ଅସୁସ୍ଥତା ପାଇଁ ଝିଅ ପ୍ରାଣ ହରାଇବା ପରେ ୪୫ଜଣ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ଉଠାଉଛନ୍ତି ବସଭରାଜ

କାଲାବୁରାଗି(କର୍ଣ୍ଣାଟକ) : ନିଜ ଝିଅର ସ୍ମୃତିରେ ଜଣେ ବାପା ୪୫ଜଣ ଗରିବ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ଉଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଅଜଣା ରୋଗରେ ପୀଡ଼ିତ ହୋଇ ଝିଅ ପ୍ରାଣ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ବସଭରାଜ । ଏତେ କମ ବୟସରୁ ଝିଅ ଚାଲିଯିବା ପରେ ସେ ଦୁଃଖକୁ ବସଭରାଜଙ୍କ ପରିବାର ଭୁଲି ପାରି ନଥିଲା । ହେଲେ ଘରେ ବସି ନିଜ ଝିଅକୁ ମନେ ପକାଇବା ଅପେକ୍ଷା ବସଭରାଜ ଏକ ଅନୁପ୍ରାଣିତ କଲା ଭଳି କାମ କରିବା ପାଇଁ ମନସ୍ଥ କରିଥିଲେ ।

Inshorts

ନିଜ ଝିଅ ଭଳି ଅନ୍ୟ ୪୫ଜଣ ଗରିବ ବାପର ଝିଅକୁ ସେ ପଢ଼ିବାରେ ସାହାଯ୍ୟ କରିବେ ବୋଲି ନିଷ୍ପତି ନେଇଥିଲେ । ବସଭରାଜ ପେଶାରେ କ୍ଲର୍କ ହୋଇଥିବା ବେଳେ ଏକ ସରକାରୀ ହାଇସ୍କୁଲର ୪୫ଜଣ ଗରିବ ପରିବାରର ଛାତ୍ରୀମାନଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ନିଷ୍ପତି ନେଇଛନ୍ତି । ଚଳିତ ବର୍ଷଠାରୁ ସେ ଏହି କାମ କରିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର