ହାତୀ ବଜାଉଛି ମାଉଥ୍‌ ଅର୍ଗାନ୍‌, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ତ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏକ ହାତୀର ଭିଡିଓ ଭାଇରାଲ ହୋଇଛି। ଆପଣ ମାଉଥ ଅର୍ଗାନ୍‌ ବଜାଇବାର ଅନେକ କଳାକାରଙ୍କୁ ଦେଖିଥିବେ। କିନ୍ତୁ ନିକଟରେ ଏକ ହାତୀ ମାଉଥ ଅର୍ଗାନ୍‌ ବଜାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଅନଦାଲ ନାମକ ଏହି ହାତୀ ନିଜ ଶୁଣ୍ଢରେ ଖୁବ୍‌ ସୁନ୍ଦର ଭାବେ ମାଉଥ୍‌ ଅର୍ଗାନ୍‌ ବଜାଇ ଦେଉଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଇ କିଛିଦିନ ହେବ ଅନଦାଲଙ୍କ ମାଉଥ୍‌ ଅର୍ଗାନ୍‌ ବଜାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାର ଦୁଇଘଣ୍ଟା ମଧ୍ୟରେ ୩୦୦ଲୋକ ଲାଇକ୍‌ ଓ ୧୩୦ଥର ଭିଡିଓକୁ ରିଟୁଇଟ କରାଯାଇ ସାରିଲାଣି। ଅନଦାଲ ତାମିଲନାଡୁର ଏକ ମନ୍ଦିରର ହାତୀ।

ନିମ୍ନୋରେ ଦିଆଯାଇଥିବା ଭିଡିଓରେ ଆପଣ ଦେଖି ପାରିବେ କି କିପରି ହାତୀ ନିଜ ଶୁଣ୍ଢରେ କିପରି ମାଉଥ୍‌ ଅର୍ଗାନ୍‌କୁ ବଜାଇ ପାରୁଛି।

ସମ୍ବନ୍ଧିତ ଖବର