର